ETV Bharat / state

ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି, ଜାଣନ୍ତୁ ସମ୍ପୂର୍ଣ ବିବରଣୀ - ସୂର୍ଯ୍ୟପରାଗରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି

ଆସନ୍ତା ୨୫ ତାରିଖରେ ଆଂଶିକ ସୂର୍ଯ୍ୟପରାଗ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଛି । ତେବେ ଶ୍ରୀମନ୍ଦିରରେ କିପରି ନୀତିକାନ୍ତି ରହିବ ସେ ନେଇ ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡଃ ନରେଶ ଚନ୍ଦ୍ର ଦାଶ । ଅଧିକ ପଢନ୍ତୁ

ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି
ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି
author img

By

Published : Oct 22, 2022, 8:03 PM IST

ପୁରୀ: ଆସନ୍ତା ୨୫ ତାରିଖ ମଙ୍ଗଳବାର ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ହେବ । ତେବେ ହିନ୍ଦୁନୀତି ଅନୁସାରେ ଦେଵସ୍ଥାନ, ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ପ୍ରଥମ ଅମବାସ୍ୟାରେ ସୂର୍ଯ୍ୟପରାଗ ହେବାକୁ ଥିବାବେଳେ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଏହି ସମୟରେ‌ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ ।

ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ‌ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ । ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅକ୍ଟୋବର ୨୫ ତାରିଖରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ । ‌ଏହି ଦିନ ଭୋର ୪ଟା ୫୭ ମିନିଟ ଠାରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ରହିବ । ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ।

ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି

ଜାଣନ୍ତୁ ସୂର୍ଯ୍ୟପରାଗରେ କଣ ରହିବ ଶ୍ରୀମନ୍ଦିରର ନୀତିକ୍ରାନ୍ତି

ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର‌ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ୨୪ ତାରିଖ ମଧ୍ୟରାତ୍ରି ୧୨ଟା ୧୦ ମିନିଟରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ମଙ୍ଗଳଆଳତୀ, ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବା ଏହାସହ ରାଧା ଦାମୋଦର ବେଶ, ଗୋପାଳ ବଲ୍ଳଭ, ସକାଳ ଧୂପ ତଥା ବାଳଧୁପ ନୀତି କରାଯିବ । ଏହାପରେ ଅମାବାସ୍ୟା ଶ୍ରୀ ନାରାୟଣ ସାଗର ବିଜେ ନୀତି କରିବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂର୍ଯ୍ୟ ପରାଗ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ସହ ମହା ପ୍ରସାଦ ମଧ୍ୟ ପାଇ ପାରିବେ । ତେବେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ, ଗ୍ରହଣ ବେଶ , ଗ୍ରହଣ ଭୋଗ ସମେତ ଅନେକ ନୀତିକାନ୍ତି ଅନୁଷ୍ଠିତ ହେଇଥାଏ । ତେବେ ମହାପ୍ରଭୁଙ୍କୁ ଛାଡି ଅନ୍ୟ ଦେବାଦେବୀଙ୍କ ଦେବ ନୀତି ଗ୍ରହଣ ମୋକ୍ଷ ପରେ ଅନୁଷ୍ଠିତ ହେବ ।

ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି, ଜାଣନ୍ତୁ ସମ୍ପୂର୍ଣ ବିବରଣୀ

ଏନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେନ୍ଦ୍ର ଚନ୍ଦ୍ର ଦାଶ କହିଛନ୍ତି, "ଗ୍ରହଣ ଲାଗିବା ପରଠାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥାଏ । ଯାହାକି ଅନ୍ୟ କୌଣସି ମନ୍ଦିରରେ ହୋଇନଥାଏ । ଅନ୍ୟ ସବୁ ସ୍ଥାନରେ ଗ୍ରହଣ ସର୍ବ ମୋକ୍ଷ ହେବା ପରେ ନୀତିକାନ୍ତି କରାଯାଇଥାଏ । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ଅନୁଯାୟୀ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବ । କିନ୍ତୁ ଅନ୍ୟ ଦେବାଦେବୀ ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ । ମହାପ୍ରଭୁଙ୍କୁ ଏକ ସ୍ବତନ୍ତ୍ର ବେଶ କରାଯାଇ ଗ୍ରହଣ ଭୋଗ ହେବ । ଏହାପରେ ପୁନଶ୍ଚ ନୀତି ଆରମ୍ଭ ହେବ । ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ସୂର୍ଯ୍ୟ ପରାଗ ସର୍ବମୋକ୍ଷ ହେବ । ଏକ ଘଣ୍ଟା ୩୦ ମିନିଟ ଧରି ଏହି ସୂର୍ଯ୍ୟ ପରାଗର ସମୟ ଅବଧି ରହିବ ।"

ଏହାମଧ୍ୟ ପଢନ୍ତୁ: Solar Eclipse: ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

ସୂଚନାଯୋଗ୍ୟ, "ଆସନ୍ତା ୨୫ ତାରିଖ ଅର୍ଥାତ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ ଏବଂ କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଂ ଅନୁଷ୍ଠାନ ବନ୍ଦ ରହିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.