ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ 300 ପ୍ଲଟ ହେବ ଅଧିଗ୍ରହଣ

author img

By

Published : Sep 25, 2019, 10:51 PM IST

ଖୁବଶୀଘ୍ର ଶ୍ରୀମନ୍ଦିର ସୁରକ୍ଷା ଜୋନ 75ମିଟର ପରିଧି ଅଞ୍ଚଳରୁ 300 ପ୍ଲଟ ହେବ ଅଧିଗ୍ରହଣ । ଅଧିକ ପଢନ୍ତୁ.....

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟରରୁ 3 ଶହ ପ୍ଲଟ ହେବ ଅଧିଗ୍ରହଣ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ 30 ଅଫିସରଙ୍କୁ ନେଇ ଗଠିତ ହେବ ଏକ ସ୍ବତନ୍ତ୍ର କମିଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବିଜ୍ଞପ୍ତି ଜାରି ପରେ ପ୍ରତ୍ୟେକ ପ୍ଲଟର ସ୍ବତ୍ତାଧିକାରୀଙ୍କ ସହ ସିଧା ଆଲୋଚନା କରାଯିବ । ବିଜ୍ଞପ୍ତିର ଏକ ମାସ ମଧ୍ୟରେ ଜମି ଦେବାକୁ ଚାହୁଁଥିବା ଲୋକଙ୍କୁ ସରକାରୀ ନିଷ୍ପତ୍ତି ମୁତାବକ ଜମି ମୂଲ୍ୟର ୧୦ ପ୍ରତିଶତ ଅଧିକ କ୍ଷତିପୂରଣ ମିଳିବ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଶ୍ରୀମନ୍ଦିର ଚୌହଦିର ୭୫ ମିଟର ମଧ୍ୟରେ ୩୦୦ ପ୍ଲଟ ରହିଥିବାବେଳେ ଏଥିରେ ବ୍ୟକ୍ତିଗତ 230ଟି ପ୍ଲଟ ରହିଛି । ଏହି ପ୍ଲଟଗୁଡ଼ିକର ସୂଚନା ସମ୍ବଳିତ ବିଜ୍ଞପ୍ତି ପ୍ରକାଶ ପରେ ହିଁ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ । ତେବେ ଜମି ଅଧିଗ୍ରହଣ ସୂଚନା ଏବଂ ବିଭିନ୍ନ ସରକାରୀ ସୂଚନା ତଥା ଥଇଥାନ ସମ୍ପର୍କରେ ବିସ୍ଥାପିତଙ୍କୁ ସୂଚନା ଦେବା ପାଇଁ ପୁରୁଣା ଡାକବଙ୍ଗଳାରେ ଖୋଲାଯାଇଛି ସ୍ବତନ୍ତ୍ର ସେଲ । ଇଚ୍ଛୁକ ମାନେ ଏହି ସେଲରୁ ସମସ୍ତ ସୂଚନା ପାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଜମି ଅଧିଗ୍ରହଣ ଏହି ଦାୟିତ୍ବରେ ରହିଛନ୍ତି, ସ୍ବତନ୍ତ୍ର ଭାବେ ପୁରୀକୁ ଯାଇଥିବା 5ଜଣ ଯୁବ ଆଇଏଏସଙ୍କ ସମେତ 5 ଜଣ ଓଏଏସ, 5 ରାଜ୍ୟସ୍ବ ଅଧିକାରୀ, 5ଜଣ ଓଏଏସ ପ୍ରୋଭେସନର(ଶିକ୍ଷା ନବୀଶ) । ତେବେ ସରକାରୀ ଅଧିଗ୍ରହଣ ନୀତି ୨୦୧୩ ଆଧାରରେ ଜମି ଅଧି ଗ୍ରହଣ କରାଯିବ ବୋଲି ଜିଲ୍ଲପାଳ କହିଛନ୍ତି । ଅନ୍ୟପଟେ ଶ୍ରୀସେତୁ ନିର୍ମାଣ ପାଇଁ ଜମି ଚିହ୍ନଟ ଏବଂ ସର୍ଭେ ଚାଲିଛି । ସର୍ଭେ ବେଳେ କେତେକ ସରକାରୀ ଜମି, ଶ୍ରୀମନ୍ଦିର ମନ୍ଦିର ପ୍ରଶାସନର ଜମି ଏବଂ କିଛି ଘରୋଇ ଜମି ଚିହ୍ନଟ ହୋଇଛି ।

ଏହି ଜମି ଚିହ୍ନଟ ଏବଂ ସର୍ଭେ ଶେଷ ପରେ ଅଧିଗ୍ରହଣ ପାଇଁ ସରକାରଙ୍କୁ ଚିଠି ଲେଖାଯିବ । ପରେ ଏହି ସେତୁ ନିର୍ମାଣ ପାଇଁ ଆବଶ୍ୟକ ଜମିର ଅଧିଗ୍ରହଣ ହେବ । ସେତୁ ପାଇଁ ଅଧିକାଂଶ ଜମି ସରକାରୀ ମାଲିକାନାରେ ରହିଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସହଜ ହେବ ବୋଲି ଆଶା କରୁଛି ପ୍ରଶାସନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟର ରୁ 3 ଶହ ପ୍ଲଟ ହେବ ଅଧିଗ୍ରହଣBody:ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ରହିଛି ୩୦୦ ପ୍ଲଟ । ଏହି ପ୍ଲଟଗୁଡ଼ିକୁ ଅଧିଗ୍ରହଣ କରିବାକୁ ସରକାରୀ ବିଜ୍ଞପ୍ତି ଜାରି ହେବର ସମ୍ଭାବନା ରହିଛି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ୩୦ ଅଫିସରଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଦଳ । ବିଜ୍ଞପ୍ତି ଜାରି ପରେ ପ୍ରତ୍ୟେକ ପ୍ଲଟର ସ୍ୱତ୍ତ୍ୱାଧିକାରୀଙ୍କ ସହ ସିଧା ଆଲୋଚନା କରାଯିବ । ବିଜ୍ଞପ୍ତିର ଏକ ମାସ ମଧ୍ୟରେ ଜମି ଦେବାକୁ ଚାହୁଁଥିବା ଲୋକଙ୍କୁ ସରକାରୀ ନିଷ୍ପତ୍ତି ମୁତାବକ ଜମି ମୂଲ୍ୟର ୧୦% ଅଧିକ କ୍ଷତିପୂରଣ ମିଳିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଶ୍ରୀମନ୍ଦିର ଚୌହଦିର ୭୫ ମିଟର ମଧ୍ୟରେ ୩୦୦ ପ୍ଲଟ ରହିଥିବା ସର୍ଭେରୁ ସୂଚନା ମିଳିଛି । ଏଥିରେ ରହିଛି ବ୍ୟକ୍ତିଗତ ମାଲିକାନାରେ ରହିଥିବା ୨୩୦ଟି ପ୍ଲଟ । ଏହି ପ୍ଲଟଗୁଡ଼ିକର ସୂଚନା ସମ୍ବଳିତ ବିଜ୍ଞପ୍ତି ପ୍ରକାଶ ପରେ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ । ଅଧିଗ୍ରହଣ ସୂଚନା ଏବଂ ବିଭିନ୍ନ ସରକାରୀ ସୂଚନା ତଥା ଥଇଥାନ ସମ୍ପର୍କରେ ବିସ୍ଥାପିତଙ୍କୁ ସୂଚନା ଦେବାକୁ ଗଠନ ହୋଇଛି ସ୍ୱତନ୍ତ୍ର ସେଲ୍‌ । ଏହି ସେଲ ପୂର୍ତ୍ତ ବିଭାଗ ପୁରୁଣା ଡାକବଙ୍ଗଳାରେ ଖୋଲାଯାଇଛି । ଏହି ସେଲ୍‌କୁ ଆସି ଲୋକମାନେ ସେମାନଙ୍କ ଜରୁରି ସୂଚନା ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଜମି ଅଧିଗ୍ରହଣ ଏହି ଦାୟିତ୍ୱରେ ରହିଛନ୍ତି ୫ ଶିକ୍ଷାନବୀଶ ଆଇଏଏସ୍‌, ୫ ରାଜସ୍ୱ ଅଧିକାରୀ, ୫ ଓଏଏସ୍‌ ଏବଂ ଅନ୍ୟ ୫ ଜଣ ଓଏଏସ୍‌ ଶିକ୍ଷାନବୀଶ ଅଫିସର । ସରକାରୀ ଅଧିଗ୍ରହଣ ନୀତି ୨୦୧୩ ଆଧାରରେ ଜମି ଅଧି ଗ୍ରହଣ କରାଯିବ । ଅନ୍ୟପଟେ ଶ୍ରୀସେତୁ ନିର୍ମାଣ ପାଇଁ ଜମି ଚିହ୍ନଟ ଏବଂ ସର୍ଭେ ଚାଲିଛି । ସର୍ଭେ ବେଳେ କେତେକ ସରକାରୀ ଜମି, ଶ୍ରୀମନ୍ଦିର ମନ୍ଦିର ପ୍ରଶାସନର ଜମି ଏବଂ କିଛି ଘରୋଇ ଜମି ଚିହ୍ନଟ ହୋଇଛି । ଏହି ଜମି ଚିହ୍ନଟ ଏବଂ ସର୍ଭେ ଶେଷ ପରେ ଅଧିଗ୍ରହଣ ପାଇଁ ସରକାରଙ୍କୁ ଚିଠି ଲେଖାଯିବ । ପରେ ଏହି ସେତୁ ନିର୍ମାଣ ପାଇଁ ଆବଶ୍ୟକ ଜମିର ଅଧିଗ୍ରହଣ ହେବ । ସେତୁ ପାଇଁ ଅଧିକାଂଶ ଜମି ସରକାରୀ ମାଲିକାନାରେ ରହିଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସହଜ ହେବ ବୋଲି ଆଶା କରୁଛି ପ୍ରଶାସନ । ପୁରୀ-ମଙ୍ଗଳାଘାଟ ବାଇପାସ୍‌ ରୋଡରେ ସୁଜାତା ନଗରରୁ ଶ୍ରୀସେତୁ ଦେଢ଼ କିମି ଲମ୍ବାରେ ଆସି ଜଗନ୍ନାଥ ବଲ୍ଲଭ ମଠ ପାଖକୁ ସଂଯୋଗ କରିବ ।

ବାଇଟ,, ବଲବନ୍ତ ସିଂ,, ପୁରୀ ଜିଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ପୁରୀ ଜିଲାପାଳ ଙ୍କ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.