ETV Bharat / state

ବଡ ଓଡିଆ ମଠର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ବିକ୍ରୀ ନିଷ୍ପତ୍ତିକୁ ବିରୋଧ - ମହନ୍ତ ଅଧିକାରୀ ବଂଶୀଧର ଦାସ

ଓଡ଼ିଆ ଭାଗବତ ଓ ଓଡ଼ିଆ ସାହିତ୍ୟକୁ ପୁରପଲ୍ଲୀରେ ପ୍ରଚାର କରିବାର ପ୍ରମୁଖ ଦାୟିତ୍ବ ନେଇଥିବା ବଡ଼ ଓଡିଆ ମଠର ପ୍ରାୟ ୩୭ ଡିସିମଲ ଅଂଶ ଏବେ ବିକ୍ରି ହେବ । ଗତ ପରିଚାଳନା ବୈଠକରେ ଏନେଇ ହୋଇଛି ଆଲୋଚନା । ଏହି ମଠ ଅଧୀନରେ ଥିବା ୬୧୬ ଓ ୬୧୭ ପ୍ଲଟର ୩୭ ଡିସିମଲ ଜାଗାକୁ ଏକ ନିଯୋଗକୁ ଟେକିଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ବଡ ଓଡିଆ ମଠର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ବିକ୍ରୀ ନିଷ୍ପତ୍ତିକୁ ବିରୋଧ

author img

By

Published : Aug 12, 2023, 7:46 AM IST

ବଡ ଓଡିଆ ମଠର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ବିକ୍ରୀ ନିଷ୍ପତ୍ତିକୁ ବିରୋଧ

ପୁରୀ: ବଡ ଓଡିଆ ମଠର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ବିକ୍ରୀ କରିବା ନିଷ୍ପତ୍ତିକୁ ବିରୋଧ । ପ୍ରଶାସନ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆତ୍ମହତ୍ୟା ପାଇଁ ଚେତାବନୀ ଦେଲେ ମଠ ମହନ୍ତ । ଅତିବଡୀ ଜଗନ୍ନାଥ ଦାସଙ୍କ ସାଧନା ପୀଠ ଶ୍ରୀକ୍ଷେତ୍ରର ବଡ ଓଡ଼ିଆ ମଠ । ଶ୍ରୀମନ୍ଦିର ସଂସ୍କୃତି ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡିତ ଏହି ମଠ । ଅଣସର ଘରେ ମହାପ୍ରଭୁଙ୍କ ଜରୁଆ ଶ୍ରୀଅଙ୍ଗରୁ ତାତି ଓହ୍ଲାଇବା ପାଇଁ ଫୁଲୁରି ତେଲ ଯୋଗାଇଥାଏ ଏହି ମଠ । ମହାପ୍ରଭୁଙ୍କ ପାଇଁ ଅଧର ହାଣ୍ଡି ବି ଏହି ମଠ ଯୋଗାଇଥାଏ । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସମ୍ମୁଖ ବାସେଳୀ ସାହି ମୌଜାର ୫୦୦ ବର୍ଷ ପୁରୁଣା ମଠକୁ ଜାଲ ଇଚ୍ଛାପତ୍ର କରି ହାତେଇବାକୁ ଚାଲିଛି ଷଡ଼ଯନ୍ତ୍ର । ଏଭଳି ଅଭିଯୋଗ ଆଣିଛନ୍ତି ମଠର ବର୍ତ୍ତମାନର ମହନ୍ତ ଅଧିକାରୀ ବଂଶୀଧର ଦାସ ।

ଓଡ଼ିଆ ଭାଗବତ ଓ ଓଡ଼ିଆ ସାହିତ୍ୟକୁ ପୁରପଲ୍ଲୀରେ ପ୍ରଚାର କରିବାର ପ୍ରମୁଖ ଦାୟିତ୍ବ ନେଇଥିବା ବଡ଼ ଓଡିଆ ମଠର ପ୍ରାୟ ୩୭ ଡିସିମଲ ଅଂଶ ଏବେ ବିକ୍ରି ହେବ । ଗତ ପରିଚାଳନା ବୈଠକରେ ଏନେଇ ହୋଇଛି ଆଲୋଚନା । ଏହି ମଠ ଅଧୀନରେ ଥିବା ୬୧୬ ଓ ୬୧୭ ପ୍ଲଟର ୩୭ ଡିସିମଲ ଜାଗାକୁ ଏକ ନିଯୋଗକୁ ଟେକିଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପୂର୍ବରୁ ଦୁଇଦୁଇ ଥର ଏନେଇ ଆଲୋଚନା ହୋଇଥିବା ବେଳେ କିଛି ସଦସ୍ୟଙ୍କ ବିରୋଧ ଯୋଗୁଁ ସମ୍ଭବ ହୋଇପାରିନଥିଲା । ପୁଣି ଏନେଇ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏନେଇ ତଦନ୍ତ କରିବାକୁ ଅନୁରୋଧ କରାଯାଇଛି ।

ତେବେ ୨୦୦୨ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ କୌଣସି ମଠର ବିଜେ ସ୍ଥଳୀ, ବିକ୍ରି, ଖରିଦ କିମ୍ବା ହସ୍ତାନ୍ତର ହୋଇପାରିବ ନାହିଁ । ୧୯୯୯ ମହାବାତ୍ୟା ଠାରୁ ବିକ୍ରି ହେବାକୁ ଥିବା ସ୍ଥାନରୁ ଠାକୁରଙ୍କୁ ନେଇ ଜଗମୋହନରେ ପୂଜା କରାଯାଉଛି । ତେଣୁ ଏହା ବିଜେସ୍ଥଳୀ ନୁହେଁ ବୋଲି ଶ୍ରୀମନ୍ଦିର ପ୍ରଶାସନର ଯୁକ୍ତି ରହିଛି । କିନ୍ତୁ ମଠ ପରିସରରେ ଥିବା ସମସ୍ତ ସ୍ଥାନ ବିଜେସ୍ଥଳୀ ବୋଲି ଯୁକ୍ତି ବାଢିଛନ୍ତି ମହନ୍ତ । ତେବେ ମଠର ଏହି ୩୭ ଡିସିମଲ ସ୍ଥାନକୁ ୧୯୫୪ ମସିହାରେ ତତ୍କାଳୀନ ମଠ ମହନ୍ତ ବୃନ୍ଦାବନ ଦାସ ଗୋସ୍ଵାମୀଙ୍କ ମାର୍ଫତରେ ହସ୍ତାନ୍ତର କରାଯାଇଥିବା ବେଳେ ୧୯୩୭ ମସିହାର ଜାଲ ଦସ୍ତଖତ କରାଯାଇ ଏହାକୁ ଏବେ ଦଖଲ କରିବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି କହିଛନ୍ତି ମଠ ମହନ୍ତ । ତେବେ ଖୁବଶୀଘ୍ର ଆଇନର ଆଶ୍ରୟ ନେବା ସହ ଯଦି ଜୋର ଜବରଦସ୍ତ ମଠକୁ ଅନ୍ୟକୁ ହସ୍ତାନ୍ତର କରାଯାଏ ତେବେ ଶ୍ରୀମନ୍ଦିର ସମ୍ମୁଖରେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଛନ୍ତି ମଠ ମହନ୍ତ ।

ମଠ ସଂସ୍କୃତିରେ ପରିପୂର୍ଣ୍ଣ ଶ୍ରୀକ୍ଷେତ୍ରରେ ଅନେକ ମଠକୁ ମାଟିରେ ମିଶାଇ ଦିଆଯାଇଥିବା ବେଳେ ବଡ଼ ଓଡ଼ିଆ ମଠକୁ ନେଇ ଏ ପ୍ରକାର ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.