ETV Bharat / state

ଶ୍ରୀକ୍ଷେତ୍ରରେ ମେଣ୍ଢା କୁଡ଼ିଆ ପୋଡି ନୀତି ଅନୁଷ୍ଠିତ - ଶ୍ରୀକ୍ଷେତ୍ରରେ ମେଣ୍ଢା କୁଡ଼ିଆ ପୋଡି ନୀତି

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମେଣ୍ଢା କୁଡ଼ିଆ ଦାହ ନୀତି ଅନୁଷ୍ଠିତ ହୋଇଛି । ଦୋଳ ଯାତ୍ରାର ପଞ୍ଚମ ଦିନ ଅର୍ଥାତ ଦୋଳ ପୂର୍ଣ୍ଣିମାର ପୂର୍ବଦିନ ଚତୁର୍ଦ୍ଦଶୀ ତିଥିରେ ମେଣ୍ଢା ପୋଡି ତଥା ଅଗ୍ନିଦାହ ଉତ୍ସବ ଅନୁଷ୍ଠିତ ହୁଏ । ଅଧିକ ପଢନ୍ତୁ...

ଶ୍ରୀକ୍ଷେତ୍ରରେ ମେଣ୍ଢା କୁଡ଼ିଆ ପୋଡି ନୀତି ଅନୁଷ୍ଠିତ

author img

By

Published : Mar 9, 2020, 3:26 AM IST

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମେଣ୍ଢା କୁଡ଼ିଆ ଦାହ ନୀତି ଅନୁଷ୍ଠିତ ହୋଇଛି । ଦୋଳ ଯାତ୍ରାର ପଞ୍ଚମ ଦିନ ଅର୍ଥାତ ଦୋଳ ପୂର୍ଣ୍ଣିମାର ପୂର୍ବଦିନ ଚତୁର୍ଦ୍ଦଶୀ ତିଥିରେ ମେଣ୍ଢା ପୋଡି ତଥା ଅଗ୍ନିଦାହ ଉତ୍ସବ ଅନୁଷ୍ଠିତ ହୁଏ । ଏହି ଉତ୍ସବକୁ ଦେଖିବା ପାଇଁ ରବିବାର ସନ୍ଧ୍ୟାରେ ଦୋଳ ବେଦୀ କୋଣରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।

ଆଜିର ଦିନରେ ମଧ୍ୟରେ ପ୍ରଭୁ ନାରାୟଣ ହୋଲିକା ରାକ୍ଷସୀକୁ ବଧ କରିଥିଲେ । ଅସତ୍ୟ ଉପରେ ସତ୍ୟ ର ବିଜୟ ଉତ୍ସବ ମନାଯାଏ । ତେବେ ବିଶେଷ କରି ମାରୱାଡ଼ି ସମ୍ପ୍ରଦାୟର ଲୋକ ମାନେ ଏହି ଅଗ୍ନି ଦାହ ଉତ୍ସବ ଅତ୍ୟନ୍ତ ନିଷ୍ଠା ଓ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସରି ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ଶ୍ରୀ ଦେବୀ, ଭୁଦେବୀ ଏବଂ ଦୋଳ ଗୋବିନ୍ଦ ଆସନ୍ତି ।

ଶ୍ରୀକ୍ଷେତ୍ରରେ ମେଣ୍ଢା କୁଡ଼ିଆ ପୋଡି ନୀତି ଅନୁଷ୍ଠିତ

ଦେବୀ ଲକ୍ଷ୍ମୀଙ୍କ ମନ୍ଦିରରେ କେତେକ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଲକ୍ଷ୍ମୀ ମନ୍ଦିରରେ ନୀତି କାନ୍ତି ସରିବା ପରେ ବିମାନରେ ବିମାନବଡୁ ମାନେ ଠାକୁର ମାନଙ୍କୁ ଆଣି ଦୋଳବେଦୀ କୋଣରେ ପହଞ୍ଚି ଥାନ୍ତି । ସେଠାରେ ଅଗ୍ନି ଗୃହ ହୋଇଥାଏ । ପୂଜାପଣ୍ଡା ସାମନ୍ତ ହୋମ କରନ୍ତି । ହୋମ ସରିବା ପରେ ପାଞ୍ଚୋପଚାର ବିଧିରେ ଖଇ କୋରା ଭୋଗ ଆଦି ଅନୁଷ୍ଠିତ ହୋଇଥାଏ ।

ସେଠାରେ ଏକ ମେଣ୍ଢା କୁଡ଼ିଆଟିଏ ପ୍ରସ୍ତୁତ କରାଯାଇଥାଏ । ଏହି କୁଡ଼ିଆ ଟିକୁ ଦାହ କରାଯାଇଥାଏ । ଠାକୁର ମାନଙ୍କୁ ଏହି ମେଣ୍ଢା କୁଡ଼ିଆ ଚାରି ପଟେ 7 ଘେରା ପରିକ୍ରମା କରାଯାଇଥାଏ । ଏହି ଦୃଶ୍ୟକୁ ଯେଉଁ ମାନେ ସ୍ବଚକ୍ଷୁରେ ଦର୍ଶନ କରନ୍ତି ସେ ଅନନ୍ତ ପୁଣ୍ୟର ଅଧିକାରୀ ହୋଇଥାନ୍ତି । ଏହି ନୀତି ସରିବା ପରେ ଠାକୁର ମାନେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି । ମହାପ୍ରଭୁଙ୍କ ଏହି ମେଣ୍ଢା କୁଡିଆ ପୋଡି ବା ଅଗ୍ନି ଗୃହ ଦାହ ପଛରେ ଏକ ସୁନ୍ଦର ପୌରାଣିକ କଥା ବସ୍ତୁ ରହିଛି ।

ଆଗକୁ ଖରା ଦିନ ଆସୁଛି । ଅଗ୍ନିଙ୍କର ପ୍ରକୋପ ହେବ। ଅନେକ ଅଘଟଣ ହେବାର ଆଶଙ୍କା ରହିଛି। ସେଥିପାଇଁ ଅଗ୍ନି ଦେବତା ଙ୍କୁ ଶାନ୍ତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଏହି ମେଣ୍ଢା କୁଡ଼ିଆ ପୋଡି ତଥା ଅଗ୍ନିଦାହ ଉତ୍ସବ ଅନୁଷ୍ଠିତ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.