ETV Bharat / state

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ହୋଇଛି । 70 ବର୍ଷ ବୟସରେ ଆଖି ବୁଜିଛନ୍ତି ଯୁଧିଷ୍ଠିର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 16, 2023, 10:36 AM IST

Updated : Oct 16, 2023, 4:44 PM IST

Judhistir samantaray passes away
Judhistir samantaray

ପୁରୀ/ଭୁବନେଶ୍ବର: ଆଉ ନାହାନ୍ତି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ । 70 ବର୍ଷ ବୟସରେ ଆଖି ବୁଜିଛନ୍ତି ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

  • ପିପିଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନନେତା ଭାବେ ଲୋକଙ୍କ ଉନ୍ନତି ତଥା କଲ୍ୟାଣ ପାଇଁ ତାଙ୍କର ସମର୍ପିତ ଉଦ୍ୟମ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) October 16, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ 1995ରୁ 2000 ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ । ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ 11ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1984ରୁ 1990 ପର୍ଯ୍ୟନ୍ତ ସେ ପିପିଲି ବ୍ଲକ ଚେୟାରମ୍ୟାନ ମଧ୍ୟ ଥିଲେ । ଖବର ଅନୁଯାୟୀ ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିିକିତ୍ସିତ ହେଉଥିଲେ । ଡାକ୍ତରୀ ଟିମ୍‌ ନୀରକ୍ଷଣରେ ରହିଥିଲେ । ହେଲେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ।

ଏହା ବି ପଢନ୍ତୁ...MLA Surjya Narayana Patro Passes Away: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

1953 ମସିହା ମାର୍ଚ୍ଚ 16 ତାରିଖରେ ଜନ୍ମଗ୍ରହଣ କରିଥିଲେ ଯୁଧିଷ୍ଠିର । ସେ ଓଡିଶା ରାଜନୀତିର ଜଣେ ଟାଣୁଆ ସକ୍ରିୟ ନେତା ଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ବନାଥ ସାମନ୍ତରାୟ ଓ ମାଆଙ୍କ ନାମ ମିନାକ୍ଷୀ ସାମନ୍ତରାୟ । ପାଠପଢା ପରେ ରାଜନୀତିରେ ପାଦ ଥାପିଥିଲେ ଯୁଧିଷ୍ଠିର । ଏହା ପରେ ଜଣେ ସକ୍ରିୟ ନେତା ଭାବେ ପରିଚୟ ହାସଲ କରିଥିଲେ । ସେ ଜଣେ ମିଷ୍ଟଭାଷୀ ବ୍ୟକ୍ତିତ୍ବ ଥିଲେ । କିଛ ବର୍ଷ ହେବ ସେ ଅସୁସ୍ଥ ଥିଲେ । ଆଜି (ସୋମବାର) ସକାଳୁ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ପରଲୋକରେ ପିପିଲିରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶୁଭେଛୁ, ବନ୍ଧୁ ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଂଗ୍ରେସର ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି ।

ଯୁଧିଷ୍ଠିର ସାମନ୍ତରାୟ ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ 1995ରେ ପରାଜୟ କରିଥିଲେ। ସେ 2014 ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିଥିଲେ ମାତ୍ର କ୍ରମାଗତ ଭାବେ ପରାସ୍ତ ହୋଇଥିଲେ । ପରାସ୍ତ ହୋଇଥିଲେ ବି ଲୋକଙ୍କ ସହ ସୁବିଧା ଅସୁବିଧାରେ ଛିଡ଼ା ହେଉଥିଲେ। ଆଜି ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ବିଧାନସଭା ପରିସରକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି। ପରେ ତାଙ୍କୁ କଂଗ୍ରେସ ଭବନ ନିଆଯିବ । ଏହା ପରେ ପରେ ତାଙ୍କୁ ପିପିଲି ନିର୍ବାଚନ ମଣ୍ଡଳୀକୁ ନିଆଯିବା ନେଇ ସୂଚନା ମିଳିଛି ।

ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,"ପିପିଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ । ଜନନେତା ଭାବେ ଲୋକଙ୍କ ଉନ୍ନତି ତଥା କଲ୍ୟାଣ ପାଇଁ ତାଙ୍କର ସମର୍ପିତ ଉଦ୍ୟମ ସର୍ବାଦା ସ୍ମରଣୀୟ ହୋଇ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି ।"

ପ୍ରକାଶ ଥାଉ କି, ଗତ ମାସରେ ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଥିଲା । ଏହି ଦୁଃଖ ରାଜ୍ୟବାସୀ ଭୁଲି ନଥିବାବେଳେ ବର୍ତ୍ତମାନ ଆଉ ଜଣେ ରାଜନେତାଙ୍କ ବିୟୋଗ ଖବର ସମସ୍ତଙ୍କୁ ମର୍ମାହତ କରିଛି ।

ଇଟିଭି ଭାରତ, ପୁରୀ

Last Updated : Oct 16, 2023, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.