ପୁରୀ: ଜିଲ୍ଲାରୁ ବେଆଇନ ଦେଶୀମଦ ବିକ୍ରି ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 18 ଶହ 60 ଲିଟର ଦେଶୀମଦ ଜବତ କରାଯାଇଛି ।
ବେଆଇନ ମଦ କାରବାର ଅଭିଯୋଗ ନେଇ 3 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଭିତରୁ 2 ମହିଳା ଓ ଜଣେ ପୁରୁଷ ଅଛନ୍ତି । ଗିରଫ ଅଭିଯୁକ୍ତମାନେ କୃଷ୍ଣ ପ୍ରସାଦ ଥାନା ମାଲୁଦ ଶବରମାଟିସାହିର ପ୍ରଦୀପ୍ତ କୁମାର ନାୟକ, ଗୀତା ନାୟକ ଏବଂ କୌଶଲ୍ୟା ନାୟକ । ଦୀର୍ଘଦିନ ହେବ ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିବା ନେଇ ସ୍ଥାନୀୟ ଲୋକେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅଭିଯୋଗ କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ଦେଶୀମଦ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ