ETV Bharat / state

ପଞ୍ଚଭୂତରେ ବିଲୀନ ଭବାନୀ, ନିସ୍ତେଜ ପାଲଟିଲା ନିମାପଡ଼ା - nimepada

ନିସ୍ତବ୍ଦ ଆଉ ନିସ୍ତେଜ । ନା ତାଙ୍କ ତୁଣ୍ଡରୁ ଶୁଭୁଛି ସ୍ବଦେଶର ସେହି ମୁକ୍ତି ମନ୍ତ୍ର, ନା ଗୋପବନ୍ଧୁ ଦାସଙ୍କ କବିତା । କାହିଁକି ନା ସବୁ ଦିନ ପାଇଁ ଶୋଇଯାଇଛନ୍ତି ସେ । ପଞ୍ଚଭୁତରେ ବିଲୀନ ହୋଇଯାଇଛନ୍ତି ନିମାପଡ଼ାର ଗାନ୍ଧୀ । ବିଶିଷ୍ଟ ଗାନ୍ଧୀବାଦି ନେତା, ବର୍ଷୀୟାନ ସ୍ବାଧିନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଭୂପୃଷ୍ଠରୁ ନେଇଛନ୍ତି ଚିର ବିଦାୟ । ଅଧିକ ପଢନ୍ତୁ...

gandhian-bhavani-became-extinct-in-the-panchbhuta

author img

By

Published : May 15, 2020, 9:33 PM IST

Updated : May 16, 2020, 10:00 AM IST

ପୁରୀ: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ । ରାଷ୍ଟ୍ରୀୟ ମର୍ଯ୍ୟାଦାରେ ନିଜ ଗ୍ରାମ ଶ୍ମଶାନରେ ହୋଇଛି ଶେଷକୃତ ସମ୍ପନ୍ନ । ସେପଟେ ଗୁମୁରି ଗୁମୁରି କାନ୍ଦୁଛି ନିମାପଡା । ନିମାପଡାର ଗାନ୍ଧୀବାଦୀ ନେତାଙ୍କୁ ହରାଇ ମିୟମ୍ରାଣ ହୋଇପଡିଛନ୍ତି ସମଗ୍ର ନିମାପଡାବାସୀ । ଗୁରୁବାର 99 ବର୍ଷ ବୟସରେ ଭୁବନେଶ୍ଵର ଠାରେ ଇହଧାମ ତ୍ୟାଗ କରିବା ପରେ ଶୁକ୍ରବାର ନିମାପଡାରେ ପହଁଞ୍ଚିବା ପରେ ତାଙ୍କ ପାର୍ଥିବ ଶରୀର ଶୋଭାଯାତ୍ରାରେ ଅ।ସି ନିମାପଡ଼ା କଲେଜ, ସହିଦ ଭବନ, ସହିଦ ସ୍ମୁତି ପୀଠ, ନିଜ ବାସ ଭବନରେ ପହଁଞ୍ଚିବା ପରେ ଶହ ଶହ ସଂଖ୍ୟାରେ ଶୁଭେଛୁ ତାଙ୍କ ବାସ ଭବନରେ ପହଁଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ପଞ୍ଚଭୂତରେ ବିଲୀନ ଭବାନୀ, ନିର୍ବିକାର ପାଲଟିଲା ନିମାପଡ଼ା

3-3 ଥର ରାଜ୍ୟସଭା ସାସଂଦ ଓ ପଦ୍ମଶ୍ରୀରେ ସମ୍ମାନୀତ ହୋଇଥିଲେ ମଧ୍ୟ ସାଧାରଣ ଜୀବନ ଯାପନରେ ବିଶ୍ଵାସ ରଖିଥିଲେ ଭବାନୀ ବାବୁ । ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଏହି ଅଞ୍ଚଳର ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କର ଗାନ୍ଧିବାଦୀ ଅ।ଚରଣ ଅନେକ ଯୁବକ ମାନଙ୍କୁ ଅ।ଗକୁ ବଢିବାକୁ ପ୍ରେରଣା ଯୋଗାଇଥାଏ ବୋଲି ଅନେକ ମତ ରଖିଥିବା ବେଳେ ଭବାନୀ ବାବୁଙ୍କ ଭଳି ନେତାଙ୍କୁ ହରାଇ ନିମାପଡା ତଥା ରାଜ୍ୟର ଅପୂରଣୀୟ କ୍ଷତି ହୋଇଥିବା ମତ ପ୍ରକାଶ କରିଛନ୍ତି ।

ଗୁରୁବାର ତାଙ୍କ ଅଶୋକନଗର ସ୍ଥିତ ବାସଭବନରେ 99 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେ । ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଥିଲା । ସେପଟେ ଶୁକ୍ରବାର ପଦ୍ମଶ୍ରୀଙ୍କ ମର ଶରୀରକୁ ନିମାପଡ଼ା ଅଣାଯାଇ ତାଙ୍କ ହାତ ଗଢା ବିଭିନ୍ନ ଅନୁଷ୍ଠାନରେ ପରିକ୍ରମା କରାଯାଇଥିଲା । ପରେ ନିଜ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ବିଦାୟ ନେଇଛନ୍ତି ସଭିଙ୍କ ପ୍ରିୟ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 16, 2020, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.