ETV Bharat / state

ଲୋକନାଥଙ୍କ ଦର୍ଶନ ବେଳେ ମହିଳାଙ୍କ ବେକରୁ ଝାମ୍ପିନେଲେ ଦେଢଲକ୍ଷର ସୁନା ଚେନ

ପୁରୀ ଲୋକନାଥଙ୍କ ମନ୍ଦିରରେ ଅଭାବନୀୟ ଘଟଣା। ଦର୍ଶନ ବେଳେ ଭିଡ଼ର ସୁଯୋଗ ନେଇ ମହିଳାଙ୍କ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ। ଭିଡ଼ ମଧ୍ୟରେ ମହିଳାଙ୍କୁ ଧକ୍କା ମାରି ଦୁର୍ବୃତ୍ତମାନେ 4 ଭରିର ସୁନା ଝାମ୍ପି ନେଇଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ

gold chain loot in loknath temple
ମନ୍ଦିର ଦର୍ଶନ ବେଳେ ମହିଳାଙ୍କ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ
author img

By

Published : Feb 15, 2022, 8:55 AM IST

ପୁରୀ: ପୁରୀ ଲୋକନାଥଙ୍କ ମନ୍ଦିରରେ ଅଭାବନୀୟ ଘଟଣା। ଦର୍ଶନ ବେଳେ ଭିଡ଼ର ସୁଯୋଗ ନେଇ ମହିଳାଙ୍କ ସୁନା ଚେନ ଲୁଟିନେଲେ ଦୁର୍ବୁତ୍ତ। ଭିଡ଼ ମଧ୍ୟରେ ମହିଳାଙ୍କୁ ଧକ୍କା ମାରି ଦୁର୍ବୃତ୍ତମାନେ 4 ଭରିର ସୁନା ଝାମ୍ପି ନେଇଥିବା ସୂଚନା ମିଳିଛି।

ମନ୍ଦିର ଦର୍ଶନ ବେଳେ ମହିଳାଙ୍କ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ପୁରୀ ଲୋକନାଥ ମନ୍ଦିରକୁ ଦର୍ଶନ କରିବା ପାଇଁ ମନ୍ମଥ ପାତ୍ର ଓ ତାଙ୍କ ପରିବାର ଛତ୍ରପୁରରୁ ଆସିଥିଲେ। ଦର୍ଶନ ସାରି ଫେରିବା ବେଳେ ଗର୍ଭଗୃହ ଭିତରେ ଭିଡ଼ର ସୁଯୋଗ ନେଇ ମନ୍ମଥଙ୍କ ପତ୍ନୀଙ୍କୁ ଜଣେ ଦୁର୍ବୃତ୍ତ ଧକ୍କା ମାରିଥିଲେ। ତେବେ ଏହାକୁ ନେଇ ପ୍ରତିବାଦ କରୁଥିବା ସମୟରେ ଜାଣିବାକୁ ପାଇଲେ ବେକରେ ପିନ୍ଧିଥିବା ସୁନା ଚେନଟି ନାହିଁ। ତେବେ ଏହି 4 ଭରି ଚେନଟିର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ହୋଇଥିବା ଜଣାପଡ଼ିଛି।

ଲୋକନାଥ ମନ୍ଦିରକୁ ଅନେକ ପର୍ଯ୍ୟଟକ ଓ ଭକ୍ତ ଆସୁଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ଘଟଣା ନେଇ ଉକ୍ତ ପରିବାର ପୁରୀ ପୋଲିସ ନିକଟରେ ଏତଲା ଦେଇଛନ୍ତି। ତେବେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ଥିବା ଜଣାପଡ଼ିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.