ପୁରୀ: ଦୀର୍ଘ 5 ବର୍ଷ ହେବ ସ୍ବାସ୍ଥ୍ୟକେନ୍ଦ୍ରର ନୂଆ ଗୃହ ତିଆରି ହୋଇ ସରିଥିଲେ ମଧ୍ୟ ତାହା ଏଯାଏଁ ହୋଇପାରନି କାର୍ଯ୍ୟକ୍ଷମ । ମେଡ଼ିକାଲରେ ନା ଅଛନ୍ତି ଡାକ୍ତର ନା ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ । ଫଳରେ ରୋଗୀମାନେ ଚିକିତ୍ସା ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି ପୁରୀ ଜିଲ୍ଲା ସଦର ବ୍ଲକ ବାସୁଦେବପୁର ପଞ୍ଚାୟତ ଚମାରକେରା ଗ୍ରାମରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର । ବାରମ୍ବାର ସ୍ଥାନୀୟ ଅଞ୍ଚଳର ଲୋକ ପ୍ରଶାସନ ନିକଟରେ ସ୍ବାସ୍ଥ୍ୟକେନ୍ଦ୍ର ସୁପରିଚାଳନା ନେଇ ଦାବି କରିଆସୁ ଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି ।
ଏହାର ପ୍ରତିବାଦରେ ଗ୍ରାମବାସୀ ସୋମବାର ପୁରୀ ସିଡିଏମଓ ଅଫିସ ଆଗରେ ପ୍ରତିବାଦ କରିବା ସହ ସମସ୍ୟାର ତୁରନ୍ତ ସମାଧାନ ନେଇ ଏକ ଦାବିପତ୍ର ଦେଇଛନ୍ତି । ତେବେ ଅଗାମୀ ଦିନରେ ଦାବି ପୂରଣ ନ ହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ