ETV Bharat / state

ଅଣସର ଶେଷ ଦର୍ଶନ, ପ୍ରଭୁ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଆଜି ପ୍ରଭୁ ଅଲାରନାଥଙ୍କ ଶେଷ ଅଣସର ଦର୍ଶନରେ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

author img

By

Published : Jun 18, 2023, 8:07 PM IST

Etv Bharat
Etv Bharat
ପ୍ରଭୁ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ଆସନ୍ତାକାଲି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ । ଏପଟେ ଆଜି ପ୍ରଭୁ ଅଲାରନାଥଙ୍କ ଶେଷ ଅଣସର ଦର୍ଶନ । ଏଥିପାଇଁ ପ୍ରଭୁ ଅଲାରନାଥଙ୍କ ପୀଠ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସି ଅଲାରନାଥ ପୀଠରେ ଭିଡ଼ ଜମାଇଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନ ଯାତ୍ରା ପରେ ଅଣସର ଘରେ ଅବସ୍ଥାନ କରିଛନ୍ତି । ପରମ୍ପରା ଅନୁଯାୟୀ ଅଣସରରେ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କୁ ଭକ୍ତ ଦର୍ଶନ କରିଥାନ୍ତି । ଶ୍ରୀମନ୍ଦିର ବର୍ଷ ତମାମ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ପ୍ରାପ୍ତି ହୋଇଥାଏ ଅଣସରରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଣୁ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ପୁରୀ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠ ଏବେ ଚଳଚଞ୍ଚଳ ଥିଲା । ରାଜ୍ୟ ବାହାରୁ ମଧ୍ୟ ବହୁ ଜଗନ୍ନାଥପ୍ରେମୀ ବ୍ରହ୍ମଗିରି ଆସି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଥିଲେ ।

ପ୍ରତିଦିନ ଭୋର 4ଟାରୁ ମନ୍ଦିର ଖୋଲିବା ପରେ ପ୍ରଭୁ ଅଲାରନାଥଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିଲା । ପରେ ଭକ୍ତଙ୍କ ପାଇଁ ସକାଳୁ ଦର୍ଶନ ଆରମ୍ଭ ହେଉଥିଲା । ପ୍ରଭୁ ଅଲାରନାଥଙ୍କ ଦର୍ଶନ ସହ ପ୍ରସିଦ୍ଧ ଖିରି ଭୋଗ ପ୍ରସାଦ ରୂପେ ଭକ୍ତମାନେ ପାଉଥାନ୍ତି । ଶେଷ ଦିବସରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ନୀତିକାନ୍ତି ଶୃଙ୍ଖଳିତ ହେବା, ଭକ୍ତଙ୍କ ଦର୍ଶନ ନେଇ ସମସ୍ତ ସୁବିଧା କିଭଳି ହୋଇପାରିବ ଅଲାରନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତେବେ ଭକ୍ତମାନେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇ ବେଶ ଭାବବିହ୍ଵଳିତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ଦିନକ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା, ତିନି ରଥରେ ବ୍ରେକ୍ ପ୍ରସ୍ତୁତି ଶେଷ

ମହାପ୍ରଭୁଙ୍କ ଅଣସରରେ ବ୍ରହ୍ମଗିରି ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବେଳେ ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ଦୂରରୁ ଭକ୍ତମାନେ ବ୍ରହ୍ମଗିରି ଆସିଥିଲେ । ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ସ୍ନାନଯାତ୍ରାରେ ଶ୍ରୀବିଗ୍ରହଙ୍କ ସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ି ରହନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବା ଶୁଶ୍ରୂଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ ।

ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥାଏ । ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.