ETV Bharat / state

ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ, ଆଜିଠୁ ପଞ୍ଜୀକରଣ ଆରମ୍ଭ - କାର୍ତ୍ତିକ ବ୍ରତ 2023

ଆଉ କିଛି ଦିନ ପରେ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ । ଅଧିକ ପଢ଼ନ୍ତୁ

Kartik Brata Registration
Kartik Brata Registration
author img

By ETV Bharat Odisha Team

Published : Oct 3, 2023, 6:05 PM IST

Updated : Oct 3, 2023, 6:40 PM IST

ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ, ଆଜିଠୁ ପଞ୍ଜୀକରଣ ଆରମ୍ଭ

ପୁରୀ: ଆଉ କିଛି ଦିନ ପରେ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ତେବେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ୱେବସାଇଟ୍‌ ଲିଙ୍କ୍‌ ଜାରି କରାଯାଇ ଆବେଦନ ପାଇଁ ସୂଚନା ଦିଆଯାଇଛି । ଏହି ପଞ୍ଜୀକରଣ ଆଜିଠାରୁ ଜିଲ୍ଲା ପୁରୀ ପର୍ଯ୍ୟଟକଙ୍କ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ https://edistrict.odisha.gov.in ଓ୍ବେବ୍‌ସାଇଟ୍ ଲିଙ୍କ୍‌ରେ ଆବେଦନ କରିପାରିବେ ହବିଷ୍ୟାଳି । ଆସନ୍ତା ୨୯ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ହେବାକୁ ଥିବା ହବିଷ୍ୟାଳି ଶିବିରରେ ତିନି ହଜାରରୁ ଅଧିକ ହବିଷ୍ୟାଳିଙ୍କ ରହଣି, ବ୍ରତ ପାଳନ ନିମନ୍ତେ ବ୍ୟବସ୍ଥା, ପ୍ରତିଦିନ ମହାପ୍ରସାଦ ସେବନ, ଶ୍ରୀଜଗନ୍ନାଥ ଦର୍ଶନ, ସକାଳ ଜଳଖିଆ, ସ୍ନାନ ଶୌଚ ନିମନ୍ତେ ବିଶେଷ ବ୍ୟବସ୍ଥା କରାଯିବ ।

ଏହା ବି ପଢନ୍ତୁ- ହବିଷ୍ୟାଳିଙ୍କ ଚିକିତ୍ସା ପାଇଁ ଖୋଲିଲା ୨୪ ଘଣ୍ଟିଆ ଚିକିତ୍ସା କେନ୍ଦ୍ର

ପୁରୀ ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ ସମେତ ବଗଲା, ବାଗେଡିଆ ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ୟବସ୍ଥା କରାଯାଉଛି । କାର୍ତ୍ତିକ ମାସରେ ଶୀତକୁ ନଜରରେ ରଖି ହବିଷ୍ୟାଳିଙ୍କ ପାଇଁ କମ୍ବଳ, ମସା ଦାଉରୁ ରକ୍ଷା ପାଇା ଲାଗି ମସାରୀ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ସେହିପରି ତୀର୍ଥ ପୁଷ୍କରିଣୀଗୁଡ଼ିକରେ ସୁରକ୍ଷା ପାଇଁ ଲାଇଫ ଗାର୍ଡ ମୁତୟନ କରାଯିବ । ହବିଷ୍ୟାଳି ଶିବିରରେ ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ସହାୟତା ଡେସ୍କ ପ୍ରଭୃତି ଖୋଲାଯିବ । ହବିଷ୍ୟାଳିଙ୍କ ଶିବିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତାୟତ ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ବସ୍ ବ୍ୟବସ୍ଥା ମଧ୍ୟ କରାଯିବ ।

ଏହା ବି ପଢନ୍ତୁ- ଜାଣନ୍ତୁ କ'ଣ ରହିଛି କାର୍ତ୍ତିକ ମାସର ମାହାତ୍ମ୍ୟ

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍ବତନ୍ତ୍ର ଯୋଜନାକୁ କିଭଳି ସୂଚାରୁରୂପେ କରିହେବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଉଥିବା କହିଛନ୍ତି ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଓ ପୁରୀ ଜିଲ୍ଲାପାଳ । ଏନେଇ ଅଧିକ ସୂଚନା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ୯୬୯୨୭୨୦୫୯୪, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ୯୪୩୭୩୦୨୬୧୮, ଜିଲ୍ଲା କ୍ରୀଡ଼ା ଅଧିକାରୀ ୭୭୩୫୫୧୭୪୮୨ ସମେତ ଜିଲ୍ଲା କାର୍ଯ୍ୟାଳୟ ୦୬୭୫୨୨୨୨୬୬୪ ନମ୍ବର ଜାରି କରାଯାଇଛି । ଏହି ପଞ୍ଜୀକରଣ ଆଜିଠାରୁ ଜିଲ୍ଲା ପୁରୀ ପର୍ଯ୍ୟଟକଙ୍କ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ଅନ୍ୟ ଜିଲ୍ଲାର ହବିଷ୍ୟାଳିମାନେ ନିଜ ନିଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଆବେଦନ କରିପାରିବେ ।

ଇଟିଭି ଭାରତ, ପୁରୀ

Last Updated : Oct 3, 2023, 6:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.