ETV Bharat / state

ସ୍ଵର୍ଗଦ୍ୱାରରେ ବି ଲକ ଡାଉନର ପ୍ରଭାବ

author img

By

Published : Apr 10, 2020, 5:42 PM IST

କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିବା ବେଳେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ବ୍ୟବସାୟୀ, ଦିନମଜୁରିଆଙ୍କ ଉପରେ । ଏପରିକି ଏହାର ପ୍ରଭାବ ପୁରୀ ସ୍ବର୍ଗଦ୍ବାରରେ ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

lockdown effect also in puri swargadwar
ସ୍ଵର୍ଗଦ୍ୱାରରେ ବି ଲକ ଡାଉନର ପ୍ରଭାବ

ପୁରୀ: କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିବା ବେଳେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ବ୍ୟବସାୟୀ, ଦିନମଜୁରିଆଙ୍କ ଉପରେ । ଏପରିକି ଏହାର ପ୍ରଭାବ ପୁରୀ ସ୍ବର୍ଗଦ୍ବାରରେ ମଧ୍ୟ ଦେଖିବାକୁ ମିଳିଛି । ଲକ ଡାଉନ ପୂର୍ବରୁ ପ୍ରତିଦିନ 90 ରୁ ଅଧିକ ଶବ ସତ୍କାର ପାଇଁ ଆସୁଥିବା ବେଳେ ଏବେ ମାତ୍ର ହାତ ଗଣତି 10 ଭିତରେ ରହିଛି, ତାହା ପୁଣି କେଵଳ ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳରୁ ହିଁ ଆସୁଛନ୍ତି ।

ସ୍ଵର୍ଗଦ୍ୱାରରେ ବି ଲକ ଡାଉନର ପ୍ରଭାବ

ଲକଡାଉନ କାରଣରୁ ଗାଡି ମଟର, ଦୋକାନ ବଜ଼ାର ବନ୍ଦ ସମେତ ବିଭିନ୍ନ ଜିଲ୍ଲାର ସୀମା ମଧ୍ୟ ସିଲ ହୋଇଯାଇଥିବାରୁ ପୁରୀ ସ୍ୱର୍ଗ ଦ୍ୱାରକୁ ଆସି ପାରୁନାହାଁନ୍ତି ଲୋକେ । ଅନ୍ୟପଟେ ଶବ ସତ୍କାର କାର୍ଯ୍ୟ କମି ଥିବାରୁ ଏଠରେ ଶବ ସତ୍କାର କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଶବ ସତ୍କାର ପିଛା 5 ସହ ଟଙ୍କା ରୋଜଗାର ହେଲେ ଘର ଚଳେ ଏମାନଙ୍କର। ଶବ ସତ୍କାର ପାଇଁ ଏବେ 40 ଜଣ ସ୍ୱର୍ଗ ଦ୍ୱାରରେ ଅଛନ୍ତି । ତେବେ ପୂର୍ବରୁ ଅଧିକ ଶବ ସତ୍କାର ପାଇଁ ଆସୁଥିବା ବେଳେ ଭଲ ଆୟ କରୁଥିଲେ ଏହି ବ୍ୟକ୍ତି ମାନେ। ଅନ୍ୟପଟେ ଏହି ଅସୁବିଧାରେ ପୁରୀ ଜିଲ୍ଲା ପ୍ରଶାସନ କୌଣସି ସହାୟତା ଦେଇ ନ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ମାସ୍କ ବା ସାନିଟାଇଜର ଯୋଗାଇ ଦିଆ ଯାଇ ନ ଥିବା ଅଭିଯୋଗ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.