ETV Bharat / state

କୋଣାର୍କରେ କୋଭିଡ ମାଡ, ଠପ୍ ପଡିଛି ବ୍ୟବସାୟ - କୋଣାର୍କରେ କୋଭିଡ ମାଡ

କୋଣାର୍କ ମନ୍ଦିର ବନ୍ଦ ସମେତ ପର୍ଯ୍ୟଟକଙ୍କ ଆଗମନ ଉପରେ ମଧ୍ୟ ରୋକ ଲଗାଯାଇଛି। ତେବେ ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ ବିଭିନ୍ନ କୋଣାର୍କ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର ବ୍ୟବସାୟ ଠପ ହୋଇପଡିଛି । ଅଧିକ ପଢନ୍ତୁ...

କୋଣାର୍କରେ କୋଭିଡ ମାଡ, ଠପ୍ ପଡିଛି ବ୍ୟବସାୟ
କୋଣାର୍କରେ କୋଭିଡ ମାଡ, ଠପ୍ ପଡିଛି ବ୍ୟବସାୟ
author img

By

Published : May 1, 2021, 1:02 PM IST

ପୁରୀ: ମହାମାରୀ କୋରୋନାର ଦ୍ବିତୀୟ ଲହର ସାରା ରାଜ୍ୟରେ କାୟା ବିସ୍ତାର କରିଥିବା ବେଳେ ସେଥିରୁ ରକ୍ଷା ପାଇବା ପାଇଁ ସରକାର କୋଭିଡ କଟକଣାକୁ ଜୋରଦାର କରିଛନ୍ତି। ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ଥିବା ବେଳେ ଐତିହ୍ୟ ସ୍ମାରକୀ କୋଣାର୍କ ମନ୍ଦିର ମଧ୍ୟ ବନ୍ଦ ରହିଛି। ତେବେ କୋଣାର୍କ ମନ୍ଦିର ବନ୍ଦ ସମେତ ପର୍ଯ୍ୟଟକଙ୍କ ଆଗମନ ଉପରେ ମଧ୍ୟ ରୋକ ଲଗାଯାଇଛି । ତେବେ ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ ବିଭିନ୍ନ କୋଣାର୍କ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର ବ୍ୟବସାୟ ଠପ ହୋଇପଡିଛି ।

କୋଣାର୍କରେ କୋଭିଡ ମାଡ, ଠପ୍ ପଡିଛି ବ୍ୟବସାୟ

ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ହେବାପରେ ପର୍ଯ୍ୟଟକମାନେ ଆସୁନଥିବା ବେଳେ ଏହାରି ଉପରେ ନିର୍ଭର କରି ପରିବାର ଭରଣପୋଷଣ କରି ଚଳୁଥିବା ଫଟୋଗ୍ରାଫର, ଗାଇଡ୍, ହସ୍ତଶିଳ୍ପ ବ୍ୟବସାୟୀ, ହୋଟେଲ, ରେଷ୍ଟୁରାଣ୍ଟ ବ୍ୟବସାୟୀଙ୍କ ଉପରେ ପଡିଛି କୋରୋନା ମାଡ । ଗତବର୍ଷ ଲକଡାଉନରେ ଯେମିତି କ୍ଷତି ସହିଥିଲେ ଏବେ ମଧ୍ୟ ସେଭଳି କ୍ଷତି ସହିବାର ଆଶଙ୍କା ଦେଖା ଦେଇଛି । କଟକଣା ପରେ ଖାଁ ଖାଁ ପଡିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର । ଗତବର୍ଷ ଭଳି ଲକଡାଉନ୍, ସଟଡାଉନ୍ ଲାଗୁ ହୋଇନାହିଁ ସତ ହେଲେ କୋଭିଡ କଟକଣା ଓ ପର୍ଯ୍ୟଟକଙ୍କ ବିନା ବ୍ୟବସାୟ ବ୍ୟାପକ କ୍ଷତିରେ ଚାଲୁଛି ।

କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ ହୋଟେଲ ଚାଲିଥିଲେ ମଧ୍ୟ ଗ୍ରାହକ ଆସୁନଥିବାରୁ କାମ କରୁଥିବା କର୍ମଚାରୀଙ୍କ ଦରମା ବାହାରିବ ନାହିଁ ବୋଲି କହିଛନ୍ତି ହୋଟେଲ ମାଲିକ । ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁସାରେ ହୋଟେଲ ଓ ରେଷ୍ଟୁରାଣ୍ଟରେ କେହି ବସି ଖାଇ ପାରିବେ ନାହିଁ କେବଳ ପାର୍ସଲ ନେଇପାରିବେ । ତଥାପି ମାନ୍ଦା ରହିଛି ବେପାର । କୋରୋନା ସଂକ୍ରମଣ ଓ କୋଭିଡ ନିୟମ ଯୋଗୁଁ ଦେଶ ବିଦେଶରୁ ଆସୁନାହାନ୍ତି ପର୍ଯ୍ୟଟକମାନେ । ଅନ୍ୟପଟେ ସଂକ୍ରମଣ ସମ୍ଭାବନାକୁ ଏଡାଇବା ପାଇଁ ହୋଟେଲର ଅଧାରୁ ଅଧିକ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି । ପୁଣି କେତେକ ହୋଟେଲ ବନ୍ଦ ମଧ୍ୟ କରିଦେଲେଣି ।

ଏହି ସ୍ଥିତି ଜାରି ରହିଲେ ହୋଟେଲ ଓ ଟୁରିଜମ ଶିଳ୍ପ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖା ଦେଇଛି । ସେପଟେ କୋଭିଡ ମାଡରେ ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷତିରେ ଚାଲୁଥିଲେ ମଧ୍ୟ ସରକାର କୌଣସି ଆର୍ଥିକ ସାହାଯ୍ୟ ଦେବା କଥା ଚିନ୍ତା କରୁନାହାନ୍ତି । ସେହିପରି ହୋଲଡିଂ ଟ୍ୟାକ୍ସ ଆଦିରେ ସରକାର ଛାଡ଼ ଦେବା ନେଇ କୌଣସି ଚିନ୍ତା କରୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ହୋଟେଲ ମାଲିକ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.