ETV Bharat / state

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ଜଗନ୍ନାଥ ସେନାର ବିରୋଧ - ଜଗନ୍ନାଥ ସେନାର ବିରୋଧ

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ଜଗନ୍ନାଥ ସେନାର ବିରୋଧ । ଶ୍ରୀମନ୍ଦିରର ଶହେ ମିଟର ଭିତରେ ଐତିହ୍ୟ କରିଡର ନିର୍ମାଣକୁ ନେଇ ବେଆଇନ ବୋଲି ଦର୍ଶାଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ କରାଯାଇଛି | ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ଜଗନ୍ନାଥ ସେନାର ବିରୋଧ

author img

By

Published : Mar 5, 2022, 10:12 PM IST

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ଜଗନ୍ନାଥ ସେନାର ବିରୋଧ । ଶ୍ରୀମନ୍ଦିରର ଶହେ ମିଟର ଭିତରେ ଐତିହ୍ୟ କରିଡର ନିର୍ମାଣକୁ ନେଇ ବେଆଇନ ବୋଲି ଦର୍ଶାଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ କରାଯାଇଛି |

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ଜଗନ୍ନାଥ ସେନାର ବିରୋଧ

ଐତିହ୍ୟ କରିଡର ନେଇ ଶ୍ରୀମନ୍ଦିର ଚତୁର୍ପାଶ୍ବରେ ବେଆଇନ ଭାବେ ବଡ ବଡ ଗାତ ଜେସିବିରେ ଖୋଳାଯାଇ ନିର୍ମାଣ କାର୍ଯ୍ୟ ହେଉଛି। ମାଟି ଖୋଳାକୁ ନେଇ କମ୍ପନ ସୃଷ୍ଟି ହେଉଛି । ଯାହା ଫଳରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ASI ପକ୍ଷରୁ ଏନେଇ ଆପତ୍ତି କରାଯାଇ ଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଇ ନାହାନ୍ତି । ସରକାର ଶ୍ରୀମନ୍ଦିର ଐତିହ୍ୟ କରିଡର ନାମରେ ବାହାଦୁରୀ ନେବାକୁ ଚେଷ୍ଟା ଚଳାଇଥିବା ବେଳେ କୋଟି କୋଟି ଭକ୍ତଙ୍କ ଅସ୍ମିତା ଶ୍ରୀମନ୍ଦିରର ସୁରକ୍ଷା ନେଇ ରାଜ୍ୟ ସରକାର ଅବହେଳା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ।

ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ବନ୍ଦ ନ କଲେ ଆଗାମୀ ଦିନରେ ଜୋରଦାର ବିକ୍ଷୋଭ ହେବ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଏପରିକି ଆଗାମୀ ଦିନ ଏହି ପ୍ରସଙ୍ଗକୁ ନେଇ ଶ୍ରୀଜଗନ୍ନାଥ ସେନା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.