ETV Bharat / state

ବିଦେଶୀ ପାଳୁଛନ୍ତି କାର୍ତ୍ତିକ ବ୍ରତ, କାଳିଆକୁ ସ୍ମରଣ କରି ଭଜନ କୀର୍ତ୍ତନରେ କଟୁଛି ଦିନ

ବିଦେଶୀ ଭକ୍ତଙ୍କ କାର୍ତ୍ତିକ ବ୍ରତ । ପୁରୀରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁଙ୍କୁ ସ୍ମରଣ କରି ଭଜନକୀର୍ତ୍ତନରେ ଦିନ କାଟୁଛନ୍ତି ବିଦେଶୀ ଭକ୍ତ । ଅଧିକ ପଢନ୍ତୁ

author img

By

Published : Oct 27, 2022, 10:56 AM IST

foreign devotees doing Kartik brata
ବିଦେଶୀ ଭକ୍ତଙ୍କ କାର୍ତ୍ତିକ ବ୍ରତ, କାଳିଆକୁ ସ୍ମରଣ କରି ଭଜନ କୀର୍ତ୍ତନରେ କଟୁଛି ଦିନ

ପୁରୀ: ଚାଲିଛି ଧର୍ମର ମାସ କାର୍ତ୍ତିକ । ଏହି ମାସଟି ଯାକ ଅଧ୍ୟାତ୍ମିକ ପରିସର ସୃଷ୍ଟି ହୋଇଥାଏ । ହବିଷ୍ୟାଳିମାନେ ଶ୍ରୀମନ୍ଦିର ଯାଇ କାର୍ତ୍ତିକ ବ୍ରତ କରିଥାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ପୁରୀରେ ବିଦେଶୀ ଭକ୍ତ କାର୍ତ୍ତିକ ବ୍ରତ କରିଛନ୍ତି । କାଳିଆ ପ୍ରେମରେ ବୁଡି ଯାଇଛନ୍ତି ବିଦେଶୀ ଭକ୍ତ । ଜୟ ଜଗନ୍ନାଥ ଓ ହରେ କୃଷ୍ଣ ହରେ ରାମ ସଂକୀର୍ତ୍ତନରେ ନିଜକୁ ହଜାଇ ଦେଇଛନ୍ତି ବିଦେଶୀ ଭକ୍ତ । କାର୍ତ୍ତିକ ମାସରେ ବିଦେଶୀ ଭକ୍ତ କାର୍ତ୍ତିକ ବ୍ରତ ପାଳନ କରି ମହାପ୍ରଭୁଙ୍କୁ ସ୍ମରଣ କରି ଭଜନକୀର୍ତ୍ତନ କରି ଦିନ କାଟୁଛନ୍ତି ।

ବିଦେଶୀ ଭକ୍ତଙ୍କ କାର୍ତ୍ତିକ ବ୍ରତ

ଶ୍ରୀ ଚୈତନ୍ୟଙ୍କ ଭକ୍ତ ହୋଇଥିବାରୁ ବିଦେଶୀମାନେ କାର୍ତ୍ତିକ ମାସରେ ପୁରୀ ଆସି କୀର୍ତ୍ତନ କରି ଶ୍ରୀକ୍ଷେତ୍ର ପରିକ୍ରମା କରିଛନ୍ତି । ହବିଷ ବ୍ରତ ମଧ୍ୟ କରିଛନ୍ତି । ମଠ ଭିତରେ ବୃନ୍ଦାବତୀ ପୂଜା କରି ଭଜନ କୀର୍ତ୍ତନ କରୁଥିବା ବେଳେ କାର୍ତ୍ତିକ ବ୍ରତ ପାଳନ କରିଛନ୍ତି । ସକାଳ ବେଳା ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ମଧ୍ୟ କରୁଛନ୍ତି । ଏହି ବିଦେଶୀ ବ୍ରତଧାରୀଙ୍କ ମଧ୍ୟରେ ରହିଛନ୍ତି ଋଷ, ୟୁକ୍ରେନ ସମେତ ଅନେକ ଇଉରୋପର ନାଗରିକ । ଯେହେତୁ ଏହା ହେଉଛି ଧର୍ମର ମାସ । ତେଣୁ ସେମାନେ ଏହି ବ୍ରତ ପାଳନ କରିଛନ୍ତି ।

ଏହା ବି ପଢନ୍ତୁ...Dhamnagar ByPoll: ଟଙ୍କା ବାଣ୍ଟୁଛି ବିଜେଡି ! କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କେବଳ ନିଜର ମୋକ୍ଷ ପ୍ରାପ୍ତି ପାଇଁ ବ୍ରତ ନୁହେଁ ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କାମନା ନେଇ ଏହି ବ୍ରତ ରଖିଛନ୍ତି ବିଦେଶୀ ଭକ୍ତ । ସେମାନେ ଶ୍ରୀ ଚୈତନ୍ୟ ଭକ୍ତି ପଥରେ ରହି ମହାପ୍ରଭୁଙ୍କୁ ଆରାଧନା କରିଛନ୍ତି । ସେମାନେ ଜଗନ୍ନାଥ୍ ସଂସ୍କୃତି ପରମ୍ପରାକୁ ଅନୁସରଣ କରି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ କରୁଛନ୍ତି । ତୁଳସୀ ଚଉରା ମୂଳେ ବୃନ୍ଦାବତୀଙ୍କ ପୂଜା, ରାଇଦାମୋଦର ପୂଜା, ସଂକୀର୍ତ୍ତନ ଓ ଭଜନ ପାଠ ମଧ୍ୟ କରିଛନ୍ତି । ଖାଲି କାର୍ତ୍ତିକ ବ୍ରତ ନୁହେଁ କାଳିଆ ପ୍ରେମରେ ବିଦେଶୀଙ୍କ ଭାବ ଆଗରୁ ମଧ୍ୟ ଦେଖିବାକୁ ମିଳିଛି । ପ୍ରସିଦ୍ଧ ରଥଯାତ୍ରାରେ ବଡଦାଣ୍ଡରେ ମଧ୍ୟ ହଜାର ହାଜର ବିଦେଶୀ ଭକ୍ତଙ୍କ ସମାଗମ ହୋଇଥାଏ । ବିଦେଶୀଙ୍କ ଏ ଭକ୍ତି ଦେଖି ପ୍ରତିଟି ଓଡିଆ ଗର୍ବ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.