ETV Bharat / state

ଷ୍ଟିଲ ଉତ୍ପାଦନରେ ଦେଶକୁ ପୃଥିବୀରେ ୧ ନଂ କରିବାକୁ ଲକ୍ଷ୍ୟ: ଇସ୍ପାତ ମନ୍ତ୍ରୀ

କୋଣାର୍କରେ ବସିଲା କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ । ୨୦୩୦ ସୁଧା ୩୦୦ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ ନେଇ ଲକ୍ଷ୍ୟ । ଅଧିକ ପଢନ୍ତୁ

author img

By

Published : Feb 25, 2022, 10:36 PM IST

ଷ୍ଟିଲ ଉତ୍ପାଦନରେ ଦେଶକୁ ପୃଥିବୀରେ ୧ ନଂ କରିବାକୁ ଲକ୍ଷ୍ୟ: ଇସ୍ପାତ ମନ୍ତ୍ରୀ
ଷ୍ଟିଲ ଉତ୍ପାଦନରେ ଦେଶକୁ ପୃଥିବୀରେ ୧ ନଂ କରିବାକୁ ଲକ୍ଷ୍ୟ: ଇସ୍ପାତ ମନ୍ତ୍ରୀ

ପୁରୀ: ୨୦୩୦ ମସିହା ସୁଧା ଦେଶରେ ୩୦୦ ମିଲିୟନ ଟନ ଷ୍ଟିଲ ଉତ୍ପାଦନ ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । ଷ୍ଟିଲ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏକ ନମ୍ବର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ରହିଛି ବୋଲି କହିଛନ୍ତି ଓଡିଶା ଗସ୍ତରେ ଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆର.କେସି ସିଂହ ।

ଏହାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରି ସାରି ଥିବାବେଳେ ଏଥିରେ ଦେଶର ଲୁହା ପଥର ଖଣି ଥିବା ରାଜ୍ୟଗୁଡିକ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଆଜି(ଶୁକ୍ରବାର) କୋଣାର୍କରେ ଅନୁଷ୍ଠିତ ଏକ ବୈଠକରେ ମତବ୍ୟକ୍ତ କରିଛନ୍ତି ମନ୍ତ୍ରୀ ସିଂହ । ଏଥିରେ ସମନ୍ୱୟ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟର ମନ୍ତ୍ରୀସମୂହଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।

ବୈଠକରେ ଷ୍ଟିଲ ଉତ୍ପାଦନ ପାଇଁ ମୁଖ୍ୟ ଉପାଦାନ ଲୁହା ପଥର ଯଥେଷ୍ଟ ପରିମାଣରେ ଉତ୍ପାଦନ ନେଇ ଆଲୋଚନା ହୋଇଥିଲା । ଏଥିପାଇଁ ବିଭିନ୍ନ ସମସ୍ୟାକୁ କିଭଳି ସମାଧାନ କରିହେବ ସେନେଇ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ପରିବର୍ତ୍ତେ ଖଣି ଥିବା ରାଜ୍ୟଗୁଡିକରେ ଏବେ ବୈଠକ ହେବ । ରାଜ୍ୟଗୁଡ଼ିକ ଖଣିକୁ ନେଇ କି କି ସମସ୍ୟାରେ ପଡୁଛନ୍ତି , କିଭଳି ଆଇନ ଅନୁଯାୟୀ ସବୁ କିଛି ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା । ସାରା ବିଶ୍ୱରେ ଭାରତକୁ ଷ୍ଟିଲ ଉତ୍ପାଦନରେ ଏକ ନମ୍ୱର କରିବା ପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.