ETV Bharat / state

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ବୀମା ଘୋଷଣା - jagannath temple sebayat free medical sevice

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହ ସଂପୃକ୍ତ ସମସ୍ତ ସେବକମାନଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇବ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ବୀମା ଘୋଷଣା

author img

By

Published : Apr 25, 2021, 4:47 PM IST

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଲାଗୁ ହେଲା ସ୍ୱାସ୍ଥ୍ୟ ବୀମା । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହ ସଂପୃକ୍ତ ସମସ୍ତ ସେବକମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବାପାଇଁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସକୁ ନିଯୁକ୍ତ କରାଯାଇଛି ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅନୁମୋଦିତ ବୀମା ଯୋଜନା ଦ୍ବାରା ପ୍ରାୟ ୨୫୦୦ ସେବକ ପରିବାର ସ୍ବାସ୍ଥ୍ୟ ବୀମା ସୁବିଧା ପାଇବେ । ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ମିଳିବ । ପୁନଶ୍ଚ କ୍ୟାନ୍ସର ଓ କିଡ଼ନୀ ପ୍ରତିରୋପଣ କ୍ଷେତ୍ରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବୀମା ସୁରକ୍ଷା ଉପଲବ୍ଧ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.