ETV Bharat / state

ମିଳିଲାନି ସରକାରୀ ସହାୟତା, ସ୍ବେଚ୍ଛାସେବୀ ବାଣ୍ଟିଲେ ରିଲିଫ

author img

By

Published : Aug 29, 2022, 9:48 AM IST

ପୁରୀ ଜିଲ୍ଲା ଗୋପ କୁଶଭଦ୍ରା ନଦୀର ଖଣ୍ଡିଆ କୁଦରେ ଘାଇ ପରେ ଅନେକ ଗାଁ ଜଳ ମଗ୍ନ ହୋଇଥଲା । ଗୋପ ବ୍ଲକର ଗଣେଶ୍ୱରପୁର ପଞ୍ଚାୟତର ତଳିଆ ମାଞ୍ଚିଆ, କୋଷୋଲୋଦା ଗାଁରୁ ବନ୍ୟା ଜଳ ଛାଡିନି । ବନ୍ୟା ବିପନ୍ନଙ୍କ ପାଖରେ ପହଁଞ୍ଚି ପାରୁନାହିଁ ସରକାରୀ ରିଲିଫ । ଅଧିକ ପଢନ୍ତୁ

ମିଳିଲାନି ସରକାରୀ ସହାୟତା, ସ୍ବେଚ୍ଛାସେବୀ ବାଣ୍ଟିଲେ ରିଲିଫ
ମିଳିଲାନି ସରକାରୀ ସହାୟତା, ସ୍ବେଚ୍ଛାସେବୀ ବାଣ୍ଟିଲେ ରିଲିଫ

ପୁରୀ: ଛାଡିଯାଇଛି ବନ୍ୟା ପାଣି ହେଲେ ଛାଡୁନାହଁ ଦୁର୍ଦ୍ଦଶା । ଧିରେ ଧିରେ ସୁଧୁରୁଛି ବନ୍ୟା ବିପନ୍ନଙ୍କ ଅବସ୍ଥା । ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ସହିବା ପରେ ବି ବନ୍ୟା ବିପନ୍ନଙ୍କ ପାଖରେ ପହଁଞ୍ଚି ପାରୁ ନାହିଁ ସରକାରୀ ରିଲିଫ । ଏନେଇ ପୁରୀ ଜିଲ୍ଲା ଗୋପ ବାସୀ ଅଭିଯୋଗ କରିଛନ୍ତି । ସେପଟେ ବନ୍ୟା ବିପନ୍ନଙ୍କୁ ରିଲିଫ ବାଣ୍ଟିଲେ ସ୍ଵେଚ୍ଛାସେବୀ ।

ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଉ ନାହିଁ ପ୍ରଶାସନ । ରିଲିଫ ବାଣ୍ଟିଲେ ସ୍ଵେଚ୍ଛାସବୀ । ପୁରୀ ଜିଲ୍ଲା ଗୋପ କୁଶଭଦ୍ରା ନଦୀର ଖଣ୍ଡିଆ କୁଦରେ ଘାଇ ପରେ ଅନେକ ଗାଁ ଜଳ ମଗ୍ନ ହୋଇଥଲା । ଅନେକ ଗାଁରୁ ବନ୍ୟା ପାଣି ଛାଡିଥିଲେ ମଧ୍ୟ ଗୋପ ବ୍ଲକର ଗଣେଶ୍ୱରପୁର ପଞ୍ଚାୟତର ତଳିଆ ମାଞ୍ଚିଆ, କୋଷୋଲୋଦା ଗାଁରୁ ବନ୍ୟା ଜଳ ଛାଡିନି । ଲୋକମାନେ ଜଳ ବନ୍ଦୀରେ ଥିବାରୁ ଯାତାୟତ କରି ପାରୁନାହାନ୍ତି । ପର୍ଯ୍ୟାପ୍ତ ରିଲିଫ ସାମଗ୍ରୀ ପହଞ୍ଚି ପାରୁନଥିବା ଯୋଗୁ ଲୋକ ମାନେ ଭଲରେ ଗଣ୍ଡେ ଖାଇବାକୁ ମଧ୍ୟ ପାଉ ନାହାନ୍ତି । ଯାହା କିଛି ଶୁଖିଲା ଖାଦ୍ୟ ଥିଲା ତାକୁ ଅଳ୍ପ ଅଳ୍ପ ଖାଇ ବଞ୍ଚୁଥିବା ବନ୍ୟା ବିପନ୍ନ ଅଭିଯୋଗ କରିଛନ୍ତି ।

କୂଅ, ନଳକୂପ ସବୁ ବନ୍ୟା ଜଳରେ ବୁଡ଼ି ରହି ଦୂଷିତ ହୋଇଥିବା ବେଳେ କୌଣସି ବିକଳ୍ପ ନଥିବା ହେତୁ ମଞ୍ଚିଆ ଗ୍ରାମର ବାସିନ୍ଦା ସେହି ଜଳକୁ ବ୍ୟବହାର କରୁଛନ୍ତି । ଏହା ଦ୍ବାରା ପେଟ ରୋଗ, ଝାଡା ବାନ୍ତି, ଦେହ ଖରାପ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଚିକିତ୍ସା ସୁବିଧା ପ୍ରଦାନ କରାଯାଇ ନ ଥିବା କହିଛନ୍ତି ବନ୍ୟା ବିପନ୍ନ । ସେପଟେ ପୁରୀ ଜିଲ୍ଲା ପ୍ରଶାସନର ବନ୍ୟା ବିପନ୍ନଙ୍କ ପ୍ରତି ଚରମ ଅବହେଳାକୁ ସ୍ଵେଚ୍ଛାସବୀ ସମାଲୋଚନା କରିଛନ୍ତି । ଲୋକଙ୍କ ଦୁର୍ଦ୍ଦଶା ସମୟରେ ପ୍ରଶାସନର ଏ ଅବହେଳାକୁ ଆଙ୍ଗୁଠି ଉଠାଇଛନ୍ତି ବନ୍ୟା ପ୍ରପୀଡିତ। ରିଲିଫ୍ ବାଣ୍ଟିବାକୁ ଆସିଥିବା କୋଣାର୍କ ସେବା ସଂଘର କର୍ମକର୍ତ୍ତା କହିଛନ୍ତି "ପୁରୀ ଜିଲ୍ଲାପାଳ କେବଳ ଅଫିସରେ ନ ବସି ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରି ଲୋକଙ୍କୁ ସହାୟତା ପ୍ରଦାନ କରନ୍ତୁ" ।

ଇଚିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.