ETV Bharat / state

ଦୁଃଖ ଦରିଆରେ ଏଚଆଇଭି ପୀଡିତ, ଦୁର୍ଦ୍ଦିନରେ ପରିବାର - HIV AIDS patient

ବ୍ରହ୍ମଗିରି ବ୍ଲକ କାଣ୍ଡଗଦା ପଞ୍ଚାୟତ ର ମୁଣ୍ଡାଳ ଗ୍ରାମର ଶରତ ପ୍ରଧାନ । ଦୁଃଖ ପାହାଡ ଯେପରି ତାଙ୍କୁ ମାଡିବସିଛି । ଏଚଆଇଭି ଓ ବୋନ ଟିଭିରେ କଷ୍ଟ ପାଉଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ବି ନିଜର ଖଣ୍ଡିଏ ଘର ନାହିଁ ।

ଫଟୋ ସୌଜନ୍ୟ-ପ୍ରତିନିଧି, ବ୍ରହ୍ମଗିରି
author img

By

Published : Aug 20, 2019, 10:42 PM IST

Updated : Aug 20, 2019, 11:00 PM IST

ବ୍ରହ୍ମଗିରି: 8 ବର୍ଷ ଧରି ମାରାତ୍ମକ ଏଚଆଇଭି ଓ ବୋନ ଟିଭିରେ ପୀଡିତ ହୋଇ ଶଯ୍ୟାଶାୟୀ । ମୁଣ୍ଡ ଉପରେ ଭିନ୍ନକ୍ଷମ ଝିଅ ଓ 7 ବର୍ଷର ପୁଅର ପାଳନ ପୋଷଣ ଚିନ୍ତା । ଚିକିତ୍ସା ଛାଡ ଖାଇବାକୁ ମଧ୍ୟ 2 ଓଳି ପେଟପୂରା ମିଳୁନି । ଘର ଖଣ୍ଡିକ ବି ଫନି ବାତ୍ୟାରେ ଉଡିଗଲା । ଦୁଃଖ ଦରିଆ ଭିତରେ ଯେପରି ସରକାରୀ ସହାୟତାଙ୍କୁ ଚାତକ ଭଳି ଅନାଇସିଛନ୍ତି ବ୍ରହ୍ମଗିରି ବ୍ଲକ କାଣ୍ଡଗଦା ପଞ୍ଚାୟତର ମୁଣ୍ଡାଳ ଗ୍ରାମର ଶରତ ପ୍ରଧାନ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ବ୍ରହ୍ମଗିରି

ଶରତ ଦିଲ୍ଲୀ ଯାଇ ଢଳାଇ ମୂଲିଆ ଭାବେ କାମ କରି ପରିବାର ପୋଷୁଥିଲେ । ବେଶ 2 ପଇସା ରୋଜଗାର କରି ସ୍ତ୍ରୀ ,ଗୋଟିଏ ଝିଅ ଓ ପୁଅକୁ ନେଇ ଛୋଟ ପରିବାରଟି ସୁରୁଖୁରୁରେ ଚଳି ଯାଉଥିଲା।
ହେଲେ 8ବର୍ଷ ତଳେ ଦିଲ୍ଲୀରେ ଶରତ ଥିବା ବେଳେ ତାଙ୍କର ହଠାତ ଦେହ ଖରାପ ହେଲା । ସ୍ଥାନୀୟ ଡାକ୍ତର ଖାନାରେ ଚିକିତ୍ସା କରାଇବାରୁ ଜାଣିବାକୁ ପାଇଲେ ସେ ଏଚଆଇଭି ଓ ବୋନ ଟିବି ରେ ଆକ୍ରାନ୍ତ ହୋଇଛନ୍ତି। ସେଠାରେ ଡାକ୍ତର କିଛି ଦିନ ଚିକିତ୍ସା କରିବା ପରେ ଓଡିଶା ପଠାଇ ଦେଲେ। ସେହି ଦିନ ଠାରୁ ନିଜର ବୋଲି ଥିବା ଗୋଟିଏ କୁଡ଼ିଆ ଘରେ ପଡି ରହିଛନ୍ତି।

କିନ୍ତୁ ଫନି ବାତ୍ୟାରେ ସେହି କୁଡ଼ିଆ ଘରଟି ବି ଉଡିଗଲା। ଏହା ପରେ ସ୍ତ୍ରୀ ସୁକାନ୍ତି ଗ୍ରାମବାସୀଙ୍କ ପାଖରେ ଗୁହାରି କରିବାରୁ ଗ୍ରାମରେ ଥିବା ଅର୍ଦ୍ଧନିର୍ମିତ ଅଙ୍ଗନବାଡି ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ସହାରା ମିଳିଗଲା। ପରେ 7ବର୍ଷର ପୁଅକୁ ଏକ ଆଶ୍ରମ କୁ ଛାଡି ରୋଗିଣା ସ୍ବାମୀ ଓ ଭିନ୍ନକ୍ଷମ ଝିଅକୁ ଧରି ସୁକାନ୍ତି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।

ନିଜ ଦୁଃଖ ନେଇ ସ୍ଥାନୀୟ ସରପଞ୍ଚ, ଚେୟାରମାନ,ବିଡ଼ିଓ ଓ ଜିଲ୍ଲାପାଳଙ୍କ ନିକଟରେ ସେ ବାରମ୍ବାର ଗୁହାରି କରିଛନ୍ତି। କିନ୍ତୁ କାହାରି ଠାରୁ ସାହାଯ୍ୟ କିମ୍ବା ସହାନୁଭୂତି ଟିକେ ପାଇ ନାହାନ୍ତି। ଏପଟେ
ସରକାରୀ ସାହାଯ୍ୟ କହିଲେ କେବଳ ମାସିକ 500ଟଙ୍କା ଭତ୍ତା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ 1ନମ୍ବ ରେ ତାଙ୍କ ନାମ ଲିଷ୍ଟରେ ରହୁଛି । କିନ୍ତୁ ଆଜି ପଯ୍ୟନ୍ତ ଘର ଖଣ୍ଡେ ମିଳୁ ନାହିଁ।

ସରକାରୀ ସହାୟତା ଓ ଖଣ୍ଡିଏ ଘର ପାଇଁ ସେ ଆମ ଜରିଆରେ ନିବେଦନ କରିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 20, 2019, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.