ETV Bharat / state

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି, ଅକ୍ଟୋବର 3ରେ ଜଗନ୍ନାଥ ସେନାର ଓଡ଼ିଶା ବନ୍ଦ ଡାକରା

2 ଦଫା ଦାବି ନେଇ ଆସନ୍ତା 3 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା ଜଗନ୍ନାଥ ସେନା । ଏହା ପୂର୍ବରୁ ଜିଲ୍ଲାପାଳଙ୍କ ସହ ବୈଠକ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 25, 2023, 9:58 AM IST

jagannath sena met puri collector

ପୁରୀ: ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ଅଳଙ୍କାରର ଗଣତି ଦାବି। ଏନେଇ ପୁରୀ ଜିଲ୍ଲାପାଳଙ୍କ ସହ ବୈଠକ କରିଥିଲା ଜଗନ୍ନାଥ ସେନା। କିନ୍ତୁ ଆଲୋଚନା ବିଫଳ ହେବାରୁ ଆସନ୍ତା ଅକ୍ଟୋବର 3ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଭକ୍ତଙ୍କ ପାଇଁ 4 ଦ୍ୱାର ଖୋଲିବା ନେଇ ଜଗନ୍ନାଥ ସେନାକୁ ପୁରୀ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହି ପ୍ରତିଶ୍ରୁତି ଲିଖିତ ଆକାରରେ ଜିଲ୍ଲାପାଳ ଦେବାକୁ ଜଗନ୍ନାଥ ସେନା ଦାବି କରିଥିଲା ।

ଭକ୍ତଙ୍କ ପାଇଁ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁ ରତ୍ନ ଅଳଙ୍କାରର ଗଣତି କରିବା ଦାବି ନେଇ ଆସନ୍ତା ଅକ୍ଟୋବର 3 ତାରିଖରେ ଓଡ଼ିଶା ବନ୍ଦ ଡାକରା ଆହ୍ଵାନ ଦେଇଥିଲା ଶ୍ରୀଜଗନ୍ନାଥ ସେନା । ଏହା ପୂର୍ବରୁ ଆଲୋଚନା ପାଇଁ ଜଗନ୍ନାଥ ସେନା ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏକ ବୈଠକ ଡାକିଥିଲେ। ହେଲେ ବୈଠକ ବିଫଳ ହୋଇଥିବା ଜଗନ୍ନାଥ ସେନା କହିଛି । ଦାବି ପୂରଣ ନେଇ ଜିଲ୍ଲାପାଳ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଜଗନ୍ନାଥ ସେନା ବୈଠକରୁ ଫେରି ଆସିଥିଲା । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲାଯିବା ନେଇ ଜିଲ୍ଲାପାଳ କୌଣସି ଲିଖିତ ପ୍ରତିଶୃତି ଦେଇନାହାନ୍ତି । 72 ଘଣ୍ଟା ମଧ୍ୟରେ ପ୍ରଶାସନ ଲିଖିତ ଭାବେ ଉତ୍ତର ନଦେଲେ ଆଗାମୀ ଅକ୍ଟୋବର 3 ରେ ଓଡ଼ିଶା ବନ୍ଦ ଆନ୍ଦୋଳନ ହେବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବନକଲାଗି ନୀତି ବିବାଦ: ଦ୍ବିତୀୟ ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

ସେହିପରି ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବି ଉପରେ ଜିଲ୍ଲାପାଳ କୋର୍ଟରେ ମାମଲା ବିଚାରାଧୀନ ଥିବା କହି ଏଡ଼ାଇ ଯାଇଥିଲେ । ହେଲେ କୋର୍ଟ ମାମଲା ଥିବା ବେଳେ ଶ୍ରୀ ମନ୍ଦିର ପରିଚାଳନା କମିଟି କେମିତି ଆସନ୍ତା ରଥଯାତ୍ରାରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେଲା ସେନେଇ ଜଗନ୍ନାଥ ସେନା ପ୍ରଶ୍ନ କରିଛି । ଏଣୁ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା, ରତ୍ନ ଭଣ୍ଡାର ଖୋଲିବା ନେଇ ଜଗନ୍ନାଥ ସେନାକୁ ଲିଖିତ ଭାବେ ପ୍ରତିଶ୍ରୁତି ଦେଲେ ଓଡ଼ିଶା ବନ୍ଦ ସ୍ଥଗିତ ହେବ। ନ ହେଲେ ଆଗାମୀ 3 ତାରିଖରେ ଓଡ଼ିଶା ବନ୍ଦ ପାଳନ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି। ଗତ 2018 ମସିହା ଅକ୍ଟୋବର 3 ତାରିଖରେ ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ ଲାଗୁ ନେଇ ଏହାର ପ୍ରତିବାଦରେ ଜଗନ୍ନାଥ ସେନା ପୁରୀ ବନ୍ଦ ଡାକରା ଦେଇଥିଲା । ଏହାକୁ ପ୍ରଶାସନ ଅତି ହାଲୁକା ଭାବେ ନେଇଥିଲା ।ପରେ ଏହି ବନ୍ଦ ପାଳନ ବେଳେ ପୁରୀରେ ବ୍ୟାପକ ହିଂସାକାଣ୍ଡ ହୋଇଥଲା । ଏଣୁ ଏହି ବନ୍ଦ ଡାକରାକୁ ପ୍ରଶାସନ ଗମ୍ଭୀରତାର ସହ ନେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.