ETV Bharat / state

ସରିଲା ଶହୀଦଙ୍କ ଶେଷକୃତ୍ୟ, ପୁରୀରେ ଶୋକାକୁଳ ପରିବେଶ

author img

By ETV Bharat Odisha Team

Published : Nov 6, 2023, 9:46 PM IST

ଜନ୍ମମାଟି ପୁରୀ ଜିଲ୍ଲା ଗୋପ ବ୍ଳକ ମଲ୍ଲଗ୍ରାମରେ ଶହୀଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ ପରେ ଅନ୍ତିମ ସଂସ୍କାର କରାଯାଇଛି । କେତେକ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶହୀଦ ହୋଇଥିବା କୁହାଯାଉଥିବାବେଳେ ଏହାର ସଠିକ ତଦନ୍ତ ଦାବି କରିଛନ୍ତି ପରିବାର ।

last rites of martyr pratap ranjan
ସରିଲା ଶହୀଦଙ୍କ ଶେଷକୃତ୍ୟ

ସରିଲା ଶହୀଦଙ୍କ ଶେଷକୃତ୍ୟ

ପୁରୀ: ପଞ୍ଚଭୂତରେ ଲୀନ ହୋଇଯାଇଛି ଶହୀହଙ୍କ ପାର୍ଥିବ ଶରୀର । ଜନ୍ମମାଟିରେ ପହଞ୍ଚିବା ପରେ ଶହୀଦ ଯବାନ ପ୍ରତାପଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି । ବନ୍ଧୁ ପରିଜନ, ଗ୍ରାମବାସୀ ଓ ରାଜନେତା ସମସ୍ତେ ଆସି ଶହୀଦଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ଜନ୍ମମାଟି ପୁରୀ ଜିଲ୍ଲା ଗୋପ ବ୍ଳକ ମଲ୍ଲଗ୍ରାମରେ ଶହୀଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିଲା । ଏହାପରେ ଜନ୍ମମାଟିରେ ଶହୀଦ ପ୍ରତାପ ରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନା ଅନୁସାରେ, ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା ଶହୀଦ ଯବାନଙ୍କ ପାର୍ଥିବ ଶରୀର। ଏହାପରେ ଶହୀଦଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରୁ ଖୋର୍ଦ୍ଧା ବିଏସଫ୍ କ୍ୟାମ୍ପକୁ ନିଆଯାଇଥିଲା । ଆଜି ଶହୀଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଜନ୍ମମାଟି ପୁରୀ ଜିଲ୍ଲା ଗୋପ ବ୍ଳକ ମଲ୍ଲଗ୍ରାମରେ ପହଞ୍ଚିଥିଲା ପାର୍ଥିବ ଶରୀର । ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ସମୟରେ ବିଧାୟକ ସମୀର ରଞ୍ଜନ ଦାସ ମଧ୍ୟ ଉପସ୍ଥିତ ରହିଥିଲେ ।

ମେଘାଳୟ ଓ ବାଲାଂଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିବାବେଳେ ସେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଏକ ଖାତକୁ ଖସି ପଡ଼ିଥିଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟରତ ଥିଲେ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଛି। ତେବେ କେତେକ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶହୀଦ ହୋଇଥିବା କୁହାଯାଉଥିବାବେଳେ ଏହାର ସଠିକ ତଦନ୍ତ ଦାବି କରିଛନ୍ତି ପରିବାର ।

ଏହା ବି ପଢନ୍ତୁ...ମେଘାଳୟରେ ଓଡ଼ିଆ ଯବାନ ଶହୀଦ, ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ପାର୍ଥିବ ଶରୀର

ଏହା ବି ପଢନ୍ତୁ...ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ, ଶହୀଦ ସରୋଜ ଅମର ରହେ ଧ୍ବନିରେ କମ୍ପିଲା କେନ୍ଦୁଢିପ

ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ତିମ ଦର୍ଶନ ପାଇଁ ଆସିଥିଲେ ବିଧାୟକ ସମୀର ରଞ୍ଜନ ଦାସ । ସେ ମଧ୍ୟ ଶୋକ ପ୍ରକାଶ କରିବା ସହ କହିଛନ୍ତି, "ପ୍ରତାପ ଦେଶ ପାଇଁ ଜୀବନ ଦେଇଛନ୍ତି । ତାଙ୍କୁ ହରାଇ ଆମେ ସମସ୍ତେ ଦୁଃଖିତ । ଏବଂ ସମାନ ପରିମାଣରେ ଗର୍ବିତ ମଧ୍ୟ । ଆପଣ ଅଞ୍ଚଳର ପୁଅ ଦେଶ ପାଇଁ ଶହୀଦ ହୋଇ ଆମକୁ ଗର୍ବିତ କରାଇଛି।" ଏହାସହ ସେ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.