ETV Bharat / state

ଲଘୁଚାପ ବର୍ଷାରେ ଉବୁଟୁବୁ ପୁରୀ ସହର

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ସାରା ରାଜ୍ୟରେ ବର୍ଷା  ଜାରି ରହିଛି । ଫଳରେ କିଛି ଘଣ୍ଟା ବର୍ଷାରେ ପୁରୀ ସହର ଉବୁଟୁବୁ ହୋଇଛି ।

author img

By

Published : Jul 1, 2019, 11:38 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଏଥିସହ ପୁରୀ ସହରରେ ମଧ୍ୟ ବର୍ଷା ଲାଗି ରହିଛି । ତେବେ ସୋମବାର ପୁରୀ ସହରରେ ସନ୍ଧ୍ୟା 6 ଟା 30 ରୁ ଲଗାଣ ବର୍ଷା ଲାଗି ରହିଛି । ଫଳରେ ବଡ଼ ଦାଣ୍ଡରେ ଜଳ ନିଷ୍କାସନ ହୋଇ ନ ପାରି ବର୍ଷା ଜଳ ଜମି ରହିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପ୍ରବଳ ବର୍ଷା କାରଣରୁ ପୁରୀ ସହରର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶିଥିବା ମଧ୍ୟ ଜଣାପଡିଛି । ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଅନ୍ୟପଟେ ଆଉ ମାତ୍ର ଦୁଇ ଦିନ ପରେ ପବିତ୍ର ରଥଯାତ୍ରା ଥିବାବେଳେ ଜଳ ନିଷ୍କାସନ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ତେଣୁ ମୋଟର ପମ୍ପ ଲଗାଯାଇ ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.