ETV Bharat / state

ଶ୍ରୀକ୍ଷେତ୍ରରେ ପବିତ୍ର ଜନ୍ମାଷ୍ଟମୀ, 5 ଘଣ୍ଟା ପାଇଁ ଦର୍ଶନ ବନ୍ଦ

ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ନୀତିକାନ୍ତି । ଏନେଇ ଶୁକ୍ରବାର ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।

author img

By

Published : Aug 23, 2019, 12:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପଡେ ଜନ୍ମାଷ୍ଟମୀ ଉତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଉତ୍ସବମୁଖର ସାରା ପରିବେଶ । ଶ୍ରୀକ୍ଷେତ୍ରରେ ମଧ୍ୟ ଗୁରୁବାରଠାରୁ ଆରମ୍ଭ ହୋଇଛି ନୀତିକାନ୍ତି । ତେବେ ଶୁକ୍ରବାର ଜନ୍ମାଷ୍ଟମୀ ଅବସରରେ ସନ୍ଧ୍ୟାରେ ସମ୍ପନ୍ନ ହେବ ମହାପ୍ରଭୁଙ୍କର ଗୁପ୍ତନୀତି । ଏନେଇ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଗୁରୁବାର ସନ୍ଧ୍ୟା ଆଳତୀ ବେଶରେ ଠାକୁରଙ୍କୁ 6 ମୂର୍ତ୍ତୀ ଅଳଙ୍କାର ଲାଗି କରାଯାଇଥିଲା । ସନ୍ଧ୍ୟା ଧୂପ ପରେ ଭିତରେ ପାଣି ପଡି ଜୟ ବିଜୟ ଦ୍ବାର ବନ୍ଦ ହୋଇଥିଲା । ପରେ ପରେ ଟେରାବନ୍ଧା ସାରି ଯେଉଡ ଭୋଗ ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିଲା । ଏହାପରେ ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରାଯାଇଥିଲା । ତେବେ 3 ଜଣ ପୂଜା ପଣ୍ଡା ସାମନ୍ତ ପଞ୍ଚୋପଚାରରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ପୂଜା କରିଥିଲେ ।

ପଣ୍ଡା, ପତି ଓ ମୁଦିରସ୍ତ 3 ବାଡରେ ବନ୍ଦାପନା କରିଥିଲେ । ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରେ ଗୋଟିଏ ଅଧିକ ବନ୍ଦାପନା କରାଯାଇଥିଲା । ଯାହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ । ଏହାପରେ ଅନ୍ୟାନ୍ୟ ନୀତି କରାଯାଇଥିଲା । ତେବେ ଶୁକ୍ରବାର ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ନୀତି ସମ୍ପନ୍ନ ପାଇଁ 5 ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ସମ୍ପନ୍ନ ହେବାକୁ ଥିବା ନୀତି ଗୁପ୍ତନୀତି ହୋଇଥିବାରୁ ଏହାକୁ ଯେପରି କୌଣସି ସାଧାରଣ ଭକ୍ତ ନଦେଖେ ସେଥିପାଇଁ ଦର୍ଶନକୁ ବନ୍ଦ ରଖାଯାଇଛି ।

ତେବେ ସନ୍ଧ୍ୟା ଧୂପ ପୂଜା ପରଠାରୁ ଅର୍ଥାତ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା । ତେବେ ଏହି ନୀତି ପାଇଁ ଜୟ ବିଜୟ ଦ୍ବାର ବନ୍ଦ କରାଯିବା ସହ ଜନ୍ମ ଚକଡାରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ସମ୍ପନ୍ନ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀକ୍ଷେତ୍ର ରେ ଜନ୍ମାଷ୍ଟମୀ ନୀତିBody:ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ତଥା ଆଜି ଏହି ପବିତ୍ର ତିଥିରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ। ଏଥିଲାଗି ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା। ଟେରା ବନ୍ଧା ହେବା ପରେ ଯେଉଡ଼ ଭୋଗ ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିଲା। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ୩ ଜଣ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ। ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢିଥିଲା। ଶୁକ୍ରବାର ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ନୀତି ପାଳନ ପାଇଁ ମହାପ୍ରଭୁଙ୍କ ଦର୍ଶନ ୫ଘଣ୍ଟା ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ତାହାକୁ ଯେପରି କେହି ସାଧାରଣ ଭକ୍ତ ଦେଖି ନ ପାରିବେ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନରେ କଟକଣା ଲଗାଯାଇଛି। ସନ୍ଧ୍ୟା ଧୂପ ପୂଜା ପରଠାରୁ ଅର୍ଥାତ୍‌ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ। ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ସମ୍ପନ୍ନ ହେବ ।

ବାଇଟ1,, ସୂର୍ଯ୍ୟ ନାରାୟଣ ରଥଶର୍ମା,, ଜଗନ୍ନାଥ ସଂସ୍କୃତି ପ୍ରଚାରକ
ବାଇଟ2,, ଭକ୍ତ
ବାଇଟ3,, ଭକ୍ତConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.