ETV Bharat / state

ସୁନାମୁଖି ନଦୀ ଉପରେ ବ୍ୟାରେଜ, ଚାଷୀଙ୍କ ମୁହଁରେ ଫୁଟାଇବ ହସ

author img

By

Published : Dec 26, 2022, 7:24 AM IST

ବ୍ରହ୍ମଗିରି ବ୍ଲକ ନରସିଂହ ପାଟଣା ଗ୍ରାମରେ ଥିବା ସୁନାମୁଖି ନଦୀରେ 4,90,62.490 କୋଟି ଟଙ୍କା ବ୍ୟୟରେ ବ୍ୟାରେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ

lay foundation of barrage
lay foundation of barrage
ସୁନାମୁଖି ନଦୀ ଉପରେ ବ୍ୟାରେଜ

ବ୍ରହ୍ମଗିରି: ସୁନାମୁଖି ନଦୀ ଉପରେ ବ୍ୟାରେଜ୍ ଚାଷୀଙ୍କ ମୁହଁରେ ହସ ଫୁଟାଇବ । ଏନେଇ ଗତକାଲି ବ୍ରହ୍ମଗିରି ବ୍ଲକ ଆମ୍ବପଡା ପଞ୍ଚାୟତ ନରସିଂହ ପାଟଣା ଗ୍ରାମରେ ଥିବା ବହୁ ପ୍ରତିକ୍ଷିତ ସୁନାମୁଖି ନଦୀ ଉପରେ 4,90,62.490 କୋଟି ଟଙ୍କା ବ୍ୟୟରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର (ବ୍ୟାରେଜ)ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ତେବେ ଏହି ବ୍ୟାରେଜ ହେବା ଫଳରେ ଆମ୍ବପଡା ପଞ୍ଚାୟତର ନରସିଂହ ପାଟଣା, ବଳଭଦ୍ର ପାଟଣା, ଜଗନ୍ନାଥ ପାଟଣା, ବରୁଡି, ବରଝଙ୍ଗା, ରେଣ୍ଢା ବରପଦା, ପଲଙ୍କ ପଞ୍ଚାୟତର ପଲଙ୍କ, ଚଣ୍ଡିପୁଟ, ମୋଟ, ରେବଣା ନୂଆଗାଁ ପଞ୍ଚାୟତର ଆଳିଆପୁଟ, ରେବଣା ନୂଆଗାଁ, ଜଗନ୍ନାଥ ପୁର, କଡାଜିତ ଏବଂ ଗୋରୁଆଳ ପଞ୍ଚାୟତର ଚାଷୀ ଉପକୃତ ହେବେ । କୃଷି ପ୍ରଧାନ ରାଜ୍ୟ ଆମ ଓଡ଼ିଶା । ଏଠି ସବୁଜ ଶ୍ୟାମଳରେ ପରିପୂର୍ଣ୍ଣ ଥାଏ ପ୍ରତ୍ୟେକ ଚାଷୀର କ୍ଷେତ । ଅନ୍ୟର ପେଟକୁ ଖାଦ୍ୟ ଯୋଗାଇଦେବା ପାଇଁ ଚାଷୀ ଟିଏ ଦିନ ରାତିକୁ ଏକ କରି କରିଥାଏ ଚାଷ କାର୍ଯ୍ୟ । ସେଇଥିପାଇଁ ତ ଚାଷୀଙ୍କୁ କୁହାଯାଏ ଅନ୍ନଦାତା । ଚାଷ ଜମିକୁ ବ୍ୟାପକ ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥା ହେଉ କି ଚାଷ କାର୍ଯ୍ୟ ପାଇଁ ସହାୟତା ଯୋଗାଇ ଦେବା ନେଇ ସରକାର ପ୍ରାଥମିକତା ଦେଇ ଆସିଛନ୍ତି ।

ଏହା ସହିତ ବ୍ରହ୍ମଗିରି ବ୍ଲକର ଦକ୍ଷିଣ କାଣିଆର 6.7 କିମି ଠାରୁ 15.70 କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ବକ୍ସି କାଣିଆର 8.6 କିମି ଠାରୁ 10.1 କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ବେଣା କାଣିଆର 0 କିମି ଠାରୁ 4.5କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ଚଉଦ ସହ ମଉଜାର 5.6କିମି ଠାରୁ 7.6 କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ 1,62,19,570 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏଥି ସହିତ ଦକ୍ଷିଣ କାଣିଆର 15.7କିମି ଠାରୁ 20.00କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ଏବଂ ବାସନପୁର କେନାଲର 0କିମି ଠାରୁ 4.0କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ 4,23,89,194 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଅନ୍ୟପଟେ ଏହି କାର୍ଯ୍ୟ ସବୁ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସଂଜୟ କୁମାର ଦାସବର୍ମା କହିଛନ୍ତି । ବ୍ରହ୍ମଗିରି ଚାଷୀ କୂଳର ଦୀର୍ଘ ଦିନର ଦାବି ଫଳରେ ଆମ୍ବପଡା ପଞ୍ଚାୟତ ନରସିଂହ ପାଟଣା ଠାରେ ବହୁ ପ୍ରତିକ୍ଷିତ ସୁନାମୁଖି ନଦୀ ଉପରେ 4,90,62.490 କୋଟି ଟଙ୍କା ବ୍ୟୟରେ ବ୍ୟାରେଜକୁ ନେଇ ବ୍ରହ୍ମଗିରି ଚାଷୀଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି ।

ଏଥିସହ ବ୍ରହ୍ମଗିରି ଜଳସେଚନ ଓ ଜଳ ନିଷ୍କାସନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବକ୍ସି କାଣିଆ, ଦକ୍ଷିଣ କାଣିଆ, ବେଣା କାଣିଆ, ଏକ ନାଳିଆ, ତଉଦସହ ମୈାଜା, ସୁନାମୁଖି ଏବଂ ମହଲାପାଟରୁ ଦଳ ଭର୍ତ୍ତି ହୋଇଥିବାରୁ ସେଇଥିରୁ ସବୁ ଦଳ ସଫା ଏବଂ ପୁନଃଉଦ୍ଧାର କାର୍ଯ୍ୟ ଜଳସମ୍ପଦ ବିଭାଗ ଦ୍ବାରା ଖୁବଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣୀ ସ୍ଵାଇଁ ସମେତ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଓ ପଞ୍ଚାୟତର ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.