ETV Bharat / state

କୋଣାର୍କ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ - konark utshav prepartion meeting

ଆସନ୍ତା ଡିସେମ୍ବର 1 ରୁ 5 ତାରିଖ  ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି କୋଣାର୍କ ଉତ୍ସଵ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ।  ଏନେଇ ସୋମବାର  କୋଣାର୍କ ଯାତ୍ରୀ ନିବାସରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Nov 18, 2019, 11:49 AM IST

ପୁରୀ: ଆସନ୍ତା ଡିସେମ୍ବର 1 ରୁ 5 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ କୋଣାର୍କ ଉତ୍ସଵ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ସୋମବାର କୋଣାର୍କ ଯାତ୍ରୀ ନିବାସରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସମେତ ବିଭିନ୍ନ ବିଭାଗର ଅଫିସର, ବୁଦ୍ଧିଜୀବୀ ଅଂଶ ଗ୍ରହଣ କରି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଚଳିତ ବର୍ଷ ଇଣ୍ଡୋନେସିଆର ବାଲି ନୃତ୍ୟ ଉତ୍ସବର ମୁଖ୍ୟ ଆକର୍ଷଣ ହେବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବ। ଏଥିସହ ଏହି ଉତ୍ସବରେ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବାର ମଧ୍ୟ କାର୍ଯକ୍ରମ ରହିଛି ।

ଏଥିସହ ମୁକ୍ତାକାଶ ରଙ୍ଗ ମଞ୍ଚରେ ସନ୍ଧ୍ୟା 6 ଟା ରୁ ରାତି ସାଢ଼େ 8 ଟା ପର୍ଯ୍ୟନ୍ତ ଓଡ଼ିଶୀ, କଥକ , କୁଚି ପୁଡି ଆଦି ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ। ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ସକାଳ 9 ଟାରୁ ରାତି 9ଟା ଯାଏଁ ବାଲୁକାକଳା ପ୍ରଦର୍ଶନ ହେବ। ଏଥିସହ ମିନା ବଜ଼ାର, ସାହିତ୍ୟ ଉତ୍ସଵ, ପୁସ୍ତକ ମେଳା, ଗଣଦୌଡ଼ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ତେବେ ବାଲୁକା କଳା ଉତ୍ସବରେରେ ଏଥର ଦେଶ ବିଦେଶରୁ 55 ଜଣ ମହିଳାଙ୍କ ସମେତ ବୋହୂ ବାଲୁକାଶିଳ୍ପୀ ସାମିଲ ହେବେ । ଏପଟେ ଉତ୍ସବ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା, ପାର୍କିଂ, ପରିମଳ, ଅଲୋକ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା, ଓଡ୍ରାଫ ଟିମ, ଅଗ୍ନିଶମ ବିଭାଗ, ଏଏସଆଇ ଆଦି ବିଭାଗକୁ ସୂଚାର ରୂପେ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥର କୋଣାର୍କ ଉତ୍ସବ ବେଶ ଆକର୍ଷଣୀୟ ହେବ ବୋଲୀ ପର୍ଯ୍ୟଟନ ବିଭାଗ ଆଶା ରଖିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ଉତ୍ସବ ପ୍ରସ୍ତୁତି ବୈଠକBody:ଅସନ୍ତା ଡିସେମ୍ବର 1 ରୁ 5 ତାରିଖ ପାଞ୍ଚ ଦିନ ବ୍ୟାପି କୋଣାର୍କ ଉତ୍ସଵ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ଇଣ୍ଡୋନେସିଆ ର ବାଲି ନୃତ୍ୟ ଚଳିତ ବର୍ଷ ନୃତ୍ୟ ଉତ୍ସବ ର ମୁଖ୍ୟ ଆକର୍ଷଣ ହେବ। କୋଣାର୍କ ଯାତ୍ରୀ ନିବାସ ରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ର ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଂଗ ମଞ୍ଚ ରେ ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବ। ଚନ୍ଦ୍ର ଭାଗା ବେଳାଭୂମି ରେ ଅନ୍ତର୍ଜାତୀୟ ବଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଜିଲାପାଳ ବଲବନ୍ତ ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅଫିସର, ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ। ଉତ୍ସବ ସମୟ ରେ ଆଇନ ଶୃଙ୍ଖଳା , ପାର୍କିଂ, ପରିମଳ, ଅଲୋକ ବ୍ୟବସ୍ଥା , ସ୍ୱାସ୍ଥ୍ୟ ସେବା , ଓଡ୍ରାଫ ଟିମ , ଅଗ୍ନିସମ ବିଭାଗ , ଏ ଏସ ଆଇ ଆଦି ବିଭାଗ କୁ ସୂଚରୁ ରୂପେ ତୁଲାଇବା ପାଇଁ ନିର୍ଦେ ସ ଦିଆଯାଇ ଥିଲା। ମୁକ୍ତାକାଶ ରଙ୍ଗ ମଞ୍ଚ ରେ ସନ୍ଧ୍ୟା 6 ଟା ରୁ ରାତି ସାଢ଼େ 8 ଟା ପର୍ଯ୍ୟନ୍ତ ଓଡ଼ିଶୀ, କଥକ , କୁଚି ପୁଡି , ଆଦି ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ। ସେହିପରି ଚନ୍ଦ୍ର ଭାଗା ବେଳାଭୂମି ରେ ସକାଳ 9 ଟା ରୁ ରାତି 9 ଟା ଯାଏ ବାଲୁକାକଳା ପ୍ରଦର୍ଶନ ହେବ। ଏଠି ସହିତ ମିନା ବଜ଼ାର , ସାହିତ୍ୟ ଉତ୍ସଵ, ପୁସ୍ତକ ମେଳା , ଗଣ ଦୌଡ଼ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାଲୁକା କଳା ଉତ୍ସବରେ ରେ ଏଥର ଦେଶ ବିଦେଶ ରୁ 55 ଜଣ ମହିଳା ଙ୍କ ସମେତ ବୋହୁ ବାଲୁକାଶିଳ୍ପୀ ଯୋଗ ଦେବେ। ଏଥର କୋଣାର୍କ ଉତ୍ସବ ବେଶ ଆକର୍ଷଣୀୟ ହେବ ବୋଲୀ ପର୍ଯ୍ୟଟନ ବିଭାଗ ଆଶା ରଖିଛି।

ବାଇଟ,, ବିଶାଳ ଦେବ, ସଚିବ, ପର୍ଯ୍ୟଟନ ବିଭାଗ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.