ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଆରମ୍ଭ ହୋଇଛି ଦର୍ଶନ ବ୍ୟବସ୍ଥା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ପୁରୀ ଆସି ପତିତପାବନ ଦର୍ଶନ କରିଛନ୍ତି। ତେବେ କୋଭିଡ ନେଗେଟିଭ ରିପୋର୍ଟ ନଥିବାରୁ ରାଜ୍ୟପାଳ ଶ୍ରୀମନ୍ଦିର ଭିତରକୁ ଯାଇ ନାହାଁନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେପଟେ ଆଜି ଶୃଙ୍ଖଳାରେ ଭକ୍ତମାନେ ଦର୍ଶନ କରୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଜାନୁଆରୀ ଶେଷ ସପ୍ତାହରେ ଦର୍ଶନ ବ୍ୟବସ୍ଥା ନେଇ ଆଉ ଏଇ ବୈଠକ ହେବ।
କିଭଳି ଅଧିକରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ଆଲୋଚନା ହେବ। ଅଗାମୀ ଦିନରେ ପର୍ଯ୍ୟାୟ କ୍ରମେ ଭକ୍ତଙ୍କ ଦର୍ଶନ ନେଇ ଆହୁରି ସଂଖ୍ୟା ବଢ଼ାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି କୋଭିଡ ଟେଷ୍ଟ କିଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ କରାଯିବ, ସେନେଇ ସେ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିବେ। ଯଦି ସମ୍ଭବ ହୋଇ ପାରିବ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ