ETV Bharat / state

ଆଜି ଜାଗର, ଚଳଚଞ୍ଚଳ ପୁରୀ ଲୋକନାଥ ପୀଠ

ଆଜି ହେଉଛି ପବିତ୍ର ଜାଗର ଯାତ୍ରା । ଏଥିପାଇଁ ପୁରୀ ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ହଜାର ହଜାର ଭକ୍ତ ଧାଡିରେ ଯାଇ ପ୍ରଭୁ ଲୋକନାଥଙ୍କ ଦର୍ଶନ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Mar 4, 2019, 3:43 PM IST

Updated : Mar 4, 2019, 5:22 PM IST

ପୁରୀ: ଆଜି ହେଉଛି ପବିତ୍ର ଜାଗର ଯାତ୍ରା । ଏଥିପାଇଁ ପୁରୀ ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ଚୂଡାନ୍ତ ନୀତିକାନ୍ତି ଅନୁସାରେ ରବିବାର ମଧ୍ୟ ରାତ୍ରରେ ପ୍ରଭୁ ଲୋକନାଥଙ୍କ ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ବଲ୍ଳଭ ନୀତି, ସକାଳ ଧୂପ, ଦ୍ଵି-ପ୍ରହର ଧୂପ ଆଦି ନୀତି ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସକାଳ 7ଟାରୁ ସାହାଣ ମେଲା ଅନୁଷ୍ଠିତ ହୋଇଛି । ବାବା ଲୋକନାଥଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତ ଧାଡିରେ ଯାଇ ପ୍ରଭୁ ଲୋକନାଥଙ୍କ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିରରୁ ଲୋକନାଥଙ୍କ ପ୍ରତିମୂର୍ତ୍ତି ପଂକ୍ତି ଖାଇ ହରି ରୂପରେ ଲୋକନାଥ ମନ୍ଦିରକୁ ଆସିବାର ନୀତି ରହିଛି । ବେଢ଼ା ପରିକ୍ରମା ପରେ ଅନ୍ୟାନ୍ୟ ନୀତି ବଢି ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ ।

ପରେ ରାତ୍ର 4ଟା ବେଳକୁ ମହାଦୀପ ଉଠିବାର ନୀତିକାନ୍ତି ରହିଛି । ଅନ୍ୟପଟେ ଜାଗର ଅବସରରେ ଲୋକନାଥଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ପୁରୀ ପୋଲିସ ପକ୍ଷରୁ 20 ପ୍ଲାଟୁନରୁ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ଆଲୋକ, ପିଇବା ପାଣି, ଅଗ୍ନିଶମ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, ମାଉସୀ ମା ମନ୍ଦିର ,, spl pkg, ପୁରୀ , 3।3।19

Anchor,,ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟ ଭାଗରେ ରହିଛି ମାଉସୀ ମା ମନ୍ଦିର। ମହାପ୍ରଭୁଙ୍କ ରଥଯାତ୍ରା ର ବାହୁଡା ଦିନ ଶ୍ରୀଜଗନ୍ନାଥ ଙ୍କ ମାଉସୀ ପୋଡ଼ ପିଠା କରି ଠାକୁର ଙ୍କୁ ଖାଇବାକୁ ଦେଇ ଥାନ୍ତି। ସେଥି ପାଇଁ ରଥାରୂଢ ଠାକୁର ଙ୍କ ରଥ ଶ୍ରୀମନ୍ଦିର ଫେରିବା ସମୟରେ କିଛି ସମୟ ଏହି ମାଉସୀ ମା ମନ୍ଦିର ନିକଟରେ ରହୁଥାଏ। ତେବେ ଏହି ବିଷୟ କୁ ନେଇ କେଵଳ ଶ୍ରଦ୍ଧାଳୁ ମାନେ ମାଉସୀ ମା ମନ୍ଦିର ବିଷୟରେ ଅବଗତ ରହିଥାନ୍ତି। ତେବେ ଶ୍ରୀଜଗନ୍ନାଥଙ୍କ ର କିଭଳି ସେ ମାଉସୀ ହେଲେ ଓ ମାଉସୀ ମା ଙ୍କ ଆବିର୍ଭାବ  ପୌରାଣିକ କଥା ବସ୍ତୁ ରେ ସ୍ୱତନ୍ତ୍ର ଉଲେଖ ରହିଛି। ତେବେ ଏନେଇ ଆସନ୍ତୁ ଦେଖିବା ଏ ନେଇ ଏକ ସ୍ୱତନ୍ତ୍ର ରିପୋର୍ଟ।

Vo1,, ଶ୍ରୀକ୍ଷେତ୍ର ର ବଡ଼ଦାଣ୍ଡ ର ବଳଗଣ୍ଡି ରେ ରହିଛି ଦେବୀ ଅର୍ଦ୍ଧାସିନି ଙ୍କ ମନ୍ଦିର । ଯାହାକି  ମାଉସୀ ମା ମନ୍ଦିର ଭାବେ ସାଧାରଣ ରେ ବେଶ ପରିଚିତ।। ରଥଯାତ୍ରା ର ବାହୁଡା ଦିନ ତିନି ଠାକୁରଙ୍କ ରଥ ଶ୍ରୀମନ୍ଦିର ବହୁଡ଼ିବା ସମୟରେ କିଛି ସମୟ ତିନି ରଥ ଏହି ମାଉସୀ ମା ଙ୍କ ମନ୍ଦିର ନିକଟରେ ରହିଥାଏ। ଜଗତର ନାଥ ଜଗନ୍ନାଥ ଙ୍କ ସମେତ ଶ୍ରୀବଳଭଦ୍ର, ମା ସୁଭଦ୍ରା ଙ୍କୁ ମାଉସୀ ମା ନିଜ ହାତରେ ପୋଡ଼ ପିଠା କରି ଖୁଆଇ ଥାନ୍ତି। ତେବେ ଶ୍ରୀଜଗନ୍ନାଥ କେମିତି ଦେବୀ ଅର୍ଦ୍ଧା ସିନି  ମାଉସୀ ମା ହେଲେ ତାକୁ ନେଇ ରହିଛି ସ୍ୱତନ୍ତ୍ର ପୌରାଣିକ କଥା ବସ୍ତୁ। ଗବେଷକ ଙ୍କ ମତ ଅନୁଯାୟୀ ପୁରାଣ ରେ ବର୍ଣ୍ଣନା ରହିଛି ବିଶ୍ୱ ବ୍ରହ୍ମା ଣ୍ଡ ରେ ଜଳ ପ୍ରଳୟ ହୋଇ ଥିଲା।    ବିଶ୍ୱ ବ୍ରହ୍ମାଣ୍ଡ ର ସୃଷ୍ଟି ହୋଇ ଥିବା ମା  ଯୋଗୋ ମାୟା ଙ୍କ ଅବତାର ଦେବୀ  ଦେବୀ ସୁଭଦ୍ରାଙ୍କ ଠାରୁ ଏକ ମୂର୍ତି ପ୍ରକଟିତ ହୋଇ ଥିଲା। ସେ ସମସ୍ତ ଜଳ କୁ ସୋସି ନେଇ ଥିଲେ। ପରେ ମା ସୁଭଦ୍ରାଙ୍କ ଭଳି ତାଙ୍କର ସ୍ୱରୂପ ଭାବେ ସେ ମା ଅର୍ଧସିନୀ ଭାବେ ବଡ଼ ଦାଣ୍ଡ ର ମଧ୍ୟ ବର୍ତୀ ଅଞ୍ଚଳ ରେ ପୂଜା ପାଇଲେ। ଦେବୀ ଯୋଗୋ ମାୟା ବିଶ୍ୱ ବ୍ରହ୍ମା ଣ୍ଡର ସୃଷ୍ଟି କର୍ତା ହେତୁ ସେ ସମସ୍ତ ର ମାତୃ ଶକ୍ତି ରୂପେ ପରିଚିତ  । ଦେବୀ ଯୋଗୋ ମାୟା ଙ୍କ ଅଂଶ ଅର୍ଧସିନୀ ଦେବୀ ହୋଇଥିବା ହେତୁ ମା ର ଭଉଣୀ ସ୍ୱରୂପ  ସେ ସମସ୍ତ ଠାକୁର ର ମାଉସୀ ବୋଲି କୁହାଯାଏ।

ବାଇଟ ,,1, ନରେଶ ଦାସ ,, ଗବେଷକ।

Vo2,, ତେବେ ଦେବୀ ଅର୍ଧସିନୀ ଙ୍କ ବିଷୟରେ ମଧ୍ୟ ଅନ୍ୟ ଏକ ଅନନ୍ୟ କାହାଣୀ ରହିଛି। ପୂର୍ବରୁ ବଡ଼ ଦାଣ୍ଡ ର ବଳଗଣ୍ଡି ଠାରେ  ମାଳିନୀ ନଦୀ ରହିଥିଲା। ଫଳରେ ମହାପ୍ରଭୁ ଙ୍କ ରଥଯାତ୍ରା କଷ୍ଟ ସାଧ୍ୟ ହେଉ ଥିଲା। କୁହାଯାଏ ପ୍ରଭୂ ଜଗନ୍ନାଥ ଏହି ବିଷୟ ରେ ଦେବୀ ଅର୍ଦ୍ଧା ସିନି  ଙ୍କୁ କହିବାରୁ ମାଳିନୀ ନଦୀ ଶୁଖି ଯାଇ ଥିଲା। ରଥଯାତ୍ରା ସେହି ଦିନ ଠାରୁ ସୁରୁ ଖୁରୁ ରେ ହୋଇ ଥିଲା। ଏଣୁ ଖୁସି ହୋଇ କୋଟି କୈବଲ୍ୟ ନାଥ ଶ୍ରୀଜଗନ୍ନାଥ ବାହୁଡା ସମୟ ରେ ଭାଇ ଭଉଣୀ ଙ୍କ ସହ ମାଉସୀ ମା ଙ୍କ ଠାରୁ ପୋଡ଼ ପିଠା ଖାଇ ଶ୍ରୀ ମନ୍ଦିର କୁ ଫେରିଥାନ୍ତି। ଅନ୍ୟ ପଟେ ମାଉସୀ ମା ଙ୍କୁ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଆସିଥାନ୍ତି। ବିଶ୍ୱାସ ରହିଛି ମାଉସୀ ମା ଙ୍କୁ ଯିଏ ଅନ୍ତର ସହ ଯାହା  କହିଛି ସବୁ ମନ ସ୍କାମନା ପୂର୍ଣ ହୋଇଛି।

ବାଇଟ ,, 2, ବିଶ୍ୱ ନାଥ ମିଶ୍ର , ପୂଜକ , ମାଉସୀ ମା ମନ୍ଦିର
ବାଇଟ,,3,, ଶ୍ରଦ୍ଧାଳୁ
ବାଇଟ ,, 4,, ଶ୍ରଦ୍ଧାଳୁ

Fvo,,, ଇତିହାସ ରୁ ଜଣାଯାଏ କେଶରୀ ବଂଶ ରାଜା ଏହି ମାଉସୀ ମା ମନ୍ଦିର ନିର୍ମାଣ କରିଥିଲେ। ତେବେ ଏଠାରେ ନୃସିଂହ ଚତୁର୍ଦ୍ଦଶୀ, ଚୈତ୍ର ମାସ ମଙ୍ଗଳବାର, ରଥଯାତ୍ରା ସମୟରେ ବିଭିନ୍ନ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ଥାଏ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଏହି ଷ୍ଟୋରୀ ର ବାଇଟ mojo କିଟ ରେ ଓ ଭିଜୁଆଲ ftp ରେ ଯାଇଛି।
Last Updated : Mar 4, 2019, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.