ETV Bharat / state

ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ଜମିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼

author img

By

Published : Jun 27, 2023, 6:58 PM IST

Updated : Jun 27, 2023, 8:19 PM IST

ଆଜି ଥିଲା ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ । ସନ୍ଧ୍ୟା ୫ଟା ଯାଏଁ ଦର୍ଶନ ଥିବାରୁ ଜମିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଅଧିକ ପଢନ୍ତୁ

Etv Bharat
Etv Bharat
ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ଜମିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼

ପୁରୀ: ଆଡ଼ପ ମଣ୍ଡପରେ ଆଜି ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ । ଏହି ଦର୍ଶନକୁ ଅତି ଦୁର୍ଲ୍ଲଭ ଦର୍ଶନ କୁହାଯାଏ । ଏଣୁ ଆଜି ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଥିଲେ । ସେପଟେ କାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ମହାପ୍ରଭୁଙ୍କ ଦର୍ଶନ ସନ୍ଧ୍ୟା ୫ଟା ଯାଏଁ ଥିବାରୁ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

ଶେଷ ଦିନରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦେଶ ଦର୍ଶନ ପାଇ ଭକ୍ତମାନେ କୃତ୍ୟ କୃତ୍ୟ ହୋଇଛନ୍ତି । ବହୁ ଦୂରରୁ ଆସିଥିବା ଭକ୍ତମାନେ ମହାପ୍ରଭୁଙ୍କ ଟିକେ ଝଲକ ପାଇଁ ବେଶ ଆନନ୍ଦିତ ହୋଇଥିବା ବେଳେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ପୁରାଣର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦଶ ବର୍ଷ ଦର୍ଶନ କରିବା ଯେତିକି ପୁଣ୍ୟ ମିଳିଥାଏ ଆଡ଼ପ ମଣ୍ଡପରେ ଗୋଟିଏ ଥର ଦର୍ଶନ କରିବା ସମାନ ଫଳ ମିଳିଥାଏ । ଏଣୁ ଶେଷ ଦିବସରେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଈଁ ଭକ୍ତମାନେ ସୁଯୋଗକୁ ହାତ ଛଡା କରିନାହାନ୍ତି । ଏଥିସହ ବ୍ରାହ୍ମଣଙ୍କୁ ଆଡ଼ପ ଅବଢ଼ା ଭୋଜନ କରାଇଛନ୍ତି । ଏହାଦ୍ବାରା ଅଶେଷ ପୁଣ୍ୟ ମିଳିଥାଏ।

ଏହା ବି ପଢନ୍ତୁ- ଲାଗିଲା କାଳିଆ ଡୋରି; ନାକରେ ଅକ୍ସିଜେନ ଲଗାଇ ଦର୍ଶନ ପାଇଁ ଆସିଲେ ମହିଳା

ସେପଟେ ଆଜି ସନ୍ଧ୍ୟା ଦର୍ଶନକୁ ସଙ୍କୁଚିତ କରାଯାଇଛି । ଅପରାହ୍ନ ୫ଟା ଯାଏଁ ସନ୍ଧ୍ୟା ଦର୍ଶନକୁ ସୀମିତ ରଖାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିବାରୁ ଏହା ପୂର୍ବରୁ ସେନାପଟା ଲାଗି, ଚାର ମାର ଲାଗି ରହିଛି । ଏହା ୮ ଘଣ୍ଟା ଧରି ଚାଲିବ। ଏଣୁ ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ସମୟ ଅବଧି ଖୁବ କମ ରହିଛି । ଏଣୁ ସନ୍ଧ୍ୟା ୫ଟା ଯାଏଁ ଦର୍ଶନ ବ୍ୟବସ୍ଥା ହୋଇଛି । ତେବେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଭକ୍ତଙ୍କ ପାଇଁ ଗର୍ଭଗୃହରୁ ଦର୍ଶନ ବନ୍ଦ କରାଯାଇଛି ।

ଆଜି ଶେଷ ଆଡ଼ପ ଦର୍ଶନ ହୋଇଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଥିଲା । ଭିଡ଼କୁ ଦେଖି ପୋଲିସ ପକ୍ଷରୁ ଅତିରିକ୍ତ ବାରିକେଡ ବ୍ୟବସ୍ଥା ହୋଇଛି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ଇସୁ ପରିଚାଳନା ପାଇଁ ମୁତୟନ କରାଯାଇଛି। ଆସନ୍ତାକାଲି ବାହୁଡ଼ା ଯାତ୍ରାରେ ରଥଯାତ୍ରାରେ ଯେଭଳି ସୁରକ୍ଷା ବ୍ୟବସ୍ଥା ଥିଲା ସେହି ଅନୁଯାୟୀ ବାହୁଡ଼ା ଯାତ୍ରାକୁ ପରିଚାଳନା କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ଆଜି ମଧ୍ୟ ରାତିରୁ ପୁରୀକୁ ଟ୍ରାଫିକ ମୋବିଲିଟି ଲାଗୁ ହେବ। ପୋଲିସ ପକ୍ଷରୁ ଜାରି ହୋଇଥବା ଟ୍ରାଫିକ ଆଡଭାଇଜରି ମାନିବାକୁ ପୁରୀ ଏସପି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 27, 2023, 8:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.