ETV Bharat / state

କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ଉଦଘାଟିତ, ପ୍ରଦର୍ଶିତ ହେଉଛି 9 ଦେଶର କଳାକୃତି - ଲଳିତ କଳା ଆର୍ଟ ଗ୍ୟାଲେରୀ‌

ଲଳିତ କଳା ଆର୍ଟ ଗ୍ୟାଲେରୀ‌ ପରିସରରେ କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ୨୦୨୨ ଉଦଘାଟିତ । ୯ଟି ଦେଶର କଳାକାର ଏଥିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ପୁରୀରେ କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ଉଦଘାଟିତ

author img

By

Published : Oct 22, 2022, 8:55 AM IST

Updated : Oct 22, 2022, 9:04 AM IST

ପୁରୀ: ଗତକାଲି(ଶୁକ୍ରବାର) ପୁରୀ ଜିଲ୍ଲା ଲଳିତ କଳା ଆର୍ଟ ଗ୍ୟାଲେରୀ‌ ପରିସରରେ କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନୀ ୨୦୨୨ ଉଦଘାଟିତ ହୋଇଯାଇଛି(International Art Exhibition inaugurated in Puri )। ହାଇଦ୍ରାବାଦର କଳା ନିର୍ବାଣ ପକ୍ଷରୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ୯ଟି ଦେଶର ୬୦ଟି କଳା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳା ନିର୍ବାଣର ନିର୍ଦ୍ଦେଶକ ଆଶିଷ ପହି, ଚିତ୍ରକାର ଚନ୍ଦ୍ରଶେଖର ମହାରଣା, ପରେଶ ନାଥ, ହୋଟେଲିୟର ରାଜୁ ପାତ୍ର, କଳା ପ୍ରେମୀ ପଦ୍ମନାଭ ପଣ୍ଡା ଓ ଆର୍ଟ ଗ୍ୟାଲେରୀର ପରିଚାଳକ ସତ୍ୟ ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ବିଶ୍ୱରେ ଓଡିଶା କଳାର ଲୋକପ୍ରିୟତା ବଢାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିବାବେଳେ ଓଡ଼ିଶାରେ ଏହା ପ୍ରଥମ କରି ପୁରୀ ସହରରେ ମହାପ୍ରଭୁଙ୍କ କ୍ଷେତ୍ରରେ ଆୟୋଜନ କରାଯାଇଛି । ଏହି ଅବସରରେ କୋଣାର୍କ ଇଣ୍ଟରନ୍ୟାସନାଲର ପୁସ୍ତକର ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏଥିରେ ଦେଶ ତଥା ଦେଶ ବାହାରର ଚିତ୍ରକାର ମାନେ ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆନନ୍ଦ ବଜାରରେ ଲାଗୁନି ରେଟଚାର୍ଟ, ଚଢାଦରରେ ଅଭଡା କିଣି ଅତିଷ୍ଠ ଶ୍ରଦ୍ଧାଳୁ

ଏନେଇ କଳା ନିର୍ବାଣ ନିର୍ଦ୍ଦେଶକ ଆଶିଷ ପହି କହିଛନ୍ତି ଯେ, ''କୋଣାର୍କ ଇଣ୍ଟରନ୍ୟାସନାଲ କଳା ପ୍ରଦର୍ଶନ ଆମର ପ୍ରଥମ ଚେଷ୍ଟା । ଯେପରି ଗୋଆରେ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ହେଉଛି ସେହିପରି ଓଡିଶାର ପୁରୀରେ ଇଣ୍ଟରନ୍ୟାସନାଲ ଆର୍ଟ ଫେଷ୍ଟିଭାଲ କରିବାକୁ ଚିନ୍ତା କରାଯାଉଛି, ଏବା ଆରମ୍ଭ ମାତ୍ର, କିନ୍ତୁ ଭବିଷ୍ୟରେ ଏହାକୁ ଇଣ୍ଟରନ୍ୟାସନାଲ ଆର୍ଟ ଫେଷ୍ଟିଭାଲରେ ପରିଣତ କରାଯିବ । ଦେଶର ବିଭିନ୍ନ କୋଣ ଅନୁକୋଣର କଳାକାର ମାନେ ଏଥିରେ ଯୋଗ ଦେଇଥିଲେ । ଏଥିସହ ୯ଟି ଦେଶର କଳାକାର ସାମିଲ ହୋଇଥିଲେ । ବିଶ୍ୱରେ କିପରି ଓଡିଶା କଳାର ଲୋକପ୍ରିୟତା ବଢିପାରିବ ସେଥିପାଇଁ ଏହି ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି କଳା ନିର୍ବାଣ ନିର୍ଦ୍ଦେଶକ ।

ଇଟିଭି ଭାରତ, ପୁରୀ

Last Updated : Oct 22, 2022, 9:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.