ETV Bharat / state

President To Visit Puri: ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ IG ନରସିଂହ

ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିଲାଗି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ଆଇଜି ନରସିଂହ ଭୋଳ । ଅଧିକ ପଢନ୍ତୁ

author img

By

Published : Feb 11, 2022, 7:03 PM IST

President To Visit Puri: ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ IG ନରସିଂହ
President To Visit Puri: ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ IG ନରସିଂହ

ପୁରୀ: ଓଡି଼ଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତୃତୀୟ ଥର ପାଇଁ ରାଷ୍ଟ୍ରପତି ପୁରୀକୁ ଗସ୍ତ କରୁଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଆଜି(ଶୁକ୍ରବାର) ଅନୁଧ୍ୟାନ କରିଛନ୍ତି ପୋଲିସ IG ନରସିଂହ ଭୋଳ। ଗୌଡୀୟ ମଠ ଓ ଶରଧାବାଲିରେ ଏସପି କେ. ବିଶାଲ ସିଂହଙ୍କ ସହ ମିଶି ଆଇଜି ଅନୁଧ୍ୟାନ କରିଛନ୍ତି ।

ଆସନ୍ତା ୧୯ ତାରିଖ ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦର ଓ ପରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ଦର୍ଶନ ସାରି ଫେରିବେ। ତେବେ ୨୦ ତାରିଖ ସକାଳ ପୂର୍ବାହ୍ନରେ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡିୟ ମଠ ଯାଇ ପରିଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ୧୧ଟାରେ ଶରଧାବାଲିରେ ଆୟୋଜିତ ଚୈତନ୍ୟ ଗୌଡିୟ ମଠର ପ୍ରତିଷ୍ଠାତା ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ ତମ ଆବିର୍ଭାବ ମହୋତ୍ସବ ।

ଏହା ବି ପଢନ୍ତୁ: ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ !

ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ସମାରୋହ ତଥା ବିଶ୍ବ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗ ଦେବେ । ଏହାପରେ ସେହି 20 ତାରିଖରେ ରାଷ୍ଟ୍ରପତି ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥାନ୍ତି । ତାଙ୍କର ସୁରକ୍ଷା ବ୍ୟବସ୍ଥା ସହ ଶୃଙ୍ଖଳିତ ଗସ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.