ETV Bharat / state

ପୋଲିସ ପଞ୍ଝାରେ 6 ବ୍ରାଉନ ସୁଗାର ବେପାରୀ, ୩୦ ଲକ୍ଷ ଟଙ୍କା ମୂଲ୍ୟର ଧଳା ଜହର ଜବତ

author img

By

Published : Nov 9, 2020, 1:31 PM IST

୬ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କଲା କାକଟପୁର ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ୨୯୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ...

Kakatpur police arrested 6 brown sugar smugglers
ପୋଲିସ ପଞ୍ଝାରେ 6 ବ୍ରାଉନ ସୁଗାର ବେପାରୀ

ପୁରୀ: ପୋଲିସ ପଞ୍ଝାରେ ବ୍ରାଉନ ସୁଗାର ବେପାରୀ । ୨୯୮ ଗ୍ରାମ ବ୍ରାଉନ ସୁଗାର ଜବତ ସହ ୬ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କଲା ପୁରୀ କାକଟପୁର ଥାନା ପୋଲିସ । ତେବେ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସ ପଞ୍ଝାରେ 6 ବ୍ରାଉନ ସୁଗାର ବେପାରୀ

ସୂଚନା ଅନୁଯାୟୀ ମିର ରାହତ ଅଲ୍ଲି ଓ ମିର ରୋସନ ଅଲ୍ଲି ଜଳେଶ୍ବରରୁ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ କାକଟପୁର ଆସିଥିଲେ। ତେବେ ବିଶ୍ବସ୍ତ ସୂତ୍ରରୁ ପୋଲିସ ଖବର ପାଇ କାକଟପୁରର ସୋମନାଥ ପେଟ୍ରୋଲ ପମ୍ପ ଠାରେ ଗାଡି ଚେକିଂ ସମୟରେ ଏହି ଅଭିଯୁକ୍ତଙ୍କ ଠାରୁ ବ୍ରାଉନ ସୁଗାର ଜବତ କରିଥିଲା । ପରେ ବ୍ରାଉନ ସୁଗାର ବିକ୍ରୀ ଅଭିଯୋଗରେ କାକଟପୁରର ରାଜକିଶୋର ସ୍ବାଇଁ, ବୁଢାଦେବ ଭୋଇ, ପୁରୀର ଜ୍ୟୋତିରଂଜନ ମହାନ୍ତି, ଅକ୍ଷୟ ଭୋଇଙ୍କ ସମେତ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ପୁରୀରେ ବ୍ରାଉନ ସୁଗାର ବେପାର ବ୍ୟାପକ ମାତ୍ରାରେ ବଢି ଚାଲିଥିବା ବେଳେ ପୋଲିସ ଏ ନେଇ ତୀକ୍ଷ୍ଣ ନଜର ରଖିବା ସହ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.