ETV Bharat / state

ରତ୍ନଭଣ୍ତାର ସତ୍ୟପାଠକୁ ନେଇ ପୁଣି ବିବାଦ, ଅଳଙ୍କାର ଗଣିବାକୁ ଦାବି - ରତ୍ନଭଣ୍ତାର ରହସ୍ୟ

ଥମୁନି ରତ୍ନଭଣ୍ତାର ବିବାଦ । ରତ୍ନଭଣ୍ତାର ଖୋଲି ଅଳଙ୍କାର ସବୁକୁ ଗଣିବାକୁ ଦାବିକଲେ ଜଗନ୍ନାଥ ପ୍ରେମୀ । ଅଧିକ ପଢନ୍ତୁ

ଥମୁନି ରତ୍ନଭଣ୍ତାର ବିବାଦ
ଥମୁନି ରତ୍ନଭଣ୍ତାର ବିବାଦ
author img

By

Published : Aug 10, 2023, 10:26 PM IST

ଥମୁନି ରତ୍ନଭଣ୍ତାର ବିବାଦ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ସରକାରଙ୍କ ସତ୍ୟପାଠକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ରୂପା ଅଳଙ୍କାରର ସମ୍ବନ୍ଧରେ ବିଧାନସଭାରେ ଓ ହାଇକୋର୍ଟରେ ଭିନ୍ନତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଦୁଇ ସତ୍ୟପାଠରେ ଭିନ୍ନଭିନ୍ନ ତଥ୍ୟ ଦିଆଯାଇଥିବା ବେଳେ 40 କେଜି ରୂପା ଅଳଙ୍କାର କମ୍ ଥିବା ତଥ୍ୟରୁ ଜଣାପଡ଼ିଛି । ସରକାର 2018ରେ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯୟୀ 258 କେଜି ରୂପା ଅଳଙ୍କାର ରହିଛି । ତେବେ ହାଇକୋର୍ଟରେ 218 କେଜି ରୂପା ଅଳଙ୍କାର ଥିବା ସତ୍ୟପାଠରେ ଉଲ୍ଲେଖ ରହିଥିବା ଅଭିଯୋଗ ହୋଇଛି । ଏଣୁ ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରତ୍ନଅଳଙ୍କାର କୁଆଡ଼େ ଗଲା ? ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରେମୀ ।

ଅଧିକ ପଢନ୍ତୁ: 'ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର'

ସେପଟେ ପୁରୀ ଜଗନ୍ନାଥ୍ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି,"ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଲୁଟ୍‌ ହୋଇଛି । ଏନେଇ ଯେଉଁ ଆନ୍ଦୋଳନ ଚାଲିଛି ଏହି ସତ୍ୟପାଠରୁ ସରକାରଙ୍କ ମିଛ ଧରାପଡ଼ିଛି । ରତ୍ନଭଣ୍ଡାର ଶେଷଥର 1978ରେ ଖୋଲାଯାଇ ରତ୍ନ ଅଳଙ୍କାର ଗଣତି ହୋଇଥିଲା । ଏହାର ଚାବି ହଜିବା ପରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହା ସରକାର କେମିତି ଜାଣିଲେ ? ଯଦି ନକଲି ଚାବି ମିଳିଛି ତାହା ହେଲେ ସେହି ଚାବିରେ କାହିଁକି ରତ୍ନ ଭଣ୍ଡାର ଖୋଲାଯାଉ ନାହିଁ । ରତ୍ନଭଣ୍ଡାର ଖୋଲିବାରେ ସରକାର କାହିକି ଭୟ କରୁଛନ୍ତି ? ଯଦି ସରକାର ସ୍ୱଚ୍ଛ ତାହା ହେଲେ 1 ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲି ଲୋକଙ୍କ ମନରୁ ସନ୍ଦେହ ଦୂର କରିବାକୁ ସେ ଅହ୍ବାନ ଦେଇଛନ୍ତି ।"

ସେପଟେ ସୁଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ କହିଛନ୍ତି, "ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ରତ୍ନଭଣ୍ଡାର ଖୋଲିବାରେ ନାଟକ କରୁଛନ୍ତି । ରତ୍ନ ଭଣ୍ଡାର ମରାମତି ଅତି ଜରୁରୀ ଥିବା ବେଳେ ବର୍ତ୍ତମାନ ବର୍ଷା ଦିନେ ରତ୍ନଭଣ୍ଡାର ଖୋଲାଗଲେ ପ୍ରକୃତ ସ୍ଥିତି ଜଣାପଡ଼ିବ । ହେଲେ ସରକାର ନିଜକୁ ବଞ୍ଚାଇବା ପାଇଁ ଆସନ୍ତା ରଥଯାତ୍ରାକୁ ସମୟ ଅବଧି ରଖିଛନ୍ତି । ପରେ ଆଉ କୋଉଁ ବାହାନା କରି ପୁଣି ଏହି ପ୍ରସଙ୍ଗକୁ ଏଡ଼ାଇ ଯିବେ । ସରକାର ଯଦି ରତ୍ନଭଣ୍ଡାର ସୁରକ୍ଷା ପାଇଁ ଚିନ୍ତିତ ତାହା ହେଲେ ଚଳିତ ମାସରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ କରନ୍ତୁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.