ETV Bharat / state

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇବା ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା

author img

By

Published : Dec 20, 2020, 10:09 PM IST

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇବା ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା । କୋଟି କୋଟି ଟଙ୍କାର ଟିକସକୁ ବାର୍ଷିକ ଚକ୍ରବର୍ତ୍ତୀ ସୁଧ ହାରରେ ଶ୍ରୀଜଗନ୍ନାଥଙ୍କୁ ଫେରସ୍ତ କରିବା ଆଦି 7 ଦଫା ଦାବି କରିଛି ଜଗନ୍ନାଥ ସେନା । ଅଧିକ ପଢନ୍ତୁ..

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇବା ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇବା ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା

ପୁରୀ: ମୋଗଲ ଓ ବ୍ରିଟିଶ ସରକାର ଶାସନ ସମୟରୁ ରାଜ୍ୟରେ ପ୍ରଚଳିତ ରାଜସ୍ବ ରେକର୍ଡ ଆଧାର ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମିଦାର ମାଲିକ ରୂପେ ସବୁ ରେକର୍ଡରେ ରହି ଆସିଛି । ମାତ୍ର ରାଜ୍ୟ ସରକାର ଦେବୋତ୍ତର ଭେଷ୍ଟିଂ ପରେ ରାଜ୍ୟ ସରକାରଙ୍କ ଅଧୀନକୁ ଜମିର ମାଲିକାନା ଚାଲିଯାଇଛି ।

2009 ମସିହାରେ ସିଭିଲ୍ ଅପିଲ୍ ନମ୍ବର 7729 ଓ 7730 ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଶ୍ରୀକ୍ଷେତ୍ର ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମକଦ୍ଦମା ରୁଜ୍ଜୁ କରାଯାଇଥିଲା । 2016 ମସିହାରେ ସୁପ୍ରିମକୋର୍ଟଙ୍କ ଡିଭିଜନ ବେଞ୍ଚ ଦେବୋତ୍ତର ଭେଷ୍ଟିଂକୁ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ମାଲିକ ବୋଲି ଆଦେଶ ଦେବାସହ ରାଜ୍ୟ ସରକାରଙ୍କୁ ଖଜଣା ନଦେବା ପାଇଁ ଆଦେଶ ଦେଇଛନ୍ତି ।

ତେବେ ଏହାର ବିରୁଦ୍ଧାଚରଣ କରି ମହାପ୍ରଭୁଙ୍କ ଖାସ୍ ସମ୍ପତ୍ତି ରାଜ୍ୟ ସରକାରଙ୍କ ଅଧୀନକୁ ଯାଇଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଖ୍ବୋଟ ନମ୍ବର 1 ରେ ରାଜ୍ୟ ସରକାରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଶ୍ରୀକ୍ଷେତ୍ର ପୁରୀ ରହିବା, ପ୍ରଜାଙ୍କ ନାମରୁ ଶ୍ରୀଜଗନ୍ନାଥଙ୍କ ନାମ ହଟାଯିବା, ମହାପ୍ରଭୁଙ୍କ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବେଆଇନ ଭାବେ ନିଆଯାଇଥିବା କୋଟି କୋଟି ଟଙ୍କାର ଟିକସକୁ ବାର୍ଷିକ ଚକ୍ରବର୍ତ୍ତୀ ସୁଧ ହାରରେ ଶ୍ରୀଜଗନ୍ନାଥଙ୍କୁ ଫେରସ୍ତ କରିବା ଆଦି ସାତ ଦଫା ଦାବି ରଖାଯାଇଛି। ନୂଆବର୍ଷ ପୂର୍ବରୁ ଅର୍ଡିନାନ୍ସ ମାଧ୍ୟମରେ ସଂଶୋଧନ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.