ETV Bharat / state

ବାଲୁକା କଳାରେ ଥ୍ରୀଡି ସାଣ୍ଟା, ବଡଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ - Go Green

ବାଲୁକା କଳାରେ ବଡ଼ଦିନର ଶୁଭେଚ୍ଛା ଦେଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଥ୍ରୀଡି ସାଣ୍ଟା ତିଆରି କରି ଦେଇଛନ୍ତି ‘ଗୋ ଗ୍ରୀନ’ର ବାର୍ତ୍ତା । ଅଧିକ ପଢ଼ନ୍ତୁ...

international sand artist sudarshan pattanik , 3d sand art of santa, eve of christmas, marry christmas, ବାଲୁକାକଳାରେ ଥ୍ରୀଡି ସାଣ୍ଟା, ବଡ଼ଦିନର ଶୁଭେଚ୍ଛା, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, Go Green, ଗୋ ଗ୍ରୀନ
ବାଲୁକାକଳାରେ ଥ୍ରୀଡି ସାଣ୍ଟା
author img

By

Published : Dec 24, 2019, 9:14 PM IST

Updated : Dec 24, 2019, 9:38 PM IST

ପୁରୀ: ବଡ଼ଦିନ ପାଇଁ ବେଶ ଚଳଚଞ୍ଚଳ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀ । ବଡ଼ଦିନ ଠାରୁ ନୂଆବର୍ଷ ପାଇଁ ଏଠାରେ ଜମିଥାଏ ପର୍ଯ୍ୟଟକଙ୍କ ଭିଡ଼ । ଆଉ ଏଥିପାଇଁ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ସ୍ବତନ୍ତ୍ର ବାଲୁକା କଳାକୃତି ।

ବାଲୁକାକଳାରେ ଥ୍ରୀଡି ସାଣ୍ଟା

ପ୍ରତିବର୍ଷ ଭଳି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବେଳାଭୂମିରେ ବାଲୁକା କଳାରେ ସମ୍ଭାର ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବଡ଼ଦିନ ଅବସରରେ ‘ଗୋ ଗ୍ରୀନ (Go Green)’ର ବାର୍ତ୍ତା ଦେଇ ସାଣ୍ଟାକ୍ଲଜର ଥ୍ରୀଡି ଆର୍ଟ ନିର୍ମାଣ କରିଛନ୍ତି। ପୁରୀ ସୁବର୍ଣ୍ଣ ବେଳାଭୂମିରେ ନିର୍ମିତ ଏହି ଆକର୍ଷଣୀୟ ବାଲୁକା ଥ୍ରୀଡି ଆର୍ଟରେ ସବୁଠୁ କୌତୁହଳ ଦୃଶ୍ୟ ଦେଖିବାକୁ ମିଳିଛି। ଅଢ଼େଇ ହଜାର ବର୍ଗଫୁଟର ଏହି ଥ୍ରୀଡି ଆର୍ଟରେ ସାଣ୍ଟାକ୍ଲଜ ସମୁଦ୍ର କୂଳରେ ଛିଡାହେବା ଭଳି ଦେଖାଯିବା ସହ ଖ୍ରୀଷ୍ଟମାସ ଟ୍ରି ଉପହାର ଦେଉଥିବା ଭଳି ନଜରକୁ ଆସିଛି ।

ଏହି ଥ୍ରୀଡି ସ୍ୟାଣ୍ଡ ଆର୍ଟ ଜରିଆରେ ଗୋ ଗ୍ରୀନର ବାର୍ତ୍ତା ଦେବା ସହ ଖ୍ରୀଷ୍ଟମାସ ଅବସରରେ ବିଶ୍ବବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେପଟେ ଲାଇଟ ହାଉସ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କ ସ୍ୟାଣ୍ଡ ଆର୍ଟ ପାର୍କରେ ଗଢିଛନ୍ତି ଏକାଧିକ ଆକର୍ଷଣୀୟ ବାଲୁକାକୃତୀ। ଏଥିରେ ମାନସ ପ୍ଲାଷ୍ଟିକ ଫ୍ରୀର ନିଆରା ବାର୍ତ୍ତା ଦେଇଛନ୍ତି। ପ୍ଲାଷ୍ଟିକ ଏବେ ବିଶ୍ବକୁ ଯେଭଳି କବଳିତ କରିଛି ସେଥିରୁ ମୁକ୍ତି ପାଇଁ ଏହି ବାର୍ତ୍ତା ଦେଇଛନ୍ତି ମାନସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବାଲୁକାକଳା ରେ ଶୁଭେଚ୍ଛାBody:
ବଡଦିନ ପାଇଁ ବେଶ ଚଳଚଂଚଳ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀ । ବଡଦିନ ଠାରୁ ନୂଆବର୍ଷ ପାଇଁ ବେଶ ବିଡ ଜମିଥାଏ ପର୍ଯ୍ୟଟକଙ୍କର । ଆଉ ଏଥିପାଇଁ ବେଳାଭୂମିରେ ବାଲୁକାଶିଳ୍ପୀଙ୍କ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବାଲୁକାକଳାକୃତି । ପ୍ରତିବର୍ଷ ଭଳି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବେଳାଭୂମିରେ ବାଲୁକା କଳାରେ ସମ୍ଭାର ଦେଖିବାକୁ ମିଳିଛି ।ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବଡଦିନ ଅବସରରେ ଗୋ ଗ୍ରୀନର ବାର୍ତ୍ତା ଦେଇ ସାନ୍ତାକ୍ଲଜର ଥ୍ରୀଡି ଆର୍ଟ ନିର୍ମାଣ କରିଛନ୍ତି। ପୁରୀ ସୁବର୍ଣ୍ଣ ବେଳାଭୂମିରେ ନିର୍ମାଣ କରିଥିବା ଏହି ଆକର୍ଷଣୀୟ ବାଲୁକା ଥ୍ରୀଡି ଆର୍ଟରେ ସବୁଠୁ କୌତୁହଳର ଦୃଶ୍ଯ ଦେଖିବାକୁ ମିଳିଛି। ଅଢେଇ ହଜାର ବର୍ଗଫୁଟର ଏହି ଥ୍ରୀଡି ଆର୍ଟରେ ସାନ୍ତାକ୍ଲଜ ସମୁଦ୍ର କୂଳରେ ଛିଡାହେବା ଭଳି ଦେଖାଯିବା ସହ କ୍ରୀଷମାସ ଟ୍ରି ଉପହାର ଦେଉଥିବା ଭଳି ନଜରକୁ ଆସିଛି। ଏହି ଥ୍ରୀଡି ସ୍ଯାଣ୍ଡ ଆର୍ଟ ଜରୀଆରେ ଗୋ ଗ୍ରୀନ୍ ର ବାର୍ତ୍ତା ଦେବା ସହ ଖ୍ରୀଷମାସ ଅବସରରେ ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି
ସେପଟେ ଲାଇଟ ହାଉସ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କ ସ୍ଯାଣ୍ଡଆର୍ଟ ପାର୍କରେ ଗଢିଛନ୍ତି ଏକାଧିକ ଆକର୍ଷଣୀୟ ବାଲୁକାକୃତୀ। ଏଥିରେ ମାନସ ପ୍ଲାଷ୍ଟିକ ଫ୍ରୀ ର ନିଆରା ବାର୍ତ୍ତା ଦେଇଛନ୍ତି। ପ୍ଲାଷ୍ଟିକ ଏବେ ବିଶ୍ୱକୁ ଯେଭଳି କବଲିତ ସେଥିରୁ ମୁକ୍ତି ପାଇଁ । ଖାଲି ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଲ୍ପୀ ମଧ୍ୟ ବାଲୁକା କଳାକୃତିକୁ ଭଳିକି ଭଳି ବାଲୁକା କଳାକୃତି ନିର୍ମାଣ କରି ଛନ୍ତି।

ବାଇଟ,, ସୁଦର୍ଶନ ପଟ୍ଟନାୟକ,, ବଲୁକା ଶିଳ୍ପୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:ହିନ୍ଦୀ ବାଇଟ ନେସନାଲ ଷ୍ଟୋରି ପାଇଁ ଯାଇଛି
Last Updated : Dec 24, 2019, 9:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.