ପୁରୀ: ଅସ୍ତରଙ୍ଗ ଦେବୀ ମୁହାଣ ନିଷିଦ୍ଧାଞ୍ଚଳରୁ ବେଆଇନ ମାଛ ମାରୁଥିବା ବେଳେ ୪ ଟ୍ରଲର ଜବତ ସହ ୩୦ ରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି । ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ସମୁଦ୍ରରେ ମାଛ ଧରିବା ପାଇଁ ଟ୍ରଲରଗୁଡିକୁ ବାରଣ କରାଯାଇଥିଲା ।
କିନ୍ତୁ କିଛି ଟ୍ରଲର ଚୋରାରେ ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ଧରୁଥିବା ସମୟରେ ଖବର ପାଇ କୋଷ୍ଟ ଗାର୍ଡ ଓ ବନ ବିଭାଗ ମିଳିତ ଚଢ଼ାଉ କରିଥିଲା । ଗତକାଲି ରାତିରେ ଗୋଟିଏ ଟ୍ରଲର ଜବତ ହୋଇଥିବା ବେଳେ ଆଜି ସକାଳୁ ୩ଟି ଟ୍ରଲର ଜବତ କରିଛି ବନ ବିଭାଗ ।
ଜବତ ଟ୍ରଲର ଗୁଡ଼ିକ ମଧ୍ୟରୁ ୩ଟି ପାରାଦୀପ ଅଞ୍ଚଳର ହୋଇଥିବା ବେଳେ ଗୋଟିଏ ବାଲେଶ୍ୱର ଅଞ୍ଚଳର ବୋଲି ସୂଚନା ରହିଛି।
ପୁରୀରୁ ଶକ୍ତି ପ୍ରାସାଦ ମିଶ୍ର, ଇଟିଭି ଭାରତ