ETV Bharat / state

ଲକଡାଉନ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା କାର୍ଯ୍ୟ ତ୍ବରାନ୍ବିତ

author img

By

Published : Apr 1, 2020, 11:35 AM IST

ଲକଡାଉନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଅଧିକ ପଢନ୍ତୁ...

lockdown-puri-district-administration-provided-social-security-schme-to-public
ଲକଡାଉନ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା କାର୍ଯ୍ୟ ତ୍ବରାନ୍ବିତ

ପୁରୀ: ଲକଡାଉନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ,ଭତ୍ତାବଣ୍ଟନ, ଅସହାୟଙ୍କୁ ସହାୟତା ପ୍ରଦାନ,ଗର୍ଭବତୀ ଓ ଶିଶୁଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଏକ ଲକ୍ଷ 85 ହଜାର 353 ଜଣ ହିତାଧିକାରୀଙ୍କୁ 38 କୋଟି 11 ଲକ୍ଷ 16 ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଉ ବାକି ଥିବା 12 ହଜାର 851 ଜଣ ହିତାଧିକାରୀଙ୍କୁ ଦୁଇ ଦିନ ଭିତରେ ସମସ୍ତ ଟଙ୍କା ପ୍ରଦାନ କରାଯିବ।ପୁରୀ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଏ ପର୍ଯ୍ୟନ୍ତ 90 ହଜାର 963 ପରିବାରକୁ 52 ହଜାର 744 କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି। ଆଉ ବାକି ରହିଥିବା ଦୁଇ ଲକ୍ଷ 61 ହଜାର 297 ଟି ପରିବାରକୁ 3 ତାରିଖ ସୁଦ୍ଧା ଚାଉଳ ପ୍ରଦାନ କରାଯିବ।

ସେହିପରି ଏ ପର୍ଯ୍ୟନ୍ତ 3 ରୁ 6 ବର୍ଷ ବୟସ ଥିବା 39 ହଜାର 291 ଜଣ ପିଲାଙ୍କୁ ଚାଉଳ, ଡାଲି, ତେଲ, ଆଳୁ ଓ 5 ଟି ଲେଖାଏଁ ଅଣ୍ଡା ପ୍ରଦାନ କରାଯାଇଛି । ସେହିପରି ଆଜି ଠାରୁ ଗର୍ଭବତୀ , ପ୍ରସୂତି ଓ 6 ମାସରୁ 3 ବର୍ଷର ପିଲା ମାନଙ୍କୁ ଛତୁଆ ବଣ୍ଟନ କରାଯିବ। ସେହିପରି ପୁରୀ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ 2262 ଜଣ ଅସହାୟଙ୍କୁ ଖାଦ୍ୟ ବଣ୍ଟନ, 2075 ରହିବା ଓ ଖାଇବା ବ୍ୟବସ୍ଥା , 54 ଜଣ ପର୍ଯ୍ୟଟକଙ୍କୁ ଖାଦ୍ୟ ଯୋଗାଣ , 63 ଜଣଙ୍କୁ ଅନାଥଙ୍କୁ ଖାଦ୍ୟ ଏବଂ 171 ଜଣ ଶ୍ରମିକଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି ।

ସେହିପରି କେତେକ ବଦାନ୍ୟ ବ୍ୟକ୍ତି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଟଙ୍କା ଦାନ କରିଛନ୍ତି। ଜାନଭି ସ୍ବାଇଁ ନାମକ ଜଣେ ମହିଳା ଏକ ଲକ୍ଷ ଟଙ୍କା , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିରମୟୀ ଦଳାଇ 22 ହଜାର 500 ଟଙ୍କା , ସାମାଜିକ ଗଣମାଧ୍ୟମ ଏକ ଗ୍ରୁପ ଆପଣଙ୍କ ଖବର ପକ୍ଷରୁ ଏକ ଲକ୍ଷ ଟଙ୍କା , ଉଦୀପ୍ତ କୁମାର ସାହୁ 20 ହଜାର ଓ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ 30 ହଜାର ଟଙ୍କା ପ୍ରଦାନ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.