ETV Bharat / state

ବେଆଇନ ଚିଙ୍ଗୁଡ଼ି ଘେରି ବ୍ଲାଷ୍ଟିଂ କଲା ପ୍ରଶାସନ, କିନ୍ତୁ ଫଳ ଶୂନ

ଚିଲିକାକୁ ଘେରି ମୁକ୍ତ କରିବା ପାଇଁ ହାଇକୋର୍ଟଙ୍କ ରାୟରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସୁନାମୁହିଁ ରାଜସ୍ବ ଅଧିନ ବାହ୍ୟ ଚିଲିକାର ପ୍ରାୟ 100 ମିଟର ବିଶିଷ୍ଠ କଣ୍ଟେଇ ଜାଣର ମାଟିବନ୍ଧକୁ 30ଟି ହୋଲ କରି ସେଥିରେ ଡିନାମାଇଟ ଲଗାଇ ବ୍ଲାଷ୍ଟିଂ କରାଯାଇଛି । ଅଧିକ ପଢନ୍ତୁ...

prone gheri blasting in brahmagiri
ବେଆଇନ ଚିଙ୍ଗୁଡ଼ି ଘେରି ବ୍ଲଷ୍ଟିଂ କଲା ପ୍ରଶାସନ କିନ୍ତୁ ଫଳ ଶୂନ
author img

By

Published : Oct 23, 2021, 9:30 AM IST

ବ୍ରହ୍ମଗିରି: ଚିଲିକାକୁ ଘେରି ମୁକ୍ତ କରିବା ପାଇଁ ହାଇକୋର୍ଟଙ୍କ ରାୟରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶ କର୍ମେ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସୁନାମୁହିଁ ରାଜସ୍ବ ଅଧିନ ବାହ୍ୟ ଚିଲିକାର ପ୍ରାୟ 100 ମିଟର ବିଶିଷ୍ଠ କଣ୍ଟେଇ ଜାଣର ମାଟି ବନ୍ଧକୁ 30 ଟି ହୋଲ କରି ସେଥିରେ ଡିନାମାଇଟ ଲଗାଇ ବ୍ଲାଷ୍ଟିଂ କରାଯାଇଛି । ଏତେ ଟଙ୍କା ସରକାରଙ୍କ ବ୍ୟୟ କରାଇ ତାହା ଫଳପ୍ରଦ ହୋଇନଥିବା ହୋଇନଥିବା ଦେଖାଯାଇଛି ।

ବେଆଇନ ଚିଙ୍ଗୁଡ଼ି ଘେରି ବ୍ଲଷ୍ଟିଂ କଲା ପ୍ରଶାସନ କିନ୍ତୁ ଫଳ ଶୂନ

ମାଟି ବନ୍ଧକୁ ଭାଙ୍ଗି ଚିଲିକା ପାଣିକୁ ଏକ କରିବା ପରିବର୍ତ୍ତେ ସେଠାରେ କେବଳ କିଛି ଖାଲ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ପ୍ରଶାସନ ଏହାକୁ ଏଡାଇ ତାହା ପରୀକ୍ଷା ମୂଳକ ଭାବେ କରାଯାଇଥିବା କହି ସଫେଇ ଦେଇଛି । ଏହି ପ୍ରକ୍ରିୟା ପାଇଁ ପ୍ରାୟ ୧ ମାସ ତଳୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କଣ୍ଟେଇ ଜାଣର ପ୍ରାୟ 1000 ଏକର ଜବର ଦଖଲ ଚିଙ୍ଗୁଡ଼ି ଘେରିକୁ ଡେନମାଇଟ ଦ୍ଵାରା ବ୍ଲାଷ୍ଟିଂ କରିବା ପାଇଁ 7 ଦିନ ଧରି 3ଜଣ ମାଜିଷ୍ଟ୍ରେଟ,4 ଜଣ ପୋଲିସ ଅଧିକାରୀ, 3 ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହିତ ଛତିଶଗଡ଼ରୁ ଆସିଥିବା ବ୍ଲାଷ୍ଟିଂ ଟିମ ଏକ ସ୍ୱତନ୍ତ୍ର ହୋଲ ମେସିନ ସାହାଯ୍ୟରେ 100ଟି ହୋଲ କରାଯାଇଥିଲା । ପ୍ରଯ୍ୟାପ୍ତ ପରିମାଣର ଆବଶ୍ୟକୀୟ ଡେନମାଇଟ ପହଞ୍ଚି ଯାଇଥିଲା । କିନ୍ତୁ ଘେରି ଦଲାଲ ଏବଂ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକାର ଚଞ୍ଚକତା କରାଇ ଏହି ଉଚ୍ଛେଦ ପ୍ରକ୍ରିୟାକୁ ଦୀର୍ଘ ଦିନ ଧରି ପ୍ରଶାସନ ବନ୍ଦ କରିଦେଇଥିଲା ।

ଶୁକ୍ରବାର ତରବରିଆ ଭାବେ ଲୋକଙ୍କୁ ଠକିବା ପାଇଁ ମାତ୍ର 100 ମିଟର ବ୍ଲାଷ୍ଟିଂ କରାଯାଇଥିଲା ତାହା ଫେଲ ମାରିଥିବା ଦେଖାଯାଇଛି। ଏହି ମଧୁଚନ୍ଦ୍ରିକା ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.