ETV Bharat / state

ଶେଷ ପର୍ଯ୍ୟାୟରେ ଚତୁର୍ଦ୍ଧା ବିଗ୍ରହଙ୍କ ରଥଖୋଲା କାର୍ଯ୍ୟ

author img

By

Published : Aug 17, 2020, 7:53 PM IST

ଜଗନ୍ନାଥ ବଲ୍ଲଭରେ ସାଇତା ହୋଇ ରଖାଯିବ ଚଳିତବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ଏପରି ନିଷ୍ପତ୍ତି ନେବା ପରେ ରଥ ଖୋଲିବା କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Puri
ଶେଷ ପର୍ଯ୍ୟାୟରେ ରଥ ଖୋଲା କାର୍ଯ୍ୟ

ପୁରୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଶ୍ବ ନିୟନ୍ତାଙ୍କ ରଥଯାତ୍ରାରେ ବ୍ୟବହୃତ ତିନି ରଥର ଖୋଲା କାର୍ଯ୍ୟ । ଏହାପରେ ତାହାକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ସାଇତା ହୋଇ ରଖାଯିବ ।

Puri
ଶେଷ ପର୍ଯ୍ୟାୟରେ ରଥ ଖୋଲା କାର୍ଯ୍ୟ

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ଏପରି ନିଷ୍ପତ୍ତି ନେବା ପରେ ରଥ ଖୋଲିବା କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତବର୍ଷ ଐତିହାସିକ ରଥଯାତ୍ରାରେ ବ୍ୟବହୃତ ତିନିରଥ ରହିବ ସଂଗ୍ରହାଳୟରେ ।

Puri
ରଥ ଖୋଲା କାର୍ଯ୍ୟରେ ମହାରଣା ସେବାୟତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଖୋଲା କାର୍ଯ୍ୟ ଆଉ ମାତ୍ର 4 ଦିନ ଭିତରେ ସରିଯିବ । ପୂର୍ବରୁ ପ୍ରଥମେ ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ରଙ୍କ ରଥ ଖୋଲା କାର୍ଯ୍ୟ ସରିଛି । ବିଶ୍ବକର୍ମା ମହାରଣା, ଭୋଇ ଓ ଓଝା ମହାରଣା ସେବାୟତମାନେ ରଥକୁ ଖୋଲିବା ପରେ ଏହାକୁ ନେଇ ଜଗନ୍ନାଥ ବଲ୍ଲଭ ମଠରେ ପୁନଃ ନିର୍ମାଣ କରିବେ ।

ଶେଷ ପର୍ଯ୍ୟାୟରେ ରଥ ଖୋଲା କାର୍ଯ୍ୟ

ଚଳିତବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥକୁ ଭଙ୍ଗାଯିବ ନାହିଁ ବଂର ତିନି ରଥକୁ ସଂଗ୍ରହାଳୟରେ ରଖାଯିବ । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ତିନି ରଥକୁ ସଂରକ୍ଷିତ କରି ସଂଗ୍ରହାଳୟରେ ରଖିବାକୁ ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବ ମୁତାବକ ସିଂହଦ୍ବାରରେ ଥିବା ତିନିରଥକୁ ଖୋଲାଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ରଖାଯିବ ।

ଚଳିତବର୍ଷ ମହାମାରୀ କୋରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାରଣରୁ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିପାରି ନଥିଲେ କି, ମହାପ୍ରଭୁଙ୍କୁ ରଥରେ ବିରାଜିତ ଦେଖିବାରୁ ବଞ୍ଚିତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁଙ୍କୁ ବର୍ଷ ସାରା ରଥ ଦର୍ଶନ କରାଇବା ଲକ୍ଷ୍ୟରେ ଶ୍ରୀଜୀୟୁଙ୍କ ତିନି ରଥ ସାଇତା ହୋଇ ରହିବ ।

ଇତିହାସରେ ପ୍ରଥମଥର ପାଇଁ ତିନିରଥକୁ ଭଙ୍ଗା ନଯାଇ ଏହାକୁ ସଂରକ୍ଷଣ କରିବାର ନିଷ୍ପତ୍ତି ହୋଇଛି । ରଥର କାଠ ଗୁଡ଼ିକୁ କୌଶଳକ୍ରମେ କଢ଼ା ଯାଇ ସେଗୁଡ଼ିକୁ ରାସାୟନିକ ପଦାର୍ଥ ଦିଆଯାଇ ସଂରକ୍ଷଣ କରାଯିବ । ଯେଉଁ ରଥ କାଠ ଗୁଡ଼ିକ ଭାଙ୍ଗିଯିବ ସେଗୁଡ଼ିକ ମଧ୍ୟ ପୁନଃନିର୍ମାଣ କରିବେ ବିଶ୍ବକର୍ମା ମହାରଣା ।

ଏପରିକି ପ୍ରତ୍ୟେକବର୍ଷ ନିର୍ମାଣ ହେଉ ନଥିବା ସାରଥି, ଘୋଡ଼ା, ପାର୍ଶ୍ବଦେବତାଙ୍କୁ ଶାଳ, ପିଆଶାଳ ପ୍ରଭୃତି ଭଲ କାଠ ବ୍ୟବହାର କରି ପୁନଃନିର୍ମାଣ କରାଯିବ । ଜଗନ୍ନାଥବଲ୍ଲଭ ମଠରେ ତିନିରଥ ସୁନ୍ଦର ପରିବେଶ ମଧ୍ୟରେ ସଂରକ୍ଷଣ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ରହିବ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ପରେ ଖୁବଶୀଘ୍ର ତିନି ରଥର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଭୋଇ ସେବକ ଓ ମହାରଣା ସେବକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.