ETV Bharat / state

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା: ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର - କାର୍ତ୍ତୀକ ପୂର୍ଣ୍ଣିମା ପ୍ରସ୍ତୁତି

ମହାପ୍ରଭୁ ରତ୍ନ ସିଂହାସନରେ ରାଜରଜେଶ୍ବର ବେଶ ତଥା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀମନ୍ଦିରକୁ । ଅଧିକ ପଢନ୍ତୁ..

ଶ୍ରୀକ୍ଷେତ୍ରରେ ଜୋରଦାର କାର୍ତ୍ତୀକ ପୂର୍ଣ୍ଣିମା ପ୍ରସ୍ତୁତି
author img

By

Published : Nov 11, 2019, 3:24 PM IST

ପୁରୀ: ରାତି ପହିଲେ କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁ ରତ୍ନ ସିଂହାସନରେ ରାଜରଜେଶ୍ବର ବେଶ ତଥା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀମନ୍ଦିରକୁ । ଏନେଇ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଶ୍ରୀକ୍ଷେତ୍ରରେ ଜୋରଦାର କାର୍ତ୍ତୀକ ପୂର୍ଣ୍ଣିମା ପ୍ରସ୍ତୁତି

ଶ୍ରୀମନ୍ଦିର ସିଂହ ଦ୍ବାରଠାରୁ ଶ୍ରୀନଅର ପର୍ଯ୍ୟନ୍ତ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ମଙ୍ଗଳବାର କେବଳ ସିଂହଦ୍ବାର ଦେଇ ପ୍ରବେଶ କରିପାରିବେ । ଅନ୍ୟଦ୍ବାରରେ ପ୍ରସ୍ଥାନ କରିବେ । ସେହିପରି ମନ୍ଦିର ଭିତରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ନେଇ ସ୍ବତନ୍ତ୍ର ପୋଲିସ ଟିମ୍ ଓ ସାଧା ପୋଷାକଧାରୀ ପୋଲିସ ରହିବେ । 40 ପ୍ଲାଟୁନ ପୋଲିସ ଫୋର୍ସ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ତଥା ବିଭିନ୍ନ ଜାଗାରେ ମୁତୟତ ରହିବେ ।

ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଡ଼ଙ୍ଗା ଭଷା ପରମ୍ପରା ଥିବାରୁ ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଅଗ୍ନିଶମ କର୍ମଚାରୀ, ଲାଇଫ ଗାର୍ଡ ରହିବେ । ସେହିପରି ବଡ଼ ଦାଣ୍ଡରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଗାଡି, ପାଣି ଟ୍ୟାଙ୍କର ରହିବ ।

ମଙ୍ଗଳବାର ରାତ୍ର ଦୁଇଟା ପରେ ଶ୍ରୀମନ୍ଦିର ଦ୍ବାର ଫିଟା ସମେତ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ସକାଳେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ସୁନା ବେଶ ତଥା ରାଜରଜେଶ୍ବର ବେଶ ଅନୁଷ୍ଠିତ ହେବ । ଏହି ବେଶରେ ସକାଳ ଧୂପ, ବାଳ ଧୂପ ଓ ମଧ୍ୟାହ୍ନ ଧୂପ ମଧ୍ୟ ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:_purnami preparation_vis_

Body:_purnami preparation_vis_

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.