ETV Bharat / state

Janmashtami 2023: ଗୋଟିଏ ମଞ୍ଚରେ ପ୍ରଦର୍ଶିତ ଭାରତୀୟ ଓ ଜାପାନ କଳା ସଂସ୍କୃତି

author img

By ETV Bharat Odisha Team

Published : Sep 7, 2023, 5:01 PM IST

ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀରେ ଦେଶୀ ବିଦେଶୀ ନୃତ୍ୟର ସମ୍ଭାର । ଜାପାନୀ କଳା ସଂସ୍କୃତି ଓ ନୃତ୍ୟର ମଜା ନେଲେ ଦର୍ଶକ । ଅଧିକ ପଢନ୍ତୁ

Etv Bharat
Etv Bharat
ଗୋଟିଏ ମଞ୍ଚରେ ପ୍ରଦର୍ଶିତ ଭାରତୀୟ ଓ ଜାପାନ କଳା ସଂସ୍କୃତି

ପୁରୀ: ଗୋଟିଏ ମଞ୍ଚରେ ପ୍ରଦର୍ଶିତ ହେଲା ଭାରତର ପାରମ୍ପରିକ ନୃତ୍ୟ ଏବଂ ଜାପାନର କଳା ସଂସ୍କୃତି । ଭାରତର ବିଭିନ୍ନ ପ୍ରସିଦ୍ଧ ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟର ମଜା ନେଲେ ଜାପାନୀ କଳାକାର । ଆଉ ଜାପାନର କଳା ସଂସ୍କୃତିର ନିଆରା ଝଲକ ଦେଖିଲେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ନୃତ୍ୟଶିଳ୍ପୀ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ପୁରୀ ପେଣ୍ଠକଟା ସ୍ଥିତ ହୋଟେଲ ସାନ୍ତନାରେ ଏହି ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହି ନୃତ୍ୟ ଏବଂ କଳା ମାଧ୍ୟମରେ ଆଗାମୀ ଦିନରେ ଭାରତ ଓ ଜାପାନ ମଧ୍ୟରେ ବନ୍ଧୁତା ଏବଂ ସମ୍ପର୍କ ଆହୁରି ନିବିଡ଼ ହେବ ବୋଲି କଳାକାରମାନେ କହିଛନ୍ତି । ସୁଦୂର ଜାପାନର କଳାକାର ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ଓ ନୃତ୍ୟଶିଳ୍ପୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା ଉଭୟ ଦେଶର କଳା ସଂସ୍କୃତି ଏବଂ ଲୋକନୃତ୍ୟ । ତେବେ ଏହାକୁ ବେଶ ଆନନ୍ଦର ସହ ଉପଭୋଗ କରିଥିଲେ ଭାରତ ଏବଂ ଜାପାନର କଳାକାର ଓ ନୃତ୍ୟଶିଳ୍ପୀ। ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଜାପାନର ଆନ୍ତର୍ଜାତୀୟ ଡ୍ରମ୍ ବାଦକ ନାଚୋସା ମିୟାହାରା ପରିବେଷଣ କରିଥିଲେ ଜାପାନର ଏକ ସୁନ୍ଦର ସଂଗୀତ। ଜାପାନର ଏଭଳି ସଂଗୀତ କଳା ସଂସ୍କୃତିକୁ ଉପସ୍ଥିତ ଥିବା ଭାରତର ନୃତ୍ୟଶିଳ୍ପୀମାନେ ଉପଭୋଗ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ।

ଏହା ବି ପଢନ୍ତୁ- Krishna Janmashtami: ଜନ୍ମଭୂମି ମଥୁରା ଗଳିକନ୍ଦିରେ ଗୁଞ୍ଜରିତ ହରେକୃଷ୍ଣ ଧ୍ବନି

ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ହିଁ ଭାରତ ଏବଂ ଜାପାନ ମଧ୍ୟରେ ଆଗାମୀ ଦିନରେ କଳା ସଂସ୍କୃତିର ଆଦାନ ପ୍ରଦାନ ହେବା ସହ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଆହୁରି ସୁଦୃଢ଼ ହେବ ବୋଲି ଉଭୟ ଦେଶର‌ କଳାକାର ମତ ରଖିଥିଲେ। ସାଂସ୍କୃତିକ ସନ୍ଧ୍ୟାର ଦ୍ବିତୀୟ ପର୍ଯ୍ୟାୟରେ ଭାରତର ବିଭିନ୍ନ ପ୍ରସିଦ୍ଧ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ପରିବେଷିତ ହୋଇଥିଲା । ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ଓ ନୃତ୍ୟଶିଳ୍ପୀ ମାନେ କଥକ, ଭାରତ ନାଟ୍ୟମ ଏବଂ ସୋଲୋ ନୃତ୍ୟ ଅତି ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ ।

ପ୍ରଭୁ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳା ଜାପାନୀ କଳାକାରଙ୍କ ଆଗରେ ଭାରତର‌ ଏହି ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ । ତେବେ ଭାରତର କଳା ସଂସ୍କୃତି ଓ ଲୋକନୃତ୍ୟକୁ ଦେଖି ବିଭୋର‌ ହୋଇ ପଡ଼ିଥିଲେ ଜାପାନୀ କଳାକାର । ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ଜାପାନୀ ଭାଷାରେ ଅନୁବାଦ କରାଯାଇ ଜାପାନୀ କଳାକାରଙ୍କୁ ଭାରତର କଳା ସଂସ୍କୃତି ଓ ଶାସ୍ତ୍ରୀୟ ନୃତ୍ୟ ସଂଗୀତ ଉପରେ ଅବଗତ କରାଯାଇଥିଲା । ତେବେ ଦୀର୍ଘ ୨ ଦଶନ୍ଧି ଧରି ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ପ୍ରତିଷ୍ଠାତା କୁନା ଦାଶ, ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ ଏହି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଭାରତ ଏବଂ ଜାପାନର କଳା ସଂସ୍କୃତିକୁ ଦୁଇଦେଶ ମଧ୍ୟରେ ପ୍ରଚାର ପ୍ରସାର କରୁଛନ୍ତି ।

ତେବେ ଏହାଦ୍ବାରା ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଶିକ୍ଷା, ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ । ପୁରୀ ପେଣ୍ଠକଟା ସ୍ଥିତ ହୋଟେଲ ସାନ୍ତନାରେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ଭାରତ ଏବଂ ଜାପାନ କଳାକାର ଓ ନୃତ୍ୟଶିଳ୍ପୀଙ୍କୁ ମାନପତ୍ର ସହ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.