ETV Bharat / state

ଏସିଆନ ଗେମ୍ସରେ ଐତିହାସିକ ସଫଳତା ପରେ କିଶୋରଙ୍କ ଗାଁ ଉତ୍ସବମୁଖର, ମାଆ କହିଲେ ମାନସିକ ରଖିଛି

author img

By ETV Bharat Odisha Team

Published : Oct 4, 2023, 11:05 PM IST

ଏସିଆନ୍‌ ଗେମ୍ସ ୨୦୨୩ରେ ବୁଧବାର ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଏହାପରେ କିଶୋରଙ୍କ ଗାଁ ପୁରୀ ଜିଲ୍ଲା ବ୍ରହ୍ମଗିରି କୋଠସାହିରେ ଖେଳିଯାଇଛି ଉତ୍ସବର ମାହୋଲ । ଅଧିକ ପଢ଼ନ୍ତୁ

ଏସିଆନ ଗେମ୍ସରେ ସଫଳତା ପରେ କିଶୋରଙ୍କ ଗାଁ ଉତ୍ସବମୁଖର

ପୁରୀ: ବିଶ୍ବ କ୍ରୀଡା ଜଗତରେ ନୂତନ ତାରକା ଭାବେ ଉଭା ହୋଇଛନ୍ତି ଓଡ଼ିଆ ପୁଅ କିଶୋର କୁମାର ଜେନା । ଚୀନ୍‌ର ହାଙ୍ଗଝୌରେ ଜାରି ରହିଥିବା ଏସିଆନ୍‌ ଗେମ୍ସ ୨୦୨୩ରେ ବୁଧବାର ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି କିଶୋର । ଏହି ଇଭେଣ୍ଟରେ ଭରତର ସୁନା ପୁଅ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ଓଡ଼ିଆ ପୁଅ କିଶୋର । ତେବେ ପୁରୀ ଜିଲ୍ଲା ବ୍ରହ୍ମଗିରିର କୋଠସାହିରୁ ଏବେ ବିଶ୍ବ ଦରବାରରେ ପହଞ୍ଚିଛନ୍ତି କିଶୋର । ତାଙ୍କର ଏଭଳି ସଫଳତା ପରେ ଗାଁରେ ଖେଳିଯାଇଛି ଉତ୍ସବର ମାହୋଲ ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ

'କିଶୋର ପାଇଁ ମାନସିକ ରଖିଛି': କିଶୋରଙ୍କ ସଫଳତା ପାଇଁ ଠାକୁରଙ୍କ ନିକଟରେ ଅନେକ ମାନସିକ ରଖିଥିବା କହିଛନ୍ତି ତାଙ୍କ ମାଆ ହରପ୍ରିୟା ଜେନା । ସେ କହିଛନ୍ତି, "ମୋ ପୁଅ ପାଇଁ ବହୁତ ଠାକୁରଙ୍କୁ ଟାକିଛି, ବହୁତ ମାନସିକ ରଖିଛି । ଠାକୁରଙ୍କୁ ତାର ସଫଳତା ମାଗିଥିଲି । ସ୍ବର୍ଣ୍ଣ ନହେଲେ ନାହିଁ, ରୌପ୍ୟ ଆଣିଛି । ଆମେ ସମସ୍ତେ ଖୁସି । ସେ ଆମ ସମସ୍ତଙ୍କ ନାଁ ରଖିଛି । ମୁଁ ମାନସିକ ରଖିଛି, ସେ ଆସି ଠାକୁରାଣୀଙ୍କ ପାଖରେ ଘଣ୍ଟ ବାଡେଇବ ।"

'ଆମର ବିଶ୍ବସ ଥିଲା କିଶୋର ମେଡଲ ଆଣିବ': କିଶୋରଙ୍କ ଭଉଣୀ ଇତିଶ୍ରୀ ସୁନ୍ଦରା କହିଛନ୍ତି, "ସେ ଯିବାଠାରୁ ଆମର ବିଶ୍ବାସ ଥିଲା ଯେ ସେ ବ୍ରୋଞ୍ଜ ଆଣିବ । ହେଲେ ନଦୀମ ଖେଳରୁ ଓହରିଯିବା ଜାଣିବା ପରେ ସେ ରୌପ୍ୟ ଜିତିବ ବୋଲି ଆମେ ନିଶ୍ଚିତ ଥିଲୁ । ଏହାପରେ ସେ ବାରମ୍ବାର ନିଜ ରେକର୍ଡ ନିଜେ ଭାଙ୍ଗୁଥିଲା, ଏପରିକି ନୀରଜଙ୍କୁ ମଧ୍ୟ ଟପି ଯାଉଥିଲା । ସେତେବେଳେ ଆମେ ସ୍ବର୍ଣ୍ଣ ପାଇଁ ମଧ୍ୟ ଆଶା ବାନ୍ଧି ବସିଥିଲୁ । ହେଲେ ଶେଷରେ ସେ ରୌପ୍ୟ ଆଣିଛି । ଏହି ଖୁସି ମନାଇବା ପାଇଁ ଆମେ ପୁରା ପରିବାର ଓ ଗ୍ରାମବାସୀ ଏକାଠି ବସି ଖେଳ ଦେଖୁଥିଲୁ ।

ଏହା ମଧ୍ୟ ପଢ଼ନ୍ତୁ...Asian Games: କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ଘୋଷଣା କଲେ ୧.୫ କୋଟି ପୁରସ୍କାର

ପ୍ରକାଶ ଥାଉ, ଚୀନର ହାଙ୍ଗଝୌ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି । ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ ପଦକ ମଳିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ପଦକ ହାସଲ କରିଛନ୍ତି । ଏଥିସହ କିଶୋର ଅଲିମ୍ପିକ୍ସ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି । ୨୦୧୮ ଏସିଆଡରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ ନୀରଜ । ଏଥର ନୀରଜ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ୮୭.୫୪ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । ସେ ସ୍ବର୍ଣ୍ଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନିଜ ଜାଭେଲିନ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏସୀୟ କ୍ରୀଡ଼ାରେ ସେ କ୍ୟାରିୟର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ‍ଫିଙ୍ଗିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.