ETV Bharat / state

ଆସନ୍ତାକାଲିଠୁ କୋଣାର୍କ ମହୋତ୍ସବ, ସଜେଇ ହେଲାଣି ଚନ୍ଦ୍ରଭାଗା ପୀଠ - Konark mahotsav

କୋଣାର୍କ ମହୋତ୍ସବ-2020 ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କାରିଗରମାନଙ୍କ ଦ୍ଵାରା ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ସଜେଇ ହେଉଥିବାବେଳେ ବାଲୁକା ଶିଳ୍ପୀଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ଅଧିକ ପଢନ୍ତୁ...

Konark mahotsav Festival
ଆସନ୍ତାକାଲିଠୁ କୋଣାର୍କ ମହୋତ୍ସବ
author img

By

Published : Nov 30, 2020, 10:49 AM IST

ପୁରୀ: କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଆରମ୍ଭ ହେବାକୁ ଥିବା କୋଣାର୍କ ମହୋତ୍ସବ-2020 ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କାରିଗରମାନଙ୍କ ଦ୍ଵାରା ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ସଜେଇ ହେଉଥିବାବେଳେ ବାଲୁକା ଶିଳ୍ପୀଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ ।

ସେପଟେ ଗତବର୍ଷ ତୁଳନାରେ ଚଳିତବର୍ଷ ମହାମାରୀ କୋଭିଡ କଟକଣାକୁ ଦୃଷ୍ଟିରେ ରଖି କୋଣାର୍କ ଉତ୍ସବ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିତରେ କିପରି ସାମାଜିକ ଦୂରତା ରଖାଯାଇ କାର୍ଯ୍ୟକ୍ରମ ଅୟୋଜନ ହେବ ସେନେଇ ବିଶେଷ ଦୃଷ୍ଟି ରଖିଛି ପ୍ରଶାସନ।

ଆସନ୍ତାକାଲିଠୁ କୋଣାର୍କ ମହୋତ୍ସବ

ଆସନ୍ତା ଡିସେମ୍ଵର 1 ତାରିଖ ଠାରୁ 5 ତାରିଖ ପର୍ଯ୍ୟନ୍ତ କୋଣାର୍କ ମହୋତ୍ସବ-2020 ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ସଂନ୍ଧ୍ୟା ସମୟରେ ରଙ୍ଗୀନ ଆଲୋକରେ ଝଲସିଲାଣି କୋଣାର୍କ । ଚଳିତବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବକୁ ମଧ୍ୟ ଅକର୍ଷଣ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି ।

5 ଦିନିଆ ଏହି କୋଣାର୍କ ଉତ୍ସବରେ ମୁକ୍ତାକାଶ ରଙ୍ଗମଞ୍ଚରେ ନାମିଦାମୀ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହିତ ଚନ୍ଦ୍ରଭାଗା ପୀଠରେ 5 ଦିନ ମଧ୍ୟରେ ଏହି ବାଲୁକା କଳାକାରଙ୍କ ଦ୍ବାରା ନିଖୁଣ କଳା ମାଧ୍ୟମରେ ପ୍ରକୃତି ପର୍ଯ୍ୟଟନ, ସଂସ୍କୃତି ଓ ପର୍ଵ ପର୍ବାଣୀ, ମହିଳା ସଶକ୍ତିକରଣ, ପ୍ଲାଷ୍ଟିକକୁ ନା ଓ ଐତିହର ବାର୍ତ୍ତା ଦିଆଯିବ ।

ସେପଟେ କୋଭିଡ କଟକଣାରେ କୋଣାର୍କ ଉତ୍ସବ କିଭଳି ଭାବରେ ସୂଚାରୁ ରୂପେ ଅନୁଷ୍ଠିତ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରୁଟ ମ୍ୟାପ କରାଯାଇଥିବା ବେଳେ ଟ୍ରାଫିକ ସମସ୍ୟା କିଭଳି ନଉପୁଜିବ ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାସହ କୋଣାର୍କ ଉତ୍ସବକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କୋଣାର୍କ ଏନଏସି କାର୍ଯ୍ୟ ନିର୍ବାହ ଯନ୍ତ୍ରୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.