ETV Bharat / state

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ଜାଣନ୍ତୁ ମହାପ୍ରଭୁଙ୍କ ବାଳଭୋଗର ମହାତ୍ମ୍ୟ

author img

By

Published : Oct 27, 2020, 12:22 PM IST

Updated : Oct 27, 2020, 12:47 PM IST

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି । ତେବେ ମହାପ୍ରଭୁଙ୍କ ଏହି ନୀତିକାନ୍ତି ମଧ୍ୟରେ ଥିବା ସ୍ବତନ୍ତ୍ର ବାଳଭୋଗ ଲାଗିକୁ ନେଇ ରହିଛି ସ୍ବତନ୍ତ୍ର ମାନ୍ୟତା । ଶୁଣନ୍ତୁ ଏନେଇ କଣ କୁହନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଡକ୍ଟର ଶରତ ମହାନ୍ତି...

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ଜାଣନ୍ତୁ ମହାପ୍ରଭୁଙ୍କ ବାଳ ଭୋଗର ମହାତ୍ମ୍ୟ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି ।

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ଜାଣନ୍ତୁ ମହାପ୍ରଭୁଙ୍କ ବାଳଭୋଗର ମହାତ୍ମ୍ୟ

ପ୍ରତିବର୍ଷ ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଥାଏ । ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ଦ୍ବାରଫିଟା ପରେ ମଙ୍ଗଳ ଆରତୀ, ମଇଲମ, ତଡପଲାଗି, ଅବକାଶ ପରେ ରାଧାଦାମୋଦର ଵେଶ ସରିଛି । ଏବେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ନୀତି ଚାଲିଥିବାବେଳେ ସକାଳଧୂପ, ବାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ପରେ ଦ୍ବିତୀୟ ଭୋଗମଣ୍ଡପ ପରେ ଦିବା ପହୁଡ ଏବଂ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡସିଂହାରବେଶ ଆଦି ନୀତି କରାଯିବ ।

ଆଗାମୀ ୨୫ ତାରିଖରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୨୬ରେ ବାଙ୍କଚୂଡା ବେଶ, ୨୭ରେ ନାଗାର୍ଜୁନ ବେଶ, ୨୮ରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀନୃସିଂହ ବେଶ ଓ ୩୦ରେ ରାଜାଧିରାଜ ବେଶରେ ସଜ୍ଜିତ ହେବେ । ତେବେ ମହାପ୍ରଭୁଙ୍କ ଏହି ନୀତିକାନ୍ତି ପଛରେ କିଛି ନା କିଛି ମହାତ୍ମ୍ୟ ରହିଛି । ସେହିପରି ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ସ୍ବତନ୍ତ୍ର ବାଳ ଭୋଗକୁ ନେଇ ମଧ୍ୟ ଏକ ମାନ୍ୟତା ରହିଛି । ବାଳ ଭୋଗ କେବଳ କାର୍ତ୍ତିକ ମାସରେ ଲାଗି ହୋଇଥାଏ । ଆଉ ଏହି ଭୋଗରେ କଣ ଦିଆଯାଇଥାଏ ଏବଂ ଏହି ଭୋଗ ଆରମ୍ଭ ପଛରେ କଣ ପୌରାଣିକ ଗାଥାକୁ ରହିଛି ସେ ନେଇ ସବିଶେଷ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଡକ୍ଟର ଶରତ ମହାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 27, 2020, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.