ETV Bharat / state

ପ୍ରଭୁ ଲୋକନାଥଙ୍କ ପବିତ୍ର ଜାଗର ଯାତ୍ରା ଓ ପଙ୍କୋଦ୍ଧାର ନୀତି, ପ୍ରଶାସନର ପ୍ରସ୍ତୁତି ଆରମ୍ଭ

author img

By

Published : Feb 14, 2023, 7:28 PM IST

Updated : Feb 14, 2023, 7:54 PM IST

ଆସନ୍ତା ୧୬ ତାରିଖରେ ପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ସହ ୧୮ ତାରିଖରେ ମହାଶିବରାତ୍ରି ଅନୁଷ୍ଠିତ ହେବ । ଏହି ପବିତ୍ର ଦିନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Shri Lokanath Temple
Shri Lokanath Temple
ପ୍ରଭୁ ଲୋକନାଥଙ୍କ ପବିତ୍ର ଜାଗର ଯାତ୍ରା ଓ ପଙ୍କୋଦ୍ଧାର ନୀତି

ପୁରୀ: ଆସନ୍ତା ୧୬ ତାରିଖରେ ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ସହ ୧୮ ତାରିଖରେ ମହାଶିବରାତ୍ରି ଅବସରରେ ଜାଗର ଯାତ୍ରା ଅନୁଷ୍ଠିତ ହେବ। ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ଏହି ପବିତ୍ର ଦିବସ ଲାଗି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଭକ୍ତଙ୍କ ଭିଡ଼ ଆଦିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା ପ୍ରଶାସନ ସୂଚନା ଦେଇଛି ।

ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ବା ମନ୍ଦିରରେ ପଙ୍କୋଦ୍ଧାର ସ୍ବତନ୍ତ୍ର ରୀତିନୀତି ନାହିଁ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ବତନ୍ତ୍ର ନୀତି କରାଯାଇଥାଏ । ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନା ରୂପାରେ ଆଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯିବ। ତେବେ ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ବାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି ସକାଳ ୭ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଏକାଦଶୀ ଦର୍ଶନ ହେବ।

ଏହା ବି ପଢନ୍ତୁ-କଂଗ୍ରେସରେ ସାମିଲ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜୟ, କହିଲେ ତାଙ୍କ ଇଚ୍ଛାରେ ଆଗକୁ ରାଜ୍ୟରେ ପରିବର୍ତ୍ତନ ଆସିବ

ଏହାପରେ ସକାଳ ୮ଟାରୁ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ପଙ୍କୋଦ୍ଧାର ଏକାଦଶୀ ଦିନ ୨ହଜାର ଓ ଜାଗର ଯାତ୍ରା ଦିନ ୪ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେବାକୁ ଥିବାବେଳେ ଟିକେଟ ଦାମ ୧୦୦ ଟଙ୍କା ରଖାଯାଇଛି । ଆସନ୍ତା ୧୮ ତାରିଖ ଶନିବାର ଜାଗର ଯାତ୍ରା ପଡ଼ୁଥିବାରୁ ରାତ୍ର ୧୨.୩୦ରୁ ଦ୍ବାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

ଏହି ଦର୍ଶନ ବ୍ୟବସ୍ଥା ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ଟାରେ ମହାଦୀପ ଉଠିବ। ଜାଗର ଅବସରରେ ଭକ୍ତମାନେ ମନ୍ଦିର ବାହାରେ ଏକାଠି ବସି ଦୀପ ଜାଳି ଉଜାଗର ରହିପାରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ, ସୁରକ୍ଷା ଓ ଶୃଙ୍ଖଳିତ ନୀତିକାନ୍ତି ନେଇ ଉପଜିଲ୍ଲାପାଳ, ଅତିରିକ୍ତ ଏସପି, ତହସିଲଦାର ଆଜି ଲୋକନାଥ ମନ୍ଦିର ଯାଇ ଅନୁଧ୍ୟାନ କରିବା ସହ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି କହିଛନ୍ତି ଅତିରିକ୍ତ ପୁରୀ ଉପ ଜିଲ୍ଲାପାଳ ।

ଇଟିଭି ଭାରତ, ପୁରୀ

Last Updated : Feb 14, 2023, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.