ETV Bharat / state

ସଜେଇ ହୋଇଛି କୋଣାର୍କ , କୋଣାର୍କ ଉତ୍ସବ ୨୦୨୨ ପାଇଁ ପ୍ରସ୍ତୁତି ଶେଷ

author img

By

Published : Nov 30, 2022, 5:28 PM IST

କୋଣାର୍କ ଉତ୍ସବ ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ । ରଙ୍ଗୀନ ଆଲୋକରେ ଝଲସିବ କୋଣାର୍କ । ଅଧିକ ପଢନ୍ତୁ

ସଜେଇ ହୋଇଛି କୋଣାର୍କ ,   କୋଣାର୍କ ଉତ୍ସବ ୨୦୨୨ ପାଇଁ ପ୍ରସ୍ତୁତି ଶେଷ
ସଜେଇ ହୋଇଛି କୋଣାର୍କ , କୋଣାର୍କ ଉତ୍ସବ ୨୦୨୨ ପାଇଁ ପ୍ରସ୍ତୁତି ଶେଷ

ପୁରୀ: କୋଣାର୍କ ଉତ୍ସବ ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ସଜେଇ ହୋଇଥିବା ବେଳେ ବାଲୁକା ଶିଳ୍ପୀ ମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୃଷ୍ଠ । ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରଙ୍ଗୀନ ଆଲୋକରେ ଝଲସିବ କୋଣାର୍କ । ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବକୁ ମଧ୍ୟ ଆକର୍ଷଣୀୟ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି ।

୫ ଦିନଧରି ଚାଲିବାକୁ ଥିବା କୋଣାର୍କ ଉତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ ନାମିଦାମୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବ । ବାଲୁକା ମହୋତ୍ସବରେ ଦେଶ ବିଦେଶର କଳାକାର ମାନେ ପ୍ରତିନିଧିତ୍ଵ କରିବେ ଏହି କାର୍ଯ୍ୟକ୍ରମରେ । ଏଠାରେ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ଵାରା କଥକ, କୁଚୁପୁଡି, ଓଡିଶୀ ନୃତ୍ୟ, ଭାରତନାଟ୍ୟମ ପରିବେଷଣ କରାଯିବ, ଯେଉଁଥିରେ ଓଡିଶାର କଳା ସଂସ୍କୃତି ସହିତ ଭାରତୀୟ କଳା ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ ନୃତ୍ୟଙ୍ଗନା ମାନେ । ବିଶେଷକରି ଏହି ନୃତ୍ୟଶିଳ୍ପୀ ମାନେ ଛତିଶଗଡ, ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ ଓ ଦିଲ୍ଲୀର ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହେବ । ମାଲେସିଆ ନୃତ୍ୟ ଶିଳ୍ପୀଙ୍କ ଦ୍ଵାରା ଓଡିଶୀ ପରିବେଷଣ ହେବ ।

ସେହିପରି ବାଲୁକା ମହୋତ୍ସବରେ ଅନ୍ତର୍ଜାତୀୟ କଳାକାର ମାନଙ୍କ ଦ୍ଵାରା ବାଲିରେ ଜୀବନ୍ତ ଛବିକୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ । ଗତ ଦୁଇ ବର୍ଷ ଧରି ବିଦେଶୀ କଳାକାର ଓ ପର୍ଯ୍ୟଟକଙ୍କ ଉପରେ କଟକଣା ରହିଥିଲା ବେଳେ ଚଳିତ ବର୍ଷ ବିଦେଶୀ କଳାକାର ଓ ବାଲୁକା ଶିଳ୍ପୀ ଭାଗ ନେବାର ଆଶା କରାଯାଉଛି । ଏହି ୫ ଦିନିଆ ମହୋତ୍ସବରେ ପ୍ରତ୍ୟେକ ଦିନ ବିଭିନ୍ନ ବିଷୟକୁ ନେଇ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ଦେଖାଇବାର ସୁଯୋଗ ପାଇବେ ।

ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସୂଚାରରୂପେ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୋଣାର୍କ ଉତ୍ସବକୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ଭାବରେ ଏହି ପାଞ୍ଚ ଦିନକୁ ସିସି ଟିଭି ମଧ୍ୟରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଦୀର୍ଘ ଦୁଇ ବର୍ଷ ପରେ ଦର୍ଶକ ମାନେ କୋଣାର୍କ ମହୋତ୍ସବ ସହିତ ବାଲୁକା କଳା ,ମୀନା ବଜାର ଦେଖିବାର ସୁଯୋଗ ପାଇବେ ଦର୍ଶକ । ଯାହାକୁ ଉତ୍କଣ୍ଠା ସହ ଅପେକ୍ଷାରେ ଅଛନ୍ତି ଦର୍ଶକ ।

ସେପଟେ କୋଭିଡ କଟକଣା କୋହଳ ହେବା ପରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆୟଆଇଛି । ଅନ୍ୟପଟେ ମୀନାବଜାର ଓ ଯାତ୍ରା ଉପରେ ଚଳିତ ବର୍ଷ କଟକଣା କୋହଳ ହୋଇଥିଲା ବେଳେ ଟ୍ରାଫିକ ସମସ୍ୟା ଓ ପେଟ୍ରୋଲିଂ କୁ ଦିଆଯାଇଛି ଗୁରୁତ୍ବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.