ETV Bharat / state

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲାପାଳଙ୍କ ବୈଠକ

author img

By

Published : Aug 16, 2019, 5:16 PM IST

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ନେଇ କହିବା ସହ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ହୀରାକୁଦ ଡ୍ୟାମରୁ ଚାଲିଛି ବନ୍ୟା ଜଳ ନିଷ୍କାସନ । ଏପଟେ ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିଶେଷ କରି ବନ୍ୟାଜଳ ଦୟା ଓ ଭାର୍ଗବୀ ନଦୀରେ ଆସିଥିବାରୁ କଣାସ, ଡେଲାଙ୍ଗ ଓ ବ୍ରହ୍ମଗିରିବାସୀଙ୍କ ଛାତିରେ ଛନକା ପଶିଲାଣି । ସାମ୍ଭବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବିଡ଼ିଓ, ତହସିଲଦାରଙ୍କୁ ଖାଦ୍ୟ ସାମଗ୍ରୀ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତଳିଆ ଅଞ୍ଚଳରେ ପାଣି ହେଲେ ଲୋକଙ୍କୁ ଉଦ୍ଧାର କରି ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ବର୍ତ୍ତମାନ ବନ୍ୟା ଆଶଙ୍କା ଏତେଟା ନଥିବାରୁ ଲୋକଙ୍କୁ ଭୟଭୀତ ନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିସହ ବନ୍ୟା ପରିସ୍ଥିତି ଉପୁଜିଲେ ମୁକାବିଲା ପାଇଁ ପ୍ରସ୍ତୁତ ଥିବା ନେଇ ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବନ୍ୟା ମୁକାବିଲା ନେଇ ବୈଠକ

Body:ହୀରାକୁଦ ଡ୍ୟାମ ରୁ ବନ୍ୟା ଜଳ ନିଷ୍କାସନ ଚାଲିଥିବା ହେତୁ ମହାନଦୀ ର ତଳିଆ ଅଞ୍ଚଳ ବାସୀ ଙ୍କ ମନରେ ଏବେ ଛନକା। ବିଶେଷ କରି ପୁରୀ ଜିଲ୍ଲାରେ ଥିବା ଦୟା ଓ ଭାର୍ଗବୀ ନଦୀ ରେ ବନ୍ୟାଜଳ ଆସିବାକୁ ଥିବାରୁ କଣାସ, ଡେଲାଙ୍ଗ ଓ ବ୍ରହ୍ମ ଗିରି ବାସୀ ଙ୍କ ମଧ୍ୟ ରେ ଭୟ ଖେଳି ଯାଇଛି। କାରଣ ଏହି ଦୁଇ ନଦୀ ରେ ବନ୍ୟା ଆସିଲେ ଏହି ସବୁ ଅଞ୍ଚଳରେ ବ୍ୟାପକ ପ୍ରଭାବିତ ହୋଇ ଥାଏ। ତେବେ ସମ୍ଭାବ୍ୟ ବନ୍ୟା ବିପଦ କୁ ଦେଖି ପୁରୀ ଜିଲାପାଳ ଜିଲାର ବରିଷ୍ଠ ଅଧିକାରୀ ଙ୍କ ସହ ବୈଠକ କରିଛନ୍ତି। ବିଡ଼ିଓ , ତହସିଲଦାର ଙ୍କୁ ସମସ୍ତ ଖାଦ୍ୟ ସାମଗ୍ରୀ , ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ପୁରୀ ଜିଲାପାଳ ବଲବନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି । ସେହି ପରି ତଳିଆ ଅଞ୍ଚଳରେ ପାଣି ହେଲେ ଲୋକ ଙ୍କୁ ଉଦ୍ଧାର କରି ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲାପାଳ ନିର୍ଦେସ ଦେଇ ଛନ୍ତି। ତେବେ ବର୍ତ୍ତମାନ ବର୍ଷା କମି ଥିବାରୁ ସେଭଳି ବନ୍ୟା ହେବାର ଆଶଙ୍କା ନ ଥିବା ପୁରି ଜିଲାପାଳ କହିଛନ୍ତି। ଏଣୁ ଅଯଥାରେ ଲୋକ ମାନେ ଭୟଭୀତ ନ ହେବାକୁ ଜିଲାପାଳ କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ବନ୍ୟା ସ୍ଥିତି ଉପୁଜିଲେ ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୁରୀ ଜିଲାପାଳ।

ବାଇଟ,, ବଲବନ୍ତ ସିଂ , ପୁରୀ ଜିଲାପାଳ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.