ETV Bharat / state

ଜଗା ଦର୍ଶନ ପାଇଁ ବଡଦାଣ୍ଡରେ ଅସମ୍ଭାଳ ଭିଡ଼, ହ୍ୟୁମାନ ଚେନ ବ୍ୟବସ୍ଥା କଲା ପୋଲିସ

ରବିବାର ଛୁଟି ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ । ପୋଲିସ ପକ୍ଷରୁ ହ୍ୟୁମାନ ଚେନ ବ୍ୟବସ୍ଥା । ଅଧିକ ପଢ଼ନ୍ତୁ

huge rush at puri shri mandir
ମହାପ୍ରଭୁଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼
author img

By

Published : May 28, 2023, 5:30 PM IST

Updated : May 28, 2023, 6:30 PM IST

ମହାପ୍ରଭୁଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼

ପୁରୀ: ଆସନ୍ତା ଜୁନ ୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ଏବଂ ରାଜେନ୍ଦ୍ରାଭିସେକଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଉପରେ ମୋହର ଲାଗିବ । ସେପଟେ ଏବେ ଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ନାହିଁ ନଥିବା ଗହଳି ଦେଖାଦେଇଛି । ଗହଳିକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ହ୍ୟୁମାନ ଚେନ୍‌ କରାଯାଇ ଭକ୍ତଙ୍କୁ ମନ୍ଦିର ପ୍ରବେଶ କରାଯାଉଛି ।

ଆଜି ରବିବାର ହେତୁ ମରଚିକୋଟ ଛକରୁ ଲମ୍ବା ଲାଇନ ଲାଗିଥିଲା । ଠେଲାପେଲା ହୋଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ଅସମ୍ଭାଳ ଭିଡ଼କୁ ଏଡାଇବା ପାଇଁ ପୁରୀ ପୋଲିସ ପକ୍ଷରୁ ହ୍ୟୁମାନ ଚେନ୍‌ କରାଯାଇ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ କରଯାଇଛି । ପୁରୀ ଏସପି ଉପସ୍ଥିତ ରହି ସୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରତି ଶନିବାର ଓ ରବିବାର ତଥା ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି । ଆଜି ମଧ୍ୟ ଗହଳିକୁ ଦୃଷ୍ଟିରେ ରଖି ଏସପିଙ୍କ ନିର୍ଦ୍ଦେଶରେ ହ୍ଯୁମାନ ଚେନ ବ୍ଯବସ୍ଥା କରାଯାଇଥିଲା । ପୋଲିସ ଅଧିକାରୀମାନେ ହାତ ଧରାଧରି ହୋଇ ହ୍ଯୁମାନ ଚେନ ଜରିଆରେ ଭକ୍ତଙ୍କୁ ନେଇ ସ୍ୱତନ୍ତ୍ର ବ୍ୟାରିକେଡରେ ଛାଡୁଥିଲେ । ଫଳରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏନେଇ ପୁରୀ ଏସପି କହିଛନ୍ତି, " ଆଗକୁ ସ୍ନାନଯାତ୍ରା ଥିବାରୁ ଏବେଠୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ପଦକ୍ଷେପମାନ ନିଆଯାଉଛି । ଅସମ୍ଭାଳ ଭିଡ଼କୁ ଏଡ଼ାଇବା ପାଇଁ ପୁରୀ ପୋଲିସ ପକ୍ଷରୁ ହ୍ୟୁମାନ ଚେନ୍‌ର ବ୍ୟବସ୍ଥା କରାଯାଇଛି ।"

ଏସବୁ ସତ୍ତ୍ୱେ ମଧ୍ୟ ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନେ ଗହଳି ଭିତରେ ଗୁଳୁଗୁଳି ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ନଜରକୁ ଆସିଥିଲା । ତାତି ସହ ଗୁଳୁଗୁଳି ଯୋଗୁଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି । ନୀତି ବିଳମ୍ବ ଏସବୁ ସମସ୍ୟାର ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ଆଜି ଯାଏଁ ତାହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣେ ପୂର୍ଣ୍ଣକାଳୀନ ଅଧିକାରୀ ରହିବା ସତ୍ତ୍ୱେ ସମସ୍ୟା ଲାଗି ରହିଛି । ଦର୍ଶନ ବ୍ଯବସ୍ଥା ପାଇଁ ଏକ ସ୍ୱତନ୍ତ୍ର ଏସଓପିର ଆବଶ୍ୟକତା ରହିଛି । ବିଶେଷ କରି ଜାଣିଶୁଣି ନୀତି ବିଳମ୍ୱ କରୁଥିବା ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : May 28, 2023, 6:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.