ETV Bharat / state

ରାସ୍ତା ମଝିରେ ମାତାଲ୍ ମହିଳାଙ୍କ ହାଇଡ୍ରାମା, ଲୋକଙ୍କୁ କଲେ ଗାଳିଗୁଲଜ - ମାତାଲ୍ ଯୁବତୀଙ୍କ ହାଇଡ୍ରାମା

ବ୍ରହ୍ମଗିରିରେ ମଦ୍ୟପ ମହିଳାଙ୍କ ହାଇଡ୍ରାମା । ରାସ୍ତା ଉପରେ ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକଙ୍କୁ ଗାଳିଗୁଲଜ କଲେ ମାତାଲ୍ ମହିଳା । ଅଧିକ ପଢନ୍ତୁ

ରାସ୍ତା ମଝିରେ ମାତାଲ୍ ମହିଳାଙ୍କ ହାଇଡ୍ରାମା, ଲୋକଙ୍କୁ କଲେ ଗାଳିଗୁଲଜ

author img

By

Published : Jan 6, 2022, 8:49 AM IST

ବ୍ରହ୍ମଗିରି: ରାସ୍ତା ଉପରେ ମଦ୍ୟପ ମହିଳାଙ୍କ ହାଇଡ୍ରାମା । ନିଶାସକ୍ତ ଅବସ୍ଥାରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବ୍ୟବସାୟୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ ୫ ଜଣ ମହିଳା । ଦୀର୍ଘ ଦୁଇ ଘଣ୍ଟା କାଳ ମାତାଲ ମହିଳାମାନଙ୍କ ଏଭଳି ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି ବ୍ରହ୍ମଗିରି ବଜାର ଗୋପଛକ ନିକଟରେ । ମହିଳାଙ୍କୁ ପ୍ରତିବାଦ କରିବାରୁ ସେମାନେ ବ୍ୟବସାୟୀଙ୍କ ସହ ଅଧିକ ଦୁର୍ବ୍ୟବହାର କରିଥିବାର ଦେଖାଯାଇଛି ।

ରାସ୍ତା ମଝିରେ ମାତାଲ୍ ମହିଳାଙ୍କ ହାଇଡ୍ରାମା, ଲୋକଙ୍କୁ କଲେ ଗାଳିଗୁଲଜ

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବ୍ୟବସାୟୀମାନେ ବ୍ରହ୍ମଗିରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସର ଏକ ଟିମ୍ ସମ୍ପୃକ୍ତ ନିଶାସକ୍ତ ମହିଳାମାନଙ୍କୁ ନିଜ ହେପାଜତକୁ ନେଇଛି । ସମସ୍ତଙ୍କୁ ଥାନାରେ ଅଟକ ରଖାଯିବା ସହିତ ଡାକ୍ତରୀ ମାଇନା ପାଇଁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପୋଲିସ ପଠାଇଥିବା ଜଣାପଡିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.