ETV Bharat / state

ହରିଣ ଶିକାର କରି ମାଂସ ବିକ୍ରି ଅଭିଯୋଗ, ଭାଇରାଲ ହେଲା ଭିଡ଼ିଓ

author img

By

Published : Oct 30, 2022, 4:16 PM IST

Updated : Oct 30, 2022, 5:05 PM IST

ହରିଣ ଶିକାର କରି ମାଂସ ବିକ୍ରି ଅଭିଯୋଗ । ପୁରୀ ସଦର ବ୍ଲକ ଆଳବାରେ ହରିଣ ଶିକାର କରି ଏହାର ମାଂସ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏନେଇ ଭାଇରାଲ ହେଉଛି ଭିଡ଼ିଓ । ଅଧିକ ପଢନ୍ତୁ

ହରିଣ ଶିକାର କରି ମାଂସ ବିକ୍ରି ଅଭିଯୋଗ, ଭାଇରାଲ ହେଲା ଭିଡ଼ିଓ
ହରିଣ ଶିକାର କରି ମାଂସ ବିକ୍ରି ଅଭିଯୋଗ, ଭାଇରାଲ ହେଲା ଭିଡ଼ିଓ

ପୁରୀ: ହରିଣ ଶିକାର କରି ମାଂସ ବିକ୍ରି ଅଭିଯୋଗ । ପୁରୀ ସଦର ବ୍ଲକ ଆଳବାରେ ହରିଣ ଶିକାର ନେଇ ଅଭିଯୋଗ ହୋଇଛି (Deer hunting in Puri) । ହରିଣ ଶିକାର ପରେ ଏହାର ମାଂସ ବିକ୍ରି ନେଇ ଅଭିଯୋଗ ହେଉଥିବା ବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ । ଅଭିଯୋଗ ପରେ ବନ ବିଭାଗ ଗାଁର ଚଢାଉ କରି ମାଂସ ଜବତ (Forest department seized meat of deer) କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ତିନି ଦିନ ତଳୁ ଗାଁର କିଛି ଲୋକ ଯୋଡାଲିଙ୍ଗ ନିକଟ ବଢିଆସର ଠାରେ ବିଦ୍ୟୁତ ତାର ଗୁଡ଼ାଇ ଫାସ ବସାଇଥିଲେ । ଶନିବାର ଏକ ହରିଣ ଫାଶରେ ପଡ଼ିଥିବା ବେଳେ ତାକୁ ହତ୍ୟା କରି ମାଂସ ପ୍ରସ୍ତୁତ କରାଯାଇ ପରେ ଭାଗ ବାଣ୍ଟି ନିଆଯାଇଥିଲା । ଅଞ୍ଚଳର ଗ୍ରାମରକ୍ଷୀ ରାଧାଶ୍ୟାମ ମଲ୍ଲିକ ଘଟଣା ସମ୍ପର୍କରେ ଜାଣି ଘଟଣାସ୍ଥଳକୁ ଯାଇଥିଲେ । ବାଟରେ ମାଂସ ନେଇ ଫେରୁଥିବା ୩ ଜଣଙ୍କୁ ଧରି ଥାନାକୁ ଖବର ଦେଇଥିଲେ ।

ଏହା ବି ପଢନ୍ତୁ- ହୋଟେଲରେ ମୋବାଇଲ ଛାଡ଼ିଲେ ଯୁବକ, ସାମନାକୁ ଆସିଲା ଅମାନୁଷିକ କାଣ୍ଡ

ଏହାପରେ ବନ ବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ମାଂସକୁ ଜବତ କରିବା ସହ ୩ ଶିକାରୀଙ୍କୁ ଅଟକ ରଖିଛି । ଶିକାରୀମାନେ ହରିଣକୁ ହତ୍ୟା କରିବା ପରେ ଏହାର ମାଂସକୁ ଏକ ବ୍ୟାଗରେ ଭର୍ତ୍ତି କରି ନେଇଯାଉଥିଲେ । ଏ ନେଇ ଭାଇରାଲ ହୋଇଥିବା ଭିଡ଼ିଓରେ ମଧ୍ୟ ଏହା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

Last Updated : Oct 30, 2022, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.