ଭୁବନେଶ୍ବର : ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ । ପୁଣି ଉଠାଇଲେ ପରୀ ପ୍ରସଙ୍ଗ । ସେ ଏହି ସମ୍ମିଳନୀରେ କହିଥିଲେ ଯେ, ରାଜ୍ୟରେ ଗତ ୫ ବର୍ଷ ଭିତରେ ୨୭,୦୦୦ ଶିଶୁ ଓ ବର୍ଷକ ଭିତରେ ୫, ୫୦୦ ଶିଶୁ ନିଖୋଜ, ଅଥଚ ରାଜ୍ୟ ସରକାର ଚୁପ ବସିଛନ୍ତି । ଦୁଃଖ ଲାଗୁଛି ସରକାର ଏହାକୁ ଗୁରୁତ୍ବ ଦେଉନାହାଁନ୍ତି। ଏସ ଆଇଟି ତଦନ୍ତ ଦାୟିତ୍ୱ ଦେଇ ନିଜ ଦାୟିତ୍ୱ ଶେଷ କରିଛନ୍ତି ସରକାର । ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି ଯାହା ପ୍ରାୟୋଜିତ । ବିଜେପିର ବିରୋଧକୁ ଚାପି ଦେବାପାଇଁ ଏହି ଉଦ୍ୟମ କରାଯାଇଛି ।
ଏବେ ବି ପରୀର ବାପା ମା ନିବେଦନ କରୁଛନ୍ତି ଯେ, ଏହି ଘଟଣାର ନିରପେକ୍ଷ ତଦନ୍ତ ହେଉ । କାରଣ ଏପର୍ଯ୍ୟନ୍ତ ମୁଖ୍ୟ ଓ ଅନ୍ୟ ଅଭିଯୁକ୍ତଙ୍କୁ କାହିଁକି ପରିସର ଭୁକ୍ତ କରାଯାଇନାହିଁ । ସେହିପରି ମନ୍ତ୍ରୀଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉନାହିଁ । ମୋଟ ଉପରେ ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତର ଗ୍ରହଣୀୟତା ନାହିଁ । ତେଣୁ, ଏହାର CBI ତଦନ୍ତ ଦାବି ପୁଣି ଦୋହରାଇଛି ବିଜେପି । ଯଦି ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆ ନଯାଏ ତେବେ ବିଜେପି ଗାଁ ଗାଁ ବୁଲି ଜୋରଦାର ପ୍ରତିବାଦ କରିବ । ଲୋକଙ୍କୁ ପ୍ରକୃତ ଘଟଣା କ’ଣ ସେ ନେଇ ଅବଗତ କରାଇବ ଦଳ ବୋଲି ଲେଖାଶ୍ରୀ କହିଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ